Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 17-06-2024
Share:

By Village Missionary Movement

Monday, 17-Jun-2024

ଆଜିର ବାକ୍ୟ (Oriya) 17-06-2024

 

ଡାକ 

 

“ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ!” – ଗୀତସଂହିତା ୫0:୧୫

 

ଇଥି୍ୟପିୟ ଦେଶରେ ଜଣେ ଯୁବତୀ କେତେକ ଜଘନ୍ୟ ବ୍ୟକ୍ତିମାନଙ୍କ ଦ୍ଵାରା ଛନ୍ଦି ହୋଇଗଲା !ସେହି ବ୍ୟକ୍ତିମାନେ ସେହି ଯୁବତୀକୁ ଏକ ଜଘନ୍ୟ ଜଙ୍ଗଲକୁ ନେଇ ତାହାଙ୍କୁ ଧର୍ଷଣ କରି ହତ୍ୟା କରିବାକୁ ମନସ୍ତ କଲେ !ସେହି ଯୋଜନା ଅନୁଯାୟୀ ସେହି ଯୁବତୀଙ୍କୁ କେହି ନଥିବା ଜଙ୍ଗଲ ଅଂଚଳକୁ ନେଇଗଲେ !ସେହି ଅପରାଧୀ ମାନଙ୍କ ସହିତ ଛନ୍ଦି ହୋଇ ଚିତ୍କାର କଲା, ବିଳାପ କଲା କିନ୍ତୁ କେହି ସାହାଯ୍ୟ କରିବାକୁ ଆସି ନାହାନ୍ତି !ସେହି ଅପରାଧୀମାନେ ଅଟହାସ୍ୟ କରି ହସିଲେ !ତୁମକୁ ସାହାଯ୍ୟ କରିବାକୁ ଏଠାରେ କେହି ନାହାନ୍ତି ବୋଲି ହାସ୍ୟାସ୍ପଦ କଲେ !ଥକି ଯାଇଥିବା ସିଏ, ତାହାଙ୍କ ହସ୍ତକୁ ଆକାଶ ଆଡକୁ ପ୍ରସାରି କହିଲା, ଯୀଶୁବାପା ତୁମେ ଅଛ, ମୋତେ ଉଦ୍ଧାର କର କହି ଚିତ୍କାର କରି ଡାକିଲା !ତାହାଙ୍କ ଚିତ୍କାର ପ୍ରଭୁ ଶୁଣିଲେ !ସେହି ଜଙ୍ଗଲର ସିଂହକୁ ଆଜ୍ଞାକଲା, କିଛି ସିଂହ ତାହାଙ୍କ ଉପରେ ପଡି, ସେହି ଅପରାଧୀ ମାନଙ୍କୁ ହତ୍ୟା କଲେ !ସେହି ଯୁବତୀ କିଛି କଲା ନାହିଁ ! ଦେଖନ୍ତୁ କେତେ ମହାନ ଆଶ୍ଚର୍ଯ୍ୟ !

 

ପବିତ୍ର ବାଇବଲରେ ଦାନିଏଲ ପ୍ରଭୁଙ୍କର ଠାରେ ସତ୍ୟତାରେ ଅଛନ୍ତି ! ତାହାଙ୍କ ହିଂସାକାରୀ ଦାନିଏଲ ପ୍ରଭୁଙ୍କର ନିକଟରେ ପ୍ରାର୍ଥନା କରିବା କାର୍ଯ୍ୟକୁ ଦୋଷାରୋପ କଲେ ! ରାଜା ଆଜ୍ଞା କଲେ,କୌଣସି ମଣିଷ ତିରିଶି ଦିନ ରାଜାଙ୍କ ଛଡା ଆଉ କାହାକୁ କୌଣସି ଇଶ୍ୱର କିମ୍ବା ମଣିଷ ପ୍ରାର୍ଥନା କରିବା ଉଚିତ ନୁହେଁ !ଯଦି ପ୍ରାର୍ଥନା କରନ୍ତି, ତେବେ ତାହାଙ୍କୁ ସିଂହ ଗୋତ୍ରରେ ପକାଇ ଦିଆଯିବ ବୋଲି ଆଇନ ପ୍ରସ୍ତୁତ କଲେ !ସେହି ଆଇନ ଥିଲେ ମଧ୍ୟ ଦାନିଏଲ ଯଥାରୀତି ଅନୁସାରେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ଯୋଗୁ, ତାହାଙ୍କୁ ସିଂହ ଗତ୍ରରେ ପକାଇ ଦିଆଗଲା !କିନ୍ତୁ ଦାନିଏଲ ପରମେଶ୍ୱରଙ୍କୁ ଡାକି, ସିଂହ ବନ୍ଦନରୁ ଉଦ୍ଧାର ହେଲେ !

