Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-06-2024
Share:

By Village Missionary Movement

Friday, 28-Jun-2024

ଆଜିର ବାକ୍ୟ (Oriya) 28-06-2024

 

ଶକ୍ତିଶାଳୀ ହସ୍ତ 

 

“ଅତଏବ, ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ” - ୧ମ ପିତର ୫:୬

 

ଥରେ ଆଲପାସ ପର୍ବତ ଚାରିପଟେ ଦେଖାଇବାକୁ ଜଣେ ଧନୀକକୁ ଜଣେ ମାର୍ଗ ଦର୍ଶକ ନେଲେ !ସେହି ଆଲପାସ ପର୍ବତ ଚଢିବାକୁ ଧନୀକକୁ ଭୟ ଲାଗିଲା !ହେଲେମଧ୍ୟ ସେହି ମାର୍ଗ ଦର୍ଶକ ବେଳେବେଳେ ତାହାଙ୍କୁ ଭରସା ଦେଇ ତାହାଙ୍କ ଶକ୍ତିଶାଳୀ ହସ୍ତକୁ ବଢ଼ାଇ ତଳେ ନପଡି ଜାଗ୍ରତରେ କଢାଇ ନେଲା !କିଛି ବାଟ ଛଡିଲା ପରେ ସେହି ଧନୀକ ନିଜକୁ ନିଜେ ତଳକୁ ଦେଖିଲା !ସେତେବେଳେ ତାହାଙ୍କୁ ମୃତ୍ୟୁର ଭୟ ଆସିଗଲା ! ସଙ୍ଗେସଙ୍ଗେ ଧନୀକ ସେହି ମାର୍ଗଦର୍ଶକକୁ ଦେଖି କହିଲା, ଆଉ ମୁଁ ଆଗକୁ ଯାଇ ପାରିବି ନାହିଁ, ଗୋଟିଏ ପାଦବି ଆଉ ଯାଇ ପାରିବି ନାହିଁ !ମୁଁ ପଡିଯିବି !ସେଥିପାଇଁ ସେହି ମାର୍ଗଦର୍ଶକ କହିଲା, ବାପା ମୋର ପ୍ରାୟ ତିରିଶି ବର୍ଷ ହେବ ଏହି ଆଲପାସ ଶିଖର ଉପରକୁ ହଜାର ହଜାର ଲୋକଙ୍କୁ ନେଉଛି !ଗୋଟିଏ ଲୋକବି ମୋ ହାତରୁ ଖସି ନାହାନ୍ତି !ମୋ ହାତକୁ ଦେଖନ୍ତୁ କହି ତାଙ୍କ ଶକ୍ତିଶାଳୀ ହାତକୁ ଦେଖାଇଲା !ସେହି ଧନୀକ ମାର୍ଗଦର୍ଶକଙ୍କ ଶକ୍ତିଶାଳୀ ହସ୍ତକୁ ଦେଖିବା ବେଳେ ତାହାଙ୍କ ସମସ୍ତ ଭୟ ଉଭେଇ ଗଲା !

 

ଅବ୍ରାହମ କାନନ ଦେଶରେ ଦଶ ବର୍ଷ ବାସ କଲାବେଳେ ମିଶର ଦେଶର ସାରା ତାଙ୍କ ଦାସୀ ହାଗାରଙ୍କୁ ଡାକି ଅବ୍ରାହମଙ୍କୁ ପତ୍ନୀ ରୂପେ ଦେଲା !ହାଗାର ଗର୍ବବତୀ ବୋଲି ଜାଣିପାରି ସାରା ତାହାଙ୍କୁ କଟୁ ବ୍ୟବହାର କରିବାରୁ ହାଗାର ତାହାଙ୍କୁ ଛାଡି ଚାଲିଗଲା !ସେତେବେଳେ ପ୍ରଭୁଙ୍କର ଦୂତ କହିଲା, ପୁନର୍ବାର ତୁମ ମାଲିକାଣି ନିକଟକୁ ଫେରି ଯାଅ, ପୁଣି ତାହାଙ୍କ ହସ୍ତରେ ରୁହ !ଏହି ବାକ୍ୟ ପରେ ହିଁ ହାଗାର ଚୁକ୍ତି ପାଇଲା !

 

ଏହାକୁ ପାଠ କରୁଥିବା ପ୍ରିୟ ବନ୍ଧୁଗଣ, ପ୍ରଭୁଙ୍କର ଶକ୍ତିଶାଳୀ ହସ୍ତ ତଳେ ରହିବାକୁ ଶିଖିବା !ତାହାହିଁ ଆମକୁ ଆଶୀର୍ବାଦ ଆଣିକି ଦେବ !ପ୍ରଭୁଙ୍କର ଶକ୍ତିଶାଳୀ ହସ୍ତ ଆମଠାରୁ ଖସିନଯାଇ ଶେଷ ପର୍ଯ୍ୟନ୍ତ ଆମକୁ କଢାଇ ନେବାକୁ ଶକ୍ତିଶାଳୀ ହସ୍ତ ଆମକୁ ଅଛି !ତାହାଙ୍କର ଶକ୍ତିଶାଳୀ ହାତରୁ କେହି ତୁମକୁ ନେଇ ପାରିବେ ନାହିଁ !ସେ ହିଁ ଆମ ପ୍ରତ୍ୟେକ ଜଣକୁ ତାଙ୍କ ହସ୍ତରେ ରଖିଛନ୍ତି !ଆମେ ପ୍ରତ୍ୟେକ ଜଣକୁ କାହାକୁ ସେ ଭୁଲି ନାହାନ୍ତି !

- ଶ୍ରୀମତୀ ଶକ୍ତି ଶଙ୍କର ରାଜ 

 

ପ୍ରାର୍ଥନା ଅନୁରୋଧ:-

ଆମ କ୍ୟାମ୍ପସରେ ହେଉଥିବା ହସ୍ପିଟାଲ ସେଵାକାର୍ଯ୍ୟ ନିମନ୍ତେ ଏବଂ ସେଠାକୁ ଆସୁଥିବା ସମସ୍ତେ ଆଶୀର୍ବାଦ ଓ ପରିତ୍ରାଣ ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al