By Village Missionary Movement
Friday, 08-Mar-2024ଆଜିର ବାକ୍ୟ (Oriya) 08-03-2024
ନମ୍ରତା
“ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ !” - ଯାକୁବ ୪:୧0
ଥରେ ଯେତେବେଳେ ସାଧୁସୁନ୍ଦର ସିଂ ଇଂଲଣ୍ଡ ଦେଶରେ ଯାତ୍ରା କରୁଥିଲେ , ଜଣେ ଭଉଣୀ ତାଙ୍କୁ କହିଥିଲେ, କ'ଣ ତୁମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ପରେ , ତୁମକୁ କେତେ ସ୍ୱାଗତ ଏବଂ କେତେ ଗୌରବ ଦେଖ ! ତା’ପରେ ସେ କହିଲା, ମୁଁ ନିଜକୁ ସେହି ଗଧ ବୋଲି ଭାବୁଛି ଯେଉଁଥିରେ ଯୀଶୁ ଖ୍ରୀଷ୍ଟ ଚଢ଼ିଥିଲେ !ସେଦିନ ଖ୍ରୀଷ୍ଟଙ୍କୁ ବହନ କରୁଥିବା ଗଧ ହିଁ ନିଜକୁ ନିଜେ ଭାବନା କରି ଲୋକେ ମୋତେ ହିଁ ସ୍ୱାଗତ କରୁଛନ୍ତି ଏବଂ ଗୌରବାନ୍ୱିତ କରୁଛନ୍ତି ବୋଲି ଭାବନା କରିଥାନ୍ତା , ତେବେ ତାହା କେତେ ମହାନ ମୂର୍ଖାମୀ ! ତଦ୍ରୁପ ମୁଁ ବର୍ତ୍ତମାନ ପାଉଥିବା ମହିମା, ଗୌରବ ସବୁକିଛି ମୋ ପାଇଁ ବୋଲି ଆଲୋଚନା କଲେ ମୁଁ ମଧ୍ୟ ଜଣେ ମୂର୍ଖ ସଦୃଶ୍ୟ ରହିବି !ଯଦି ଖ୍ରୀଷ୍ଟ ମୋ'ଠାରେ ନାହାଁନ୍ତି, ମୁଁ ଜଣେ କେବଳ ଏକ ଗଧ, କହିଲା,ଦେଖନ୍ତୁ ସେ କେତେ ନମ୍ର !
ପବିତ୍ର ବାଇବଲରେ, ଶମିରୋଣର ରାଜା ଆହାବଙ୍କ ପ୍ରାସାଦ ନିକଟରେ ଇସ୍ରାଏଲର ନାବୋତର ଏକ ଦ୍ରାକ୍ଷାକ୍ଷେତ୍ର ଥିଲା !ପରମେଶ୍ୱର ଆହାବଙ୍କୁ ଆଶୀର୍ବାଦ କରି ଏବଂ ତାଙ୍କୁ ଉତ୍ତମ ସମ୍ପତି ଦେଇଥିଲେ ! କିନ୍ତୁ ଆହାବ ଲୋଭୀ ଥିଲା ଏବଂ ତାଙ୍କ ପାଖରେ ଯଥେଷ୍ଟ ଅଛି ବୋଲି ଭାବି ନଥିଲା ଏବଂ ନାବୋତର ନିକଟ ଦ୍ରାକ୍ଷାକ୍ଷେତ୍ର ପାଇବାକୁ ଚାହୁଁଥିଲା ! କିନ୍ତୁ ନାବୋତ୍ ତାଙ୍କର ଦ୍ରାକ୍ଷାକ୍ଷେତ୍ର ଦେବାକୁ ମନା କରିଦେଲେ କାରଣ ତାହା ତାଙ୍କ ପିତାଙ୍କ ଦ୍ଵାରା ଦିଆଯାଇଥିଲା ! ଆହାବଙ୍କ ପତ୍ନୀ ଇଷେବଲ ମଧ୍ୟ ଆହାବଙ୍କ ଇଚ୍ଛା ଅନୁଯାୟୀ ନାବୋତଙ୍କ ପ୍ରତି ମିଥ୍ୟା ସାକ୍ଷ୍ୟ କରି ତାହାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ ! ସେହି ପରିପ୍ରେକ୍ଷୀରେ, ଭବିଷ୍ୟଦ୍ବକ୍ତା ଏଲିୟଙ୍କ ନିକଟକୁ ପ୍ରଭୁଙ୍କ ବାକ୍ୟ ଆସିଲା ଏବଂ ଆହାବଙ୍କୁ ଏଲିୟ ଚେତାବନୀ ଦେଇଥିଲେ ! ଆହାବ କରିଥିବା ସମସ୍ତ କାର୍ଯ୍ୟ ଭୁଲ ଏବଂ ଅନ୍ୟାୟ ଥିଲା ! କିନ୍ତୁ ପ୍ରଭୁ ଜାଣିଲେ ଯେ, ସେ ନମ୍ର ଭାବରେ ଆଚରଣ କରିଛନ୍ତି, ଆହାବଙ୍କୁ ନିନ୍ଦା କରିଛନ୍ତି ଯେ, ତାଙ୍କ ଦଣ୍ଡ ତାଙ୍କ ପୁତ୍ରଙ୍କ ସମୟରେ ଆଣିଲେ !
ପ୍ରିୟ ବନ୍ଧୁଗଣ , ନମ୍ରତା ଏପରି କିଛି ଯାହା ସମସ୍ତ ଖ୍ରୀଷ୍ଟିଆନମାନଙ୍କଠାରେ ରହିବା ଉଚିତ୍ !ଏହା ଏକ ଜିନିଷ ଯାହା ସାଧାରଣ ବିଶ୍ୱାସୀଙ୍କ ଠାରୁ ଆରମ୍ଭ କରି, ଯେତେ ବଡ଼ ପାଳକ ହୁଅନ୍ତୁ ନା କାହିଁକି ତାହା ରହିବା ଉଚିତ !ପ୍ରଭୁ ଯୀଶୁ ପୃଥିବୀରେ ଥିବା ସମୟରେ ନିଜ ଶିଷ୍ୟମାନଙ୍କ ପାଦ ଧୋଇ ନିଜର ନମ୍ରତା ଦେଖାଇଲେ ! ନମ୍ର ହେବା ଏବଂ କାହାକୁ ଆମର ଅହଂ ଦେଖାଇବା ନାହିଁ ! ସେମାନେ ଆମ ବୟସଠାରୁ ଛୋଟ କିମ୍ବା ବୟସ୍କ ହୋଇପାରନ୍ତି ! ଯଦି ଆମେ ତାଙ୍କ ପୁରସ୍କାର, ତାଙ୍କର ଅନନ୍ୟ ଅନୁଗ୍ରହ ଚାହୁଁ, ତେବେ ଆଜି ପ୍ରଭୁଙ୍କ ଆଗରେ ନିଜକୁ ନମ୍ବ୍ର କରିବା ! ଆସନ୍ତୁ ଆଶୀର୍ବାଦ ଗ୍ରହଣ କରିବା ! ନମ୍ର ହେବାକୁ ବିଳମ୍ବ କର ନାହିଁ !!
- ଶ୍ରୀମତୀ ଶକ୍ତି ଶଙ୍କରରାଜ
ପ୍ରାର୍ଥନା ଅନୁରୋଧ:-
ଆମ ହସ୍ପିଟାଲ ସେଵାକାର୍ଯ୍ୟରେ ଆବଶ୍ୟକ ଔଷଧ ଏବଂ ଯନ୍ତ୍ରପାତି କ୍ରୟ ନିମନ୍ତେ ସାହାଯ୍ୟ କରିବା ବିଶ୍ୱାସୀମାନେ ଆଗକୁ ଆସିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.