Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-03-2024
Share:

By Village Missionary Movement

Saturday, 02-Mar-2024

ଆଜିର ବାକ୍ୟ (Oriya) 02-03-2024

 

ଖ୍ରୀଷ୍ଟଙ୍କୁ ଘୋଷଣା କର 

 

“କାରଣ ମୁଁ ସଦାପ୍ରଭୁଙ୍କ ନାମ ପ୍ରଚାର କରିବି; ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ମହିମା ଆରୋପ କର !” - ଦ୍ୱିତୀୟ ବିବରଣ ୩୨:୩

 

ଯିଏ ମୋର ହୃଦରୋଗକୁ ଆରୋଗ୍ୟ କରି ମୋର ଲୁହ ପୋଛି ଦେଲା, ମୁଁ ତାଙ୍କୁ ଏକ ଦର୍ଶନରେ ଲୁହ ଢାଳୁଥିବା ଦେଖିଲି, ଏବଂ ମୁଁ ତାଙ୍କ ଲୁହ ପୋଛିଦେବାକୁ ଇଚ୍ଛା କଲି !ଲୋକମାନେ ତାଙ୍କୁ ଜାଣି ନ ଥିବାରୁ ସେ କାନ୍ଦିଲେ ! ମୁଁ ତାଙ୍କ ବିଷୟରେ ଲୋକମାନଙ୍କୁ କହିବି ବୋଲି ଭାବି ମୁଁ ପଡୋଶୀ ଗାଁକୁ ଯାଇ ଘରଘରକୁ କବାଟ ବାଡେଇ କହିଲି “ଯୀଶୁ ପ୍ରକୃତ ଇଶ୍ୱର , ତାଙ୍କୁ ଗ୍ରହଣ କର ! ସେ ମୋତେ ସୁସ୍ଥ କଲେ ! ” ଆହୁରି ମଧ୍ୟ, ମୁଁ ସେମାନଙ୍କୁ କହିଲି ଯେ ଏହା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ ! ସେହିପରି ଆସୁଥିବା ବେଳେ ସେଠାରେ ଏକ ବୃଦ୍ଧ ମାଆ ମୃତ୍ୟୁ ଶଯ୍ୟା ଉପରେ ପଡ଼ିଥିଲା ! ତାଙ୍କୁ ତାଙ୍କ ସମ୍ପର୍କୀୟମାନେ ଘେରି ରହିଥିଲେ !ମୁଁ ସବୁ ଘରେ ଯେପରି କହିଥିଲି ଠିକ୍ ସେହିପରି କହିଲି ! ଯୀଶୁଙ୍କ ଅନୁଗାମୀମାନେ ପ୍ରାର୍ଥନା କରିବେ, ଯଦି ଆପଣ ଏକ ପ୍ରାର୍ଥନା କରନ୍ତି ତେବେ ଭଲ ଘଟଣା ଘଟିବ, ତେଣୁ ପ୍ରାର୍ଥନା କର,ସେମାନେ କହିଥିଲେ,ମୁଁ ଭୟଭୀତ ହୋଇ କହିଲି ଯେ,ମୁଁ କିପରି ପ୍ରାର୍ଥନା କରିବି ତାହା ଜାଣେ ନାହିଁ ! ସେମାନେ ମା'ଆଙ୍କୁ ଖଟିଆରେ ଧରି ଘରୁ ବାହାରକୁ ଆଣିଥିଲେ ! ସେମାନେ ମୋର ସାର୍ଟ ଧରି ବର୍ତ୍ତମାନ ପ୍ରାର୍ଥନା କର କହିଲେ ! ସେମାନେ ମୋତେ ପିଟିବେ ବୋଲି ଭୟ କରି ମୁଁ କହିଲି “ଯୀଶୁ ଏହି ମାତା ତାଙ୍କ ଶରୀରରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି, ଏହାର ସମାଧାନ ପାଇଁ କିଛି କରନ୍ତୁ !” ସଙ୍ଗେ ସଙ୍ଗେ ତା’ର ହାତ ଓ ପାଦ ଟାଣିଲା ! ସେ ଖଟରୁ ଖସିପଡିଲା ! ନିଶ୍ୱାସ ବିହୀନ ହେଲା ! ଯେତେବେଳେ କେହି ଏକ ପାତ୍ରରେ ପାଣି ଆଣି ସିଞ୍ଚନ କଲେ, ସେ ବସି କଥା ହେଲେ ! ସେ ଭଲ ହୋଇଗଲେ, ସମସ୍ତେ ଖୁସି ହେଲେ !

