Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 12-04-2021
Share:

By Village Missionary Movement

Monday, 12-Apr-2021

ଆଜିର ବାକ୍ୟ (Oriya) 12-04-2021

ଶୁଣନ୍ତୁ 

“ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ; ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ।“ - ଗୀତସଂହିତା 95:8

ମହାନ ଆଲେକଜ୍ୟାଣ୍ଡର ପୃଥିବୀରେ ଯୁଦ୍ଧ କରି ସମସ୍ତ ଦେଶକୁ ତାର ଅକ୍ତିଆର କରିନେଉଥିଲା !ଦିନେ ଯୁଦ୍ଧ ଶେଷ କରି,  ବିଶ୍ରାମ ନେବାକୁ  ତମ୍ବୁ ନିକଟରେ ଥିବାବେଳେ ସେ ବ୍ୟବହାର କରୁଥିବା ଘୋଡା ତମ୍ବୁକୁ ଛାଡି ବଜାର ନିକଟକୁ ପଳାଇ ଗଲା !ସେହି ଘୋଡାଟି ଯାହା ପାଇଲା ତାହା ଖାଇ ଦେଇ ଏକ ଦୋକାନ ଆଗରେ ଶୋଇ ପଡିଲା !ସେହି ଦୋକାନକୁ କେହି ଯାଇ ନ ପାରି ବହୁତ ଅସୁବିଧା ହେଉଥାନ୍ତି !ରାଜାଙ୍କର ଘୋଡା ହୋଇଥିବା ହେତୁ କେହିବି ଘୋଉଡେଇବାକୁ ଚେଷ୍ଟା କରି ନାହାନ୍ତି !ତେଣୁ ସେହି ଦୋକାନ ମାଲିକ ଗୋଟିଏ ଘଣ୍ଟି ଆଣି ସେହି ଘୋଡାର କାନରେ ହଲାଇବାକୁ ଲାଗିଲା !କେତେ ବଡ଼ ଶବ୍ଦ କରିଲା କିନ୍ତୁ ଘୋଡାକୁ ଉଠାଇ ପାରିଲିନି !ଏଥିଭିତରେ ଘୋଡାକୁ ଖୋଜି ଖୋଜି ଯୁଦ୍ଧ ସୈନିକମାନେ ଆସି, ସେହି ଦୋକାନର ମାଲିକ ଘଣ୍ଟି ହଲାଇବା ଦେଖି ହସି ହସି କହିଲେ, ବାପା ଏହି ଘୋଡାଟି ଭୟଙ୍କର ତୂରି, ବୋମା ଏବଂ ବଡ଼ ବଡ଼ ଆୟୁଧ ଶବ୍ଦ ଶୁଣି ଶୁଣି ଭୟ ହୋଇନାହିଁ !ତୁମର ଏହି ଛୋଟ ଘଣ୍ଟି ଶବ୍ଦକୁ ଉଠି ପଡିବ କି, କହି ଘୋଡାକୁ ଉଠାଇ ନେଇଗଲେ !

ଇଶ୍ରାଏଲ ପ୍ରଜାଙ୍କୁ ଶାସନ  କରୁଥିବା  ରାଜାମାନେ ପାପ କରୁଥିବାବେଳେ ଅନେକ ପ୍ରବକ୍ତାମାନଙ୍କ ଦ୍ଵାରା ପ୍ରଭୁ ପ୍ରତ୍ୟେକ ଥର ଦର୍ଶନ ଦେଇ, ସତର୍କ କରି ଆସୁଥାନ୍ତି ଏବଂ କଥା କହି ଆସୁଥାନ୍ତି  !ମାତ୍ର ସେମାନେ ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରି ନାହାନ୍ତି !ଆମେ ଅରଣ୍ୟରେ ପ୍ରଭୁଙ୍କର ରବକୁ ଶୁଣୁ ନାହୁଁ ବୋଲି ପ୍ରବକ୍ତାଙ୍କର କଥାକୁ ଡାକୁଥିବା ପରି ନତମସ୍ତକ ନ କରିବା ପ୍ରଜା ଭାବେ ରହୁଥାନ୍ତି !ଏହା ଦ୍ଵାରା ସେମାନେ ଅନେକ ଥର  ପ୍ରଭୁଙ୍କର ଶାପଗ୍ରସ୍ତ ହୋଇଛନ୍ତି !

