By Village Missionary Movement
Wednesday, 07-Apr-2021ଆଜିର ବାକ୍ୟ (Oriya) 07-04-2021
ମହାସଙ୍କଟ
“ପୁଣି, ସଙ୍କଟ ଦିନରେ ଆମ୍ଭକୁ ଡାକ; ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ !" - ଗୀତସଂହିତା 50:15
ବିତୁଥିବା ବର୍ଷରେ କରୋନା ରୋଗ ଏକ ମହାସଙ୍କଟ ଭାବେ ପୃଥିବୀରେ ରହିଥିବା ଅନେକ ଦେଶର ଲୋକଙ୍କୁ ବହୁତ ଅସୁବିଧା କରିଥିବା ଆମେ ଦେଖିଛୁ !ଯେଉଁଠି ଦେଖିଲେ ମଧ୍ୟ ମୃତ୍ୟୁର ଭୟ !କରୋନା ସଙ୍କଟ ନ ଆସିବାକୁ ଅନେକ ଦେଶରେ, ଅନେକ ଲୋକମାନେ ପ୍ରଭୁଙ୍କୁ ଉର୍ଦ୍ଧ ଦୃଷ୍ଟି କରି ଆଣ୍ଠୁପାତି ପ୍ରାର୍ଥନା କରିବା ଦେଖୁଚୁ !ଯେତେବେଳେ ଜଣେ ମଣିଷକୁ ଶାରୀରିକ ଭାବେ ଏକ ବ୍ୟାଧି, ସଙ୍କଟ କିମ୍ବା ଜାଗତିକ ଋଣ, ବାଣିଜ୍ୟରେ ନଷ୍ଟ, ଭୂମିକମ୍ପ, ସୁନାମି ପରି ଅନେକ ବିପଦ ଆସିଲା ବେଳେ ହିଁ ପ୍ରଭୁଙ୍କୁ ଦୃଷ୍ଟି କରି ପ୍ରାର୍ଥନା କରିବାର ଅଭ୍ୟାସ !ମାତ୍ର ଏ ସମସ୍ତ ଠାରୁ ମହା ସଙ୍କଟ ଏହି ପୃଥିବୀରେ ଅଳ୍ପ ଅଛି, ତାହା ହିଁ ପାପ !ଏଠାରୁ ବଞ୍ଚିତ ହେବା ହେଉଛି ମୁଖ୍ୟ ଅଟେ !କାହିଁକିନା ପାପ ହିଁ ଏହି ଜଗତରେ ପବିତ୍ରତା ଭାବେ ବଂଚିବାକୁ, ମୃତ୍ୟୁ ପରେ ନିତ୍ୟ ସ୍ୱର୍ଗ ରାଜ୍ୟ ଯିବାକୁ ଅସମ୍ଭବ ହୋଇ ରହିଥିବା ମହାସଙ୍କଟ !ଏହି ସଙ୍କଟ ଠାରୁ ଆମକୁ ମୁକ୍ତି କରିବାକୁ ସର୍ବପ୍ରଥମେ ପ୍ରଭୁଙ୍କର ସାହାଯ୍ୟ ମାଗିବାକୁ ହେବ !
ଦାଉଦ ଏହି ଜଗତରେ ଶତ୍ରୁମାନଙ୍କ ମଧ୍ୟରେ ଅନେକ ପ୍ରକାରର ବିପଦରେ ଥିବାବେଳେ ପ୍ରଭୁଙ୍କୁ ଦୃଷ୍ଟି କରି ପ୍ରାର୍ଥନା କରୁଛି !ମାତ୍ର ପାପ କଲା ବେଳେ ସେହି ଆପତ୍ତିକୁ ଗ୍ରହଣ କରି ନାହିଁ !ସେହିପରି ସାମସନ ମଧ୍ୟ ଗଧ ହାଡ଼ରେ ହଜାର ଲୋକଙ୍କୁ ହତ୍ୟା କରି ଶୋଷରେ ମରି ଯିବି ଭାବି ପ୍ରଭୁଙ୍କୁ ଦୃଷ୍ଟି କରି ପ୍ରାର୍ଥନା କରୁଚି !ସେହିପରି ଆଖିକୁ ଅନ୍ଧ କରିବା ପରେ ଫିଲିସ୍ତିଙ୍କର ଦ୍ଵାରା ହତ୍ୟା ହୋଇ ଯିବି ବୋଲି ପ୍ରଭୁଙ୍କୁ ଦୃଷ୍ଟି କରି ପ୍ରାର୍ଥନା କରୁଛି !ମାତ୍ର ବ୍ୟାବିଚାରି ସ୍ତ୍ରୀଙ୍କ ନିମନ୍ତେ ପାପ ଆସିବା ବେଳେ ସେ ଏହି ପାପ ଠାରୁ ରକ୍ଷା ପାଇବାକୁ ପ୍ରଭୁଙ୍କର ସାହାଯ୍ୟ ମାଗିଲା ନାହିଁ !
ଆଜିର ଦିନରେ ଏହି ପୃଥିବୀରେ ସୋସିଆଲ ମିଡ଼ିଆ ଦ୍ଵାରା, ୱାଟ୍ସଅପ, ଫେସବୁକ, ଇନିଷ୍ଟାଗ୍ରାମ, ଅନଲାଇନ ଗେମ, ମନ୍ଦ ସାଙ୍ଗ ସାଥି ବୋଲି ଅନେକ ପ୍ରକାର ପାପ ଆମକୁ ଟାଣି ଦେଉଛି !ଏହିପରି ମହାସଙ୍କଟର ପାପ ଆମକୁ ନିକଟକୁ ଟାଣିବା ବେଳେ, ଆମ୍ଭ ଠାରେ କେତେ ଜଣ ଏହି ପାପରୁ ରକ୍ଷା ପାଇବାକୁ ପ୍ରଭୁଙ୍କୁ ଦୃଷ୍ଟି କରି ସାହାଯ୍ୟ ମାଗୁଛନ୍ତି ? ଏହିପରି ପାପରେ ପଡି ଅନେକ ଆତ୍ମହତ୍ୟା କରୁଛନ୍ତି !ବାଇବଲ ବାକ୍ୟ କୁହେ - ତାହା ପରେ କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି, ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁକୁ ଜନ୍ମ ଦିଏ, (ଯାକୁବ :-1:15 ) ରେ ପାପ ଦ୍ଵାରା ଆସୁଥିବା ସଙ୍କଟକୁ ଯୀଶୁଖ୍ରୀଷ୍ଟ ସାହାଯ୍ୟ ଦ୍ଵାରା ପ୍ରତିଦିନ ତାଙ୍କରି ସାହାଯ୍ୟ ପାଇବା !ସେ ନୀଚୀତ ଆମକୁ ମୁକ୍ତ କରିବ !
- ପି. ଭି. ୱେଲିଏମସ
ପ୍ରାର୍ଥନା କରନ୍ତୁ :-ଦେଶକୁ ନିଜର କରିବାକୁ ତାଲିମ ଦେବାକୁ ଆସୁଥିବା ପ୍ରତ୍ୟେକ ପ୍ରଭୁଙ୍କର ଦାସମାନଙ୍କୁ ପ୍ରଭୁ ବ୍ୟବହାର ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.