Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 28-03-2024
Share:

By Village Missionary Movement

Thursday, 28-Mar-2024

ଆଜିର ବାକ୍ୟ (Oriya) 28-03-2024

 

ଯୀଶୁଙ୍କ ଯନ୍ତ୍ରଣା 

 

“ସେ ଉପଦ୍ରବ ପ୍ରାପ୍ତ ହେଲେ, ତଥାପି ସେ ଆପଣାକୁ ନମ୍ର କରି ଆପଣା ମୁଖ ଫିଟାଇଲେ ନାହିଁ; ବଧସ୍ଥାନକୁ ନିଆଯିବା ମେଷଶାବକ ତୁଲ୍ୟ, ଲୋମଚ୍ଛେଦକମାନଙ୍କ ସମ୍ମୁଖରେ ନୀରବ ମେଷ ତୁଲ୍ୟ ହୋଇ ସେ ଆପଣା ମୁଖ ଫିଟାଇଲେ ନାହିଁ !” - ଯିଶାଇୟ ୫୩:୭

 

ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ଏହି ଜଗତକୁ ପଠାଯିବା ପୂର୍ବରୁ, ତାଙ୍କର ଜନ୍ମ, ସେବା, ଏବଂ ତାଙ୍କୁ ଭୋଗିବାକୁ ପଡୁଥିବା ସମସ୍ତ ଭବିଷ୍ୟବାଣୀ କରାଯାଇଥିଲା ! ବିଶେଷକରି,ତାଙ୍କ ଶେଷ ଦିନରେ ଘଟିଥିବା ଘଟଣା, କ୍ରୁଶବିଦ୍ଧ ଏବଂ ମୃତ୍ୟୁ ଅନେକ ଭବିଷ୍ୟବାଣୀ ପୁସ୍ତକରେ ଲେଖାଯାଇଥିଲା !

 

ଯୀଶୁଙ୍କୁ ୩0 ଖଣ୍ଡ ରୂପା ମୁଦ୍ରା ପାଇଁ ଇଷ୍କରିତ ଯିହୁଦା ଦ୍ୱାରା ବିଶ୍ୱାସଘାତକତା କରି ମହାଯାଜକଙ୍କ ନିକଟକୁ ନେଇକି ଗଲା !ଯେତେବେଳେ ମିଥ୍ୟା ସାକ୍ଷୀମାନେ ଉଠି ତାଙ୍କୁ ଅଭିହିତ କଲେ ସେଠାରେ, "ଯୀଶୁମୌନ ହୋଇ ରହିଲେ "(ମାଥିଉ:-୨୬:୬୩) ଯେତେବେଳେ ସେମାନେ ତାଙ୍କୁ ମୃତ୍ୟୁର ଯୋଗ୍ୟ ବୋଲି ବିଚାର କଲେ, ସେମାନେ ତାଙ୍କ ମୁହଁରେ ଛେପ ପକାଇଲେ ଏବଂ ତାଙ୍କୁ ଚାପୁଡ଼ା ମାରିଲେ, ଏବଂ କେହି କେହି ତାଙ୍କୁ ଗାଲରେ ଚାପୁଡ଼ା ମାରି, ତାହାଙ୍କୁ ପରିହାସ କଲେ !

 