ମୋର ପ୍ରିୟ ବନ୍ଧୁଗଣ, ଆମେ ମଧ୍ୟ ପୂର୍ବରେ ପ୍ରଭୁଙ୍କର ବାକ୍ୟକୁ ଚର୍ଚ୍ଚରେ, ଆରାଧନାରେ ହିଁ ଶୁଣିବାକୁ ପାଉଥିଲୁ !କିନ୍ତୁ ଆଜିର ଦିନରେ ୟୁଟ୍ୟୁବ ଏବଂ ଫେସବୁକ କହି ସୋସିଆଲ ମିଡ଼ିଆରେ ପ୍ରଭୁଙ୍କର ସନ୍ଦେଶଗୁଡିକ ପ୍ରଚୁର ରୂପରେ ଅଛି !ସେଗୁଡିକ ଶୁଣୁ ହିଁ ଅଛୁ !ଏହା ବହୁତ ଉତ୍ତମ ଅଟେ !ମାତ୍ର ଏଠାରେ ଏକ ପ୍ରମାଦ ଅଛି !ବାକ୍ୟଗୁଡିକ ଅନେକ ବିଧାନରେ ଶୁଣି, ସମସ୍ତ ସତ୍ୟତାକୁ ଗ୍ରହଣ କରିଥାଇ, ଗ୍ରହଣ ଯୋଗ୍ୟ ହେଉଛୁ କି ନା ଆମ ହୃଦୟ ଗ୍ରହଣ ବିହୀନ ହୋଇ ବଦଳି ଯାଉଛୁ  କି ? ଏହା ପଡ଼ୁଥିବା ଆମେ ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ଶୁଣି ଶୁଣି ହୃଦୟରେ ପରିବର୍ତ୍ତନ ନ ରହି ଆଲେକଜ୍ୟାଣ୍ଡରଙ୍କ ଘୋଡା ସଦୃଶ୍ୟ ରହୁଛୁ କି ? ଆଲୋଚନା କରି ଦେଖିବା !ଆମ ହୃଦୟର କଠିନତା, ଗ୍ରହଣ ବିହୀନତା, ବିଧେୟତା ନ ଥିଲେ, ଆମେ ଆମ ନିଜକୁ ପରୀକ୍ଷା କରି ଦେଖିବା !କେତେ ପ୍ରଭୁଙ୍କର ସନ୍ଦେଶ ଶୁଣୁଛ, ଏହା ପ୍ରାଧାନ୍ୟ ନୁହେଁ !ତାଙ୍କ କଥା ଆମ କାନରେ ପଶୁଛି କି ନାହିଁ ଏହା ହିଁ ପ୍ରାଧାନ୍ୟ !ଆମେ ଅଜି ହିଁ ପ୍ରଭୁଙ୍କର ରବକୁ କାନ ଡେରିବା, ଅନୁଗ୍ରହକୁ ନିଜର କରିବା !
-    ଶ୍ରୀମତୀ ଆନିତା ଆଲାଗାର ସ୍ୱାମୀ 

ପ୍ରାର୍ଥନା କରନ୍ତୁ :-
ସେବକମାନେ ରହିବାକୁ ବଖରାଗୁଡିକ ତିଆରି କରିବା ପାଇ ଆବଶ୍ୟକ ହେଉଥିବା ଆର୍ଥିକ ସାହାଯ୍ୟ ପହଂଚିବା ପାଇ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al