By Village Missionary Movement
Friday, 24-May-2024ଆଜିର ବାକ୍ୟ (Oriya) 24-05-2024
ବରର ପ୍ରେମ
“କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ !” - ଯୋହନ ୩:୧୬
ରାନୀ ନାମକ ଜଣେ ଯୁବତୀ ତାଙ୍କ ପିତାମାତାଙ୍କ ସହିତ ଏକ ସହରରେ ରହୁଥିଲେ ! ରାଣୀ ଏକ ଯୁବକ ପୁଅକୁ ପ୍ରେମ କଲା ! ଦୁଇଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ ! କିନ୍ତୁ ଉଭୟ ପରିବାର ମଧ୍ୟରେ ତୀବ୍ର ବିରୋଧ କଲେ ! ରାଣୀକୁ ଯିଏ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କୁ ଜାଣିବା ପାଇଁ କେତେ ବଳିଦାନ ଦେଇଉଛି ତାହା ଆଶା କଲା ! ରାନୀ ତାଙ୍କୁ ଡାକି କୁହନ୍ତି,ଯଦି ତୁମେ ମୋତେ ପ୍ରକୃତରେ ଭଲ ପାଅ ତେବେ ତୁମକୁ କିଛି କରିବାକୁ ପଡିବ ! ଆସନ୍ତାକାଲି ସକାଳେ ଆମେ ଆମ ସହରର ସୀମାରେ ଥିବା ପାହାଡର ଶିଖରକୁ ଯାଇ ଏକାଠି ଡେଇଁ ତଳକୁ ଡେ଼ଇବା କହିଲା !ସେ ଆହୁରି ମଧ୍ୟ କହିଲା, ତୁମକୁ ମୁଁ ଭଲ ପାଏ ତୁମେ ମୋତେ ବିଶ୍ୱାସ କର ବୋଲି ତାଙ୍କ ସହ କେତେ କହିଲେ ମଧ୍ୟ ଶେଷରେ ପୁଅଟି ରାଜି ହେଲା ! ପରଦିନ ସକାଳେ ରାଣୀ ନିର୍ଦ୍ଦିଷ୍ଟ ସମୟରେ ଯାଇଥିଲେ ! ପୁଅଟି ସେଠାକୁ ଆସି ନ ଥିଲେ ! ସେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଲେ ! ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା ! ରାଣୀ ସତ୍ୟକୁ ଅନୁଭବ କଲେ ! ସେ ଜଣେ ଠକ ! ସେ ବହୁତ କାନ୍ଦିଲା କାରଣ ମୁଁ ଯାହାକୁ ଅଧିକ ଭଲ ପାଉଥିଲି ସେ ମୋତେ ବିଶ୍ୱାସଘାତକତା କଲା !
ଜଣେ ଲୋକ ସେହି ବାଟରେ ଆସିଲେ ! ସେ ତାଙ୍କୁ ପଚାରିଲେ, "ଝିଅ, ତୁମେ କାହିଁକି କାନ୍ଦୁଛ ?” ସମସ୍ତ ଘଟଣା କହିଁକି କାନ୍ଦିଲା ! ବାଟୋଇ କହିଲା,ଠିକ୍ ଅଛି ,ଝିଅ, କାନ୍ଦ ନାହିଁ ! ମୁଁ ଜଣକୁ ଜାଣେ !ସେ ତୁମକୁ ଶାନ୍ତି ଦେବେ ବୋଲି କହିଥିଲେ ! ରାଣୀ ପଚାରିଲା, "ସେ କିଏ ?" ଯାହାକୁ ତୁମେ ଭଲ ପାଅ ସେ ତୁମକୁ ବିଶ୍ୱାସଘାତକତା କରିପାରେ ! କିନ୍ତୁ ଏହି ସର୍ବୋଚ୍ଚ ବର ତୁମକୁ ପରିତ୍ୟାଗ ନକରି ସର୍ବଦା ଆଲିଙ୍ଗନ କରିବ ! ସେ ମୃତ୍ୟୁର ଗର୍ତ୍ତକୁ ଡେଇଁ ତୁମ ପାଇଁ ଏକ ବଡ଼ ବଳିଦାନ ଦେଲେ ! ସେ ହେଉଛନ୍ତି "ଯୀଶୁ" ! ସେ କହିଥିଲେ, ତାହାଙ୍କ ପ୍ରେମ ଅପରିବର୍ତ୍ତନୀୟ ! ସେ ଜାଣି ପାରିଲା ତାଙ୍କ ପାଇଁ କିଏ ବଳିଦାନ ଦେଇଛି ! ଯୀଶୁଙ୍କ ପ୍ରେମ ତାଙ୍କ ଖାଲି ହୃଦୟକୁ ପୂର୍ଣ୍ଣ କଲା !
ଆଜି ବି ମାନବ ପ୍ରେମ ପରିବର୍ତ୍ତନଶୀଳ ! ଆମେ କିଛି ଲୋକଙ୍କୁ ବହୁତ ଭଲପାଉ ଏବଂ ବିଶ୍ୱାସ କରୁ ଏବଂ ସେମାନଙ୍କର ପ୍ରେମ ନିରାଶାଜନକ ହୋଇଯାଏ, ଆମେ କାନ୍ଦୁ ଏବଂ ଏକାକୀ ଅନୁଭବ କରୁ ! ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ବ୍ୟତୀତ ସମସ୍ତ ପ୍ରେମ ସୀମିତ ଅଟେ ! ଏହାକୁ ପାଠ କରୁଥିବା ପ୍ରିୟଜନମାନେ, ତୁମେ ଚିନ୍ତିତ କି ମୋର ଦାରିଦ୍ର, ଅସୁସ୍ଥତା, କଷ୍ଟ, ଅପମାନ, ଲଜ୍ଜାରେ ମୋ ସହିତ କେହି ନାହାଁନ୍ତି ଏବଂ ମୋ ପାଇଁ ଏହିସବୁ ବହନ କରିବାକୁ କେହି ନାହାଁନ୍ତି ? ସବୁ ଜିନିଷ ମଧ୍ୟରେ ଯିଏ ତୁମକୁ ପୁନର୍ଜୀବିତ କରିବା ଏବଂ ସେମାନଙ୍କଠାରୁ ରକ୍ଷା କରିବା ପାଇଁ ତାଙ୍କ ଡାହାଣ ହାତ ବିସ୍ତାର କରି ଅପେକ୍ଷାରେ ପ୍ରଭୁ ଅଛନ୍ତି ! ବ୍ୟସ୍ତ ହୁଅନ୍ତୁ ନାହିଁ ! ତାଙ୍କ ପ୍ରେମକୁ ସ୍ୱାଦ କରିବା ଏବଂ ଜୀବନର ଶେଷ ପର୍ଯ୍ୟନ୍ତ ନିରାଶ ବିନା ଧୌର୍ଯ୍ୟରେ ତାହାଙ୍କ ସହ ବଞ୍ଚିବା !
- ଶ୍ରୀମତୀ ନିତ୍ୟା ନିତ୍ୟାନନ୍ଦ
ପ୍ରାର୍ଥନା ଅନୁରୋଧ:-
ଆମର ଉତ୍ତର ଭାରତୀୟ ମିଶନାରୀ ସେବା ପାଇଁ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.