Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-06-2024
Share:

By Village Missionary Movement

Monday, 10-Jun-2024

ଆଜିର ବାକ୍ୟ (Oriya) 10-06-2024

 

ବୋଝ 

 

“ଅତଏବ, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ !” - ଏବ୍ରୀ ୧୨:୧

 

ଗୋଟିଏ ଗାଁରେ ଜଣେ ବୁଢ଼ୀ ମୁଣ୍ଡରେ ଛନ ବିଡା ଧରି ଚାଲିଚାଲି ଆସୁଥିଲା ! ସେବେ ଏକ ଶଗଡ଼ ସେହି ରାସ୍ତାରେ ଆସିଲା ! ସଙ୍ଗେ ସଙ୍ଗେ ସେହି ଶଗଡ଼ ଵାଲା ଗାଡ଼ିରେ ଚଡିବାକୁ କହିଲା ! ସେ ଚଡିଲା,କିନ୍ତୁ ସେ ମୁଣ୍ଡରେ ଥିବା ଛନ ବିଡାକୁ ତଳେ ରଖିଲା ନାହିଁ ! ଏହା ଦେଖୁଥିବା ଶଗଡ଼ ଗାଡିଵାଲା ହସି ହସି ମା’ଙ୍କୁ କହିଲା, ଦୟାକରି ଗୁଚ୍ଛକୁ ଗାଡ଼ିରେ ରଖିଦିଅନ୍ତୁ , କିନ୍ତୁ ସେ ଶୁଣିଲା ନାହିଁ ! ସେ ତାଙ୍କ ମୁଣ୍ଡରେ ଭାର ବହନ କରି ଯାତ୍ରା ଜାରି ରଖିଥିଲେ !

 

ସନ୍ତାନହୀନ ହାନ୍ନା,ତାଙ୍କ ସଉତୁଣୀ ପେନ୍ନାଙ୍କ ଠାରୁ ଯନ୍ତ୍ରଣା ଅନୁଭବ କଲା ! କଟୁ ଶବ୍ଦ ହେତୁ ନ ଖାଇ କାନ୍ଦୁ ଥିଲା ! ଏହିପରି ତାଙ୍କ ଦିନ ଲୁହ ଓ ଭାରରେ ବିତୁଥାଏ ! ସେ ଚର୍ଚ୍ଚକୁ ଯିବାର ସୁଯୋଗ ପାଇଲେ ! ସେ ପରମେଶ୍ୱରଙ୍କ ଉପସ୍ଥିତିରେ ତାଙ୍କ ହୃଦୟକୁ ସମର୍ପଣ କଲା ! ସେ ସମସ୍ତ ବୋଝକୁ ଓଲ୍ଲାଇଲା ! ତା’ପରେ ସେ ଆଉ ଦୁଃଖିତ ନଥିଲେ ! ହଁ, ହାନ୍ନା ତାଙ୍କ ବୋଝକୁ ପ୍ରଭୁଙ୍କ ପାଦରେ ପକାଇଲେ ! ସେ ପରମେଶ୍ୱରଙ୍କ ଉପରେ ନିର୍ଭର କରି ଧୌର୍ଯ୍ୟର ସହିତ ଅପେକ୍ଷା କଲେ ! ପରମେଶ୍ୱର ଶାମୁୟେଲ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ତାଙ୍କ ଦ୍ଵାରା ଜନ୍ମ ଦେଲେ ! ତା’ପରେ ସେ ପୁତ୍ର ଓ ଝିଅ ପାଇ ପରମେଶ୍ୱରଙ୍କ ପ୍ରଶଂସା କଲେ !

       

ଏହାକୁ ପଢ଼ୁଥିବା ଆମେମାନେ ଆମ ଜୀବନରେ ଭାର ଆମେ ହିଁ ବହନ କରୁଛୁ କି ନା ଆମେ ତାହାକୁ ପ୍ରଭୁଙ୍କ ପାଦତଳେ ରଖୁଛୁ ? ହଁ, ଗୀତସଂହିତା:-୫୫:୨୨ କୁହେ,ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ;ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ ! ହଁ, ଆମ ଜୀବନରେ ଋଣ ସମସ୍ୟା, ଅସୁସ୍ଥତା, ଦାରିଦ୍ରତା ଏବଂ ଅନ୍ୟାନ୍ୟ ପରି ଅସଂଖ୍ୟ ସମସ୍ୟା ଥାଇପାରେ ! କିନ୍ତୁ କେବେହେଲେ ନିରୁଉତ୍ସାହିତ ହୁଅ ନାହିଁ ! କେହି ଜଣେ ତୁମ ହାତର ପାପୁଲିରେ ଟାଣୁଛନ୍ତି ! ସେ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ! ତେଣୁ ତୁମର ସମସ୍ତ ଚିନ୍ତା ତାଙ୍କ ଉପରେ ପକାନ୍ତୁ ! ତାଙ୍କ ଉପରେ ଭାର ବହନ କର ! ଏହା ପରେ ତୁମେ ଦୁଃଖିତରେ ରହିବ ନାହିଁ ! ସେ ହେଉଛନ୍ତି ଯିହୋବା ଏବଂ ପ୍ରତ୍ୟେକ ଜିନିଷର ଯତ୍ନ ନେବେ !

- ଶ୍ରୀମତୀ ନିରୋଶା ଆଲଭିନ୍ 

 

ପ୍ରାର୍ଥନା ଅନୁରୋଧ:-

କାନମାଇନି କିଲ,ଯିହୋଶୂଅ ଉଠ,ଏହି ଯୁବ ପତ୍ରିକା ଦ୍ୱାରା ଅନେକ ଯୁବକ ଉପକୃତ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al