          

ପ୍ରିୟ ପ୍ରଭୁଙ୍କର ସନ୍ତାନ ଗଣ, ଆମ ଇଶ୍ୱର ଡ଼ାକିଥିବା କାଉକୁ ଖାଦ୍ୟ ଯୋଗାଇବା ଇଶ୍ୱର ଅଟନ୍ତି !ସେହିପରି ଇଶ୍ୱରଙ୍କୁ ତୁମେ ଡାକିଲେ ନଶୁଣି ରହିବେ କି ? ନିଶ୍ଚୟ ସାହାଯ୍ୟ କରିବେ !ତୁମର ବିପଦ ବେଳେ ସାହାଯ୍ୟ କରିବାକୁ କେହି ନାହାନ୍ତି ବୋଲି ଥିଲେ ତୁମ୍ଭ ନିମନ୍ତେ ଦୂତଙ୍କୁ ପଠାଇବେ !ଆମେ ତାହାଙ୍କୁ ଡାକିବା ବେଳେ ଆମର ସମସ୍ୟା ଯାହା ହେଉନା କାହିଁକି ସେଥିରୁ ସେ ଆମକୁ ଉଦ୍ଧାର କରିବେ !ତୁମର ବିପଦ ବେଳେ ମଣିଷକୁ ବିଶ୍ୱାସ କରିବା ଅପେକ୍ଷା ଯୀଶୁଙ୍କୁ ଡାକ !ସେ ତୁମକୁ ସାହାଯ୍ୟ କରି ମୁକ୍ତ କରିବେ !ତୁମେ ତାହାଙ୍କ ନାମକୁ ପ୍ରଶଂସା କରିବ !ଆମେନ୍ !

- ଶ୍ରୀମତୀ ପ୍ରେମା ଲାତା 

 

ପ୍ରାର୍ଥନା ଅନୁରୋଧ:-

"ଭୋକିଲାକୁ ଖାଦ୍ୟ ଯୋଗାଣ "ସେଵାକାର୍ଯ୍ୟ ଦ୍ଵାରା ମିଳନ ହେଉଥିବା ଅନେକେ ପ୍ରଭୁଙ୍କର ପ୍ରେମକୁ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

ଇଶ୍ବର ପବିତ୍ର ବାଇବଲରେ ଚମତ୍କାର କାର୍ଯ୍ୟ କରିଥିଲେ ଏବଂ ପାଉଲଙ୍କ ମାଧ୍ୟମରେ ସେମାନଙ୍କ ମଧ୍ୟରୁ କେତେକ ହେଉଛି:

 

(୧).ଲିଷ୍ଟ୍ରା ପାଉଲ ଜଣେ ପଙ୍ଗୁକୁ ସୁସ୍ଥ କଲେ !

 

(୨).ପାଉଲଙ୍କ ଶିକ୍ଷା ଦ୍ୱାରା ପ୍ରଭୁ ଲିଡିଆଙ୍କ ହୃଦୟ ଖୋଲିଥିଲେ !