ଯେତେବେଳେ ଯୀଶୁ ରାଜ୍ୟପାଳ ପୀଲାତଙ୍କ ନିକଟକୁ ପଠାଗଲା, ପୀଲାତ ତାହାଙ୍କୁ ମୁକ୍ତ କରିବାକୁ ଇଚ୍ଛା କରି ଏବଂ କହିଲେ, ପର୍ବ ଦିନ ମୁଁ କାହାକୁ ମୁକ୍ତ କରିବି ? ଯେତେବେଳେ ସେ ପଚାରିଲେ ବାରବାଙ୍କୁ କିମ୍ବା ଯୀଶୁ ଖ୍ରୀଷ୍ଟଙ୍କୁ , ଲୋକମାନେ ଚିତ୍କାର କରି କହିଲେ,ବାରବାଙ୍କୁ ମୁକ୍ତ କରାଯିବା ଉଚିତ ଏବଂ ଯୀଶୁଙ୍କୁ କ୍ରୁଶରେ ଚଢାଇବା ଉଚିତ୍ ! ଶତସେନାପତିଙ୍କ ସୈନିକମାନେ ଯୀଶୁଙ୍କ ବସ୍ତ୍ର କାଢ଼ି ତାଙ୍କୁ ଲାଲ ରଙ୍ଗର ବସ୍ତ୍ର ପରିଧାନ କରାଇ , କଣ୍ଟା ସହିତ ମୁକୁଟ ତିଆରି କରି , ମୁଣ୍ଡରେ ଲଗାଇଲେ, ତାଙ୍କ ଆଗରେ ପ୍ରଣାମ କଲେ, ତାଙ୍କୁ ଉପହାସ କଲେ, "ହେ ଯିହୁଦୀମାନଙ୍କର ରାଜା," ତାଙ୍କୁ ଛେପ ପକାଇଲେ, ବାଡ଼ି ଦ୍ଵାରା ତାଙ୍କ ମୁଣ୍ଡରେ ଆଘାତ କରିବା ଆରମ୍ଭ କଲେ !

 

ଯୀଶୁଙ୍କୁ ହେରୋଦଙ୍କ ନିକଟକୁ ପଠାଗଲା, ଏବଂ ହେରୋଦଙ୍କ ପ୍ରଶ୍ନର ଉତ୍ତରରେ, ଯୀଶୁ କିଛି କହିଲେ ନାହିଁ ! (ଲୁକ:-୨୨: ୯) ତାଙ୍କୁ କରୋଡ଼ାରେ ପିଟିପିଟି ମୃତ୍ୟୁକୁ ସମର୍ପଣ କଲେ ! ଯୀଶୁଙ୍କୁ ଦୁଇ ଅପରାଧୀଙ୍କ ସହିତ କ୍ରୁଶରେ ଟଙ୍କା ଗଲା ! ତାଙ୍କୁ ଦୁଇ ହାତ ଓ ଗୋଡରେ ଲୁହାର କଣ୍ଟାକୁ ମାରି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା ! ସେ ମରିଛନ୍ତି କି ନାହିଁ ଦେଖିବା ପାଇଁ ତାଙ୍କୁ ବର୍ଚ୍ଛା ଦ୍ୱାରା ବିଦ୍ଧ କରାଯାଇଥିଲା !

 

ଏହାକୁ ପଢୁଥିବା ପ୍ରିୟ ଭାଇ ଓ ଭଉଣୀମାନେ,ସେ ଏତେ କଷ୍ଟ କାହିଁକି କଲେ ? ସେ କାହା ପାଇଁ କଷ୍ଟ ପାଇଲେ ? ସେ କାହିଁକି ଶାନ୍ତ ଭାବରେ ଏହି ସମସ୍ତ ଉପହାସ, ଉଲୁଗୁଣା , ଅପମାନ, ଯନ୍ତ୍ରଣା ଏବଂ କ୍ରୁଶବିଦ୍ଧତା ସହ୍ୟ କଲେ ? କେବଳ ଆମ ପାଇଁ ! ଆମକୁ ପାପ ଏବଂ ଅଭିଶାପରୁ ମୁକ୍ତ କରିବା ପାଇଁ ! ସେ ଝରାଇଥିବା ରକ୍ତର ଶକ୍ତି ଜାଣି ଏବଂ ତାଙ୍କୁ ତ୍ରାଣକର୍ତ୍ତା ଏବଂ ପ୍ରଭୁ ଭାବରେ ଗ୍ରହଣ କଲେ , ତେବେ ଆମର ପାପ ଧୋଇ ହୋଇପାରେ ଏବଂ ଆମେ ଅନନ୍ତ ଜୀବନ ପାଇପାରିବା !ପ୍ରଭୁ ଆମକୁ ଏହି ଅନନ୍ତ ଜୀବନ ଦିଅନ୍ତୁ !

- ଶ୍ରୀମତୀ ଭୁବନା ଧନପାଲାନ୍ 

 

ପ୍ରାର୍ଥନା ଅନୁରୋଧ:-

ଆମ କ୍ୟାମ୍ପସରେ ହେଉଥିବା ସୁସ୍ଥତା ଆରାଧନାରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al