 

ମୋର ପ୍ରିୟ ବନ୍ଧୁଗଣ , ପିତର ମଣ୍ଡଳୀକୁ ଯିବା ବାଟରେ ଜଣେ ଭିକାରୀଙ୍କୁ ମଧ୍ୟ କହିଲେ, "ମୋର ରୂପା କି ସୁନା ନାହିଁ, ଉଠି ଯୀଶୁଙ୍କ ନାମରେ ଚାଲ !" ସଙ୍ଗେ ସଙ୍ଗେ ସେ ଉଠି ଚାଲିଲେ ବୋଲି ଆମେ ପଡୁଛୁ ! ପ୍ରିୟ ପାଠକଗଣ, ଯଦି ତୁମେ ଉଦ୍ଧାର ପାଇଛ, ତୁମେ ତାଙ୍କ ବିଷୟରେ କେତେ ଲୋକଙ୍କୁ କହିଛ ? ଯେତେବେଳେ ମୁଁ ମୋର ସେବା ଆରମ୍ଭ କଲି ମୋର ବାଇବଲ ନଥିଲା, ମୁଁ କିପରି ପ୍ରାର୍ଥନା କରିବାକୁ ଜାଣି ନଥିଲି, ମୁଁ କେବେ ଚର୍ଚ୍ଚକୁ ଯାଇ ନଥିଲି ! ମୁଁ ଯୀଶୁ କାନ୍ଦୁଥିବାର ଦର୍ଶନ ଦେଖିଲି ! ମୁଁ ସଙ୍ଗେ ସଙ୍ଗେ ତାଙ୍କ ଲୁହ ପୋଛିଦେବାକୁ ଚେଷ୍ଟା କଲି !ତୁମେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବାର କେତେ ଦିନ ହେଲା ? ଆପଣ ଯୀଶୁଙ୍କ ବିଷୟରେ କେତେ ଲୋକଙ୍କୁ କହିଛନ୍ତି ?

 

ଆଜି ଅନେକ ଲୋକ ଭାବନ୍ତି ଯେ, ସେଵାକାର୍ଯ୍ୟ କରିବାକୁ ସକ୍ଷମ ହେବା ପାଇଁ ସେମାନଙ୍କୁ ଅଭିଷେକ, ଉପହାର ଏବଂ ଶକ୍ତି ଗ୍ରହଣ କରିବାକୁ ପଡିବ ! କିନ୍ତୁ ମୁଁ କହୁଛି, ଯଦି ତୁମେ ଯୀଶୁଙ୍କୁ ଗ୍ରହଣ କରିଛ ଏବଂ ତୁମ ଜୀବନରେ ସେ କରିଥିବା ଭଲ ଜିନିଷର ସ୍ୱାଦ ଚାଖିଛ, ଅନ୍ୟମାନଙ୍କ ସହିତ ବଣ୍ଟନ କର !ତା’ପରେ ଆପଣ ଉପହାର ଏବଂ ଶକ୍ତି ତୁମ୍ଭଠାରେ କାର୍ଯ୍ୟ କରୁଥିବା ଦେଖିବ !ଇଶ୍ୱର ତୁମ ସହିତ ମହତ୍ କାର୍ଯ୍ୟ କରିବେ ! ହାଲେଲୁୟା !

- ଶ୍ରୀଯୁକ୍ତ କେ.ଡେଭିଡ୍ ଗଣେଶନ୍ 

 

ପ୍ରାର୍ଥନା ଅନୁରୋଧ :- 

ଲେଣ୍ଟ ସଭାଗୁଡ଼ିକରେ ଇଶ୍ବରଙ୍କ ବାକ୍ୟ ପ୍ରଚାର କରୁଥିବା ଆମର ମିଶାନାରୀମାନଙ୍କୁ ସଦାପ୍ରଭୁ ଅତି ଶକ୍ତି ରୂପେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al