 

(୩).ସେ ଏକ ସଙ୍କେତ କହିବା ବ୍ୟାଧି ଥିବା ମହିଳାଙ୍କଠାରୁ ଏକ ମନ୍ଦ ଆତ୍ମାକୁ ଗୋଡ଼ାଇଥିଲେ !

 

(୪).ଏଫିସରେ ଶିଷ୍ୟମାନେ ପବିତ୍ର ଆତ୍ମା ଗ୍ରହଣ କଲେ ଯେତେବେଳେ ସେମାନଙ୍କ ଉପରେ ହାତ ରଖାଗଲା !

 

(୫).ରୋଗୀମାନଙ୍କ ପାଇଁ ପାଉଲଙ୍କ ବ୍ୟାଣ୍ଡେଜ୍ ଏବଂ ପୋଷାକ ପ୍ରୟୋଗ ହେବା ମାତ୍ରେ ରୋଗ ଭଲ ହୋଇଗଲା ଏବଂ ମନ୍ଦ ଆତ୍ମାମାନେ ପଳାଇଲେ !

 

(୬).ଯେତେବେଳେ ଯାଦୁଗରମାନେ ପାଉଲଙ୍କ ପ୍ରଚାର ଶୁଣିଲେ, ସେମାନେ ସେମାନଙ୍କର ପୁସ୍ତକ ପଚାଶ ହଜାର ରୂପା ଦଗ୍ଧ କଲେ ! ମୃତ ଇଉଟିଚସ୍ ପୁନଃର୍ବାର ଜୀବନ ଦେଲେ 

         

(୭).ମାଲ୍ଟା ଦ୍ୱୀପରେ ଏକ ସାପ ପାଉଲଙ୍କୁ କାମୁଡି ଦେଇଥିଲା ଏବଂ ଏଥିରେ କୌଣସି କ୍ଷତି ହୋଇନଥିଲା !

 

(୮).ଯେତେବେଳେ ପାଉଲ ଏବଂ ସିଲା ମଧ୍ୟରାତ୍ରିରେ କାରାଗାରରେ ପ୍ରାର୍ଥନା କରୁଥିଲେ ଏବଂ ପ୍ରଶଂସା ଗାନ କରୁଥିଲେ, ସେତେବେଳେ କାରାଗାରର କବାଟ ଖୋଲା ଯାଇ ସମସ୍ତଙ୍କ ଶିକୁଳି ବାହାରି ଆସିଲା !

 

ଖ୍ରୀଷ୍ଟଙ୍କଠାରେ ପ୍ରିୟ ବନ୍ଧୁଗଣ,ଯଦିଓ ପାଉଲଙ୍କ ମାଧ୍ୟମରେ ଅନେକ ଚମତ୍କାର ଘଟିଥିଲା, ସେ ସ୍ଥିର ହୋଇଥିଲେ ଯେ ଏହା ଖ୍ରୀଷ୍ଟ ଏବଂ ତାଙ୍କ ନୁହେଁ ! ସେ କହିଥିଲେ ମୁଁ ଜଣେ ପାପୀ ଏବଂ ଜଣେ ପ୍ରମୁଖ ପାପୀ ! ଆମେ ଆମ ଜୀବନରେ କିପରି କରୁଛୁ ? ଆମେ ନିଜ ବିଷୟରେ ଗର୍ବ କରୁଛୁ କି ? ନା ଆମେ ତ୍ରାଣକର୍ତ୍ତା ଯୀଶୁଙ୍କ ବିଷୟରେ କହୁଛୁ ? ଏହା ବିଷୟରେ ଚିନ୍ତା କରିବା !

- ଭଉଣୀ ଫାତିମା

 

ପ୍ରାର୍ଥନା ଅନୁରୋଧ:-

ଉତ୍ତର ଭାରତରେ ୫00 ମିଶନାରୀ ଉତ୍ପନ୍ନ ହେବା ପାଇଁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al