Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 11-04-2021 (Kids Special)
Share:

By Village Missionary Movement

Sunday, 11-Apr-2021

ଆଜିର ବାକ୍ୟ (Oriya) 11-04-2021 (Kids Special)

ଘରର ରାଜା 

"କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ,..." – ଲୁକ 18:1

ଗୋଟିଏ ସୌନ୍ଦର୍ଯ୍ୟ ଭରା ଛୋଟ ଗାଁଟି ଥିଲା !ସେହି ଗ୍ରାମର ଚାରିପଟେ  ଯେଉଁଠି ଦେଖିଲେ ବି ଧଳା ବର୍ଣ ମେଘଗୁଡିକ ଠିକଣା ଖୋଜି ବୁଲିବା ପରି,  ଧଳା କପା ସଦୃଶ୍ୟ ଉଡ଼ୁଥାଏ !ଆକର୍ଷଣିୟ  ରଙ୍ଗବେରଙ୍ଗରେ, ସବୁଜ ରଙ୍ଗରେ, ଲାଲ ରଙ୍ଗରେ ପୁଳା ପୁଳା ହୋଇ ମରିଚ ଭରପୁର ବଗିଚା !ସେହି ଗ୍ରାମରେ ଖୁସିରେ ରହିଥିବା ଜଣେ ଭାଇ ହେଉଛନ୍ତି ରାଜୁ !ସେ ତାର ପିତାମାତା ସହିତ ବାସ କରି ଆସୁଥିଲା !ତାଙ୍କର ପିତାମାତା ଅନେକ ବର୍ଷ ପରେ ମନାସୀ ହୋଇ ତାଙ୍କୁ ପାଇଥିଲେ !ସେ ତାର ନାମକରଣ ଅନୁସାରେ ହିଁ ଉତ୍ତମ ପିଲା ରୂପେ ଜୀବନଯାପନ କରି ଆସିଲା !ଉତ୍ତମ ବୁଜିଭାବେ ବଡିଥିବା ତାଙ୍କ ଠାରେ ଅଧମ ଗୁଣ ଲକ୍ଷଣ ଆସିବା  ଆରମ୍ଭ ହେଲା !ଛୋଟ ଅବସ୍ଥାରୁ ହିଁ ମଦୁଆ, ମାଦକ ଦ୍ରବ୍ୟଗୁଡିକ ଏପରି ଅନେକ ପାପ କାର୍ଯ୍ୟର  ଦାସତ୍ଵ ହେଲା !ଯଦି ଗଣ୍ଡଗୋଲ ହୁଏ, ତେବେ ଭଦ୍ର ବା ବୟସ୍କ ବୋଲି ମଧ୍ୟ ନ ଦେଖି ତାଙ୍କୁ ମାରିବାକୁ, ହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦିଏ ନାହିଁ !ଏପରି ଛୋଟ ବୟସରେ ହିଁ ଦୁର୍ମାର୍ଗ ଜୀବନ ଯାପନ କରିଆସିଲା  !

ବୟସ ବଡିବା ପରେ ସେ ସେହି ପାପକୁ ପରିତ୍ୟାଗ କରିପାରିଲିନି !ତାର ପିତାମାତା ରାଜୁଙ୍କୁ ଦେଖି ସବୁବେଳେ ଦୁଃଖିତ ହେଉଥାନ୍ତି !ତାର ମାଆ ତାଙ୍କ ନିମନ୍ତେ ସର୍ବଦା ପ୍ରାର୍ଥନା କରୁଥାଏ !ତାର ଲୁହ ଝରା ପ୍ରାର୍ଥନା ଶୁଣି ଥିବା ପ୍ରଭୁ, ଗୋଟିଏ ଦିନ ରାଜୁଙ୍କୁ ଦର୍ଶନ ଦେଲା !ସେହି ଦିନରେ ତାଙ୍କ ଠାରେ ଏକ ମହାନ ପରିବର୍ତ୍ତନ ଦେଖାଗଲା !ମୁ କାହିଁକି ମଦୁଆ ହେଲି , କାହିଁକି ଏପରି ପାପ ଅଭ୍ୟାସରେ ଜୀବନଯାପନ କରିବାକୁ ପଡୁଛି  ବୋଲି ଅନେକ ପ୍ରଶ୍ନ ତାଙ୍କ ଠାରେ ଜାତ ହେଲା !ପଚ୍ୟାତାପ କରି ତାଙ୍କ ଜୀବନକୁ ଯୀଶୁଙ୍କ ଠାରେ ସମର୍ପଣ କଲା !ତାଙ୍କ ଗାଁକୁ ପରିତ୍ୟାଗ କରି ଅନ୍ୟ ଦେଶକୁ ଯାଇ ଭଲ କାମ କରି ଆସିଲା !ସେଠାରେ ଥିବା ଚର୍ଚ୍ଚକୁ ଯିବାକୁ ଆରମ୍ଭ କଲା ! ଯୀଶୁଖ୍ରୀଷ୍ଟଙ୍କର ପ୍ରେମରେ ପରିପୂର୍ଣ ହୋଇ ଥିବା ସେ ଖାଲିରେ ରହିପାରିଲିନି !ଜଣେ ପାଗଳ ପରି ଭୋକ ଓ ନିଦକୁ ହଜାଇ, ମୋତେ ପରିବର୍ତ୍ତନ କରିଥିବା ଯୀଶୁବାପାଙ୍କୁ ମୁ କିଛି ହେଲେ କରିବାକୁ ହେବ ବୋଲି, ପ୍ରତି ଦିନ ଜଣକୁ ହେଲେ ସୁସମାଚାର ପ୍ରକାଶ କରିବାକୁ ହେବ ବୋଲି ଆତୁର ତାଙ୍କ ଠାରେ ବିସ୍ତାର  ହୋଇ   ରହିଥିଲା !କାର୍ଯ୍ୟ ଶେଷ କରି ହାଲିଆ ହୋଇ ତାର ବଖରାକୁ ଆସି ସେ ଖାଲିରେ ରହି ପାରିଲିନି !ଆବଶ୍ୟକ ହେଉଥିବା ଲୋକଙ୍କୁ ଖୋଜି ସୁସମାଚାର ପ୍ରକାଶ କଲା !ବର୍ତମାନ ତାର କାର୍ଯ୍ୟକୁ ପରିତ୍ୟାଗ କରି, ସେ ସମ୍ପୂର୍ଣ ସେବକ ଭାବେ ସେ ନିଜକୁ ସମର୍ପଣ ହୋଇ ପ୍ରଭୁଙ୍କର କାମ କରି ଆସୁଅଛି !

ଭାଇ ଓ ଭଉଣୀମାନେ ତୁମ୍ଭ ପରିବାରରେ କେହିବି ଏପରି ପାପରେ ଜୀବନଯାପନ କରୁଥିଲେ, ସେମାନଙ୍କ ନିମନ୍ତେ ଯୀଶୁଙ୍କର ନିକଟରେ କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଦ୍ଵାରା ସେମାନଙ୍କ ଜୀବନକୁ ପରିବର୍ତ୍ତନ କରିବାକୁ ଯୀଶୁବାପା ସିଦ୍ଧ ହୋଇଅଛନ୍ତି !ପ୍ରାର୍ଥନା କରିବୁ କି ? ଓକେ !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al