Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 01-05-2024
Share:

By Village Missionary Movement

Wednesday, 01-May-2024

ଆଜିର ବାକ୍ୟ (Oriya) 01-05-2024

 

ଉପବାସ ଏବଂ ବାହାରକୁ ଯିବା 

 

“ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମୋହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ !” - ମାଥିଉ ୨୩:୨୩

 

ଯୀଶୁ ଖ୍ରୀଷ୍ଟଙ୍କ ସମୟରେ ଶାସ୍ତ୍ରୀମାନେ ପବିତ୍ର ବାଇବଲର କେତେକ ସତ୍ୟକୁ କଠୋର ଭାବରେ ପାଳନ କଲେ; କେତେକ ସତ୍ୟକୁ ଅଣଦେଖା କରାଯାଇଛି ! ଯେତେବେଳେ ଦଶମାଂଶ କଥା ଆସେ, ସେମାନେ କେବଳ ଟଙ୍କା ନୁହେଁ ଜିରା ମଧ୍ୟ ଦଶମାଂଶ ପ୍ରଦାନ କରିଥିଲେ ! କିନ୍ତୁ ସେମାନେ ବାଇବଲର ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ଯଥା ନ୍ୟାୟ, ଦୟା ଏବଂ ବିଶ୍ୱାସକୁ ଭୁଲିଗଲେ ! ଏଥିପାଇଁ ପ୍ରଭୁ ସେମାନଙ୍କୁ "ଧିକ୍ " ବୋଲି ଭର୍ସନା କଲେ !

 

ଯେତେବେଳେ ନୈବେଦ୍ୟ ଗୁରୁତ୍ୱପୂର୍ଣ୍ଣ କି ଦୟା ଗୁରୁତ୍ୱପୂର୍ଣ୍ଣ ତାହା ବିଷୟରେ, ଆମ ପ୍ରଭୁ କହିଥିଲେ, “ଏହିସବୁ କାର୍ଯ୍ୟ ନିଶ୍ଚୟ କରାଯିବା ଉଚିତ ଏବଂ ସେହି ଜିନିଷଗୁଡ଼ିକୁ ଛାଡି ଦିଆଯିବା ଉଚିତ୍ ନୁହେଁ !” ହଁ, ପବିତ୍ର ବାଇବଲରେ ସମସ୍ତ ସତ୍ୟ ସନ୍ତୁଳିତ ଏବଂ ପ୍ରୟୋଗ ହେବା ଉଚିତ୍ !

 

ଏହା ଆମର ପ୍ରଭୁଙ୍କ ଆଦେଶ ଯେ, ସମଗ୍ର ବିଶ୍ୱରେ ସୁସମାଚାର ପ୍ରଚାର କର !(ମାଥିଉ:- ୨୮:୧୯ )ରେ ଧ୍ୟାନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ହେଉଛି “ତୁମେ ଯାଅ ” ! ହଁ, ଶିଷ୍ୟମାନେ ବାହାରକୁ ଯାଇ ସୁସମାଚାର ପ୍ରଚାର କରିବା ଉଚିତ୍ ଯେଉଁଠାରେ ସୁସମାଚାର ପ୍ରଚାର କରାଯାଇ ନାହିଁ ଏହା ପ୍ରଭୁ ଆମକୁ ଆଦେଶ କରିଛନ୍ତି ! ଆଜି ଦେଶର ଲୋକଙ୍କ ପରିତ୍ରାଣ ପାଇଁ ଅନେକ ଥର ଉପବାସ ପ୍ରାର୍ଥନା କରାଯାଏ ! ତାହା ବହୁତ ଭଲ, କିନ୍ତୁ ଆମେ ପ୍ରାର୍ଥନା ହିଁ ରହି ଯାଉଛୁ ! ଆମେ ଭାବିବା ଆବଶ୍ୟକ ଯେ, ଆମେ ଲୋକଙ୍କ ପରିତ୍ରାଣ ପାଇଁ କାର୍ଯ୍ୟ କଉଛୁ କି ?

 

ଯେଉଁ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଥିଲେ, ପ୍ରାର୍ଥନା ତାଙ୍କ ଜୀବନର ଏକ ପ୍ରମୁଖ ଜିନିଷ ଥିଲା ! ଆମେ ସୁସମାଚାରରେ ପଢ଼ିଛୁ ଯେ ସେ ତାଙ୍କର ସେବା ଆରମ୍ଭରେ ଚାଳିଶ ଦିନ ଉପବାସ କରିଥିଲେ ! କିନ୍ତୁ ଆମର ପ୍ରଭୁ ସେଠାରେ ଅଟକି ନାହାଁନ୍ତି, ଆମେ ପଢୁଛୁ ଯେ,ଯୀଶୁ ସେମାନଙ୍କ ସମାଜଗୃହସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ନଗର ପୁଣି, ଗ୍ରାମଗୁଡ଼ିକରେ ଭ୍ରମଣ କରିବାକୁ ଲାଗିଲେ! (ମାଥିଉ:-୯:୩୫ )ଯେହେତୁ ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଉଦାହରଣ ହୋଇ ଚାଲିଗଲେ, “ଉପବାସ ଏବଂ ବାହାରକୁ ଯିବା” ହେଉଛି ପଥ !

        

ଯଦି ଇଉରୋପୀୟ ମିଶନାରୀମାନେ ସେମାନଙ୍କ ଦେଶରେ ଉପବାସ ଏବଂ ପ୍ରାର୍ଥନା କରିଥାନ୍ତେ, ତେବେ ଆପଣ ଏବଂ ମୁଁ ଉଦ୍ଧାର ହୋଇପାରି ନଥା’ନ୍ତୁ ! ଆମେ ସୁସମାଚାର ଜାଣୁ କାରଣ ସେମାନେ ବିପଜ୍ଜନକ ସମୁଦ୍ର ଯାତ୍ରା କରି ଏବଂ ଶଗଡ଼ ଗାଡିରେ ଯାତ୍ରା କରିଥିଲେ ! ସେମାନଙ୍କ ପରି ଉପବାସ କରିବା ଏବଂ ପ୍ରାର୍ଥନା କରିବା; ଆମେ ସବୁଆଡେ ସୁସମାଚାର ପ୍ରଚାର କରିବା !ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ !

- ଶ୍ରୀ ଜେ. ସନ୍ତୋଷ 

 

ପ୍ରାର୍ଥନା ଅନୁରୋଧ:-

ଏହି ମାସ ସାରା ହେବାକୁ ଥିବା ସେଵାକାର୍ଯ୍ୟରେ ଯୀଶୁଖ୍ରୀଷ୍ଟଙ୍କ ହସ୍ତ ସହବର୍ତ୍ତୀ ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet