Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 09-02-2024
Share:

By Village Missionary Movement

Friday, 09-Feb-2024

ଆଜିର ବାକ୍ୟ (Oriya) 09-02-2024

 

ଏକ ଦୃଢ଼ ମଞ୍ଜି

 

“ଯାହାର ମନ ତୁମ୍ଭଠାରେ ସ୍ଥିର ଥାଏ, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ; କାରଣ ସେ ତୁମ୍ଭଠାରେ ନିର୍ଭର ରଖେ !” - ଯିଶାଇୟ ୨୬:୩

 

ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢୁ ଥିଲି, ମୁଁ ଆମ ସାହିରେ ହେଉଥିବା ଷଣ୍ଡେ ସ୍କୁଲ ମାଧ୍ୟମରେ ପ୍ରଭୁଙ୍କ ପ୍ରେମ ବିଷୟରେ ଜାଣିଥିଲି ! ସେଠାରେ ଶିକ୍ଷା ଦିଆଯାଇଥିବା ବାଇବଲ ପଦ କେବଳ ସବୁଜ ପତ୍ର ପରି ମୋ ମନରେ ଅଟକି ରହିଲା ନାହିଁ ବରଂ ଜୀବନ୍ତ ପଦ ମଧ୍ୟ ମୋ ହୃଦୟରେ ମଞ୍ଜି ପରି କାମ କରିବା ଆରମ୍ଭ କଲା ! ମୁଁ ମୋ ଅଞ୍ଚଳରେ ଅନୁଷ୍ଠିତ ଗୃହ ପ୍ରାର୍ଥନା ସଭା ଏବଂ ଯୁବ ସମାବେଶରେ ଯୋଗଦେବା ଆରମ୍ଭ କଲି ! ମୁଁ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ କିଶୋର ଅବସ୍ଥାରେ ମୋ ଜୀବନକୁ ଉତ୍ତର ଭାରତରେ ପୂର୍ଣ୍ଣକାଳୀନ ମିଶନାରୀ କାର୍ଯ୍ୟରେ ଉତ୍ସର୍ଗ କରିଥିଲି ! ବର୍ଷ ଗଲା ! ପ୍ରଭୁ ମୋ ସ୍କୁଲ ଏବଂ କଲେଜ ଅଧ୍ୟୟନରେ ଭଲ ମାର୍କ ଦେଇଥିଲେ, ଯେହେତୁ ମୁଁ ଯୀଶୁଙ୍କୁ ପ୍ରାଥମିକତା ଦେଇଥିଲି !

 

ପଲଟେକ୍ନିକ୍ ପରେ ମୁଁ ଭଲ ବେତନ ସହିତ ଏକ ପ୍ରତିଷ୍ଠିତ କଲେଜରେ ଲ୍ୟାବ୍ ଟେକ୍ନିସିଆନ୍ ଭାବରେ ଚାକିରି ପାଇଲି ! ଦିନ ଗଲାବେଳେ ମୁଁ ପ୍ରତିବଦ୍ଧତା ଭୁଲିଗଲି ! କିନ୍ତୁ ପ୍ରଭୁ ମୁଁ କରିଥିବା ପ୍ରତିଶ୍ରୁତି କେବେବି ଭୁଲି ନାହାଁନ୍ତି ! ଜୀବନର ବଡ ପରିବର୍ତ୍ତନ ହେଉଛି ବିବାହ ! ଯୀଶୁ ମୋତେ ପୁନଃର୍ବାର ପ୍ରଭୁଙ୍କର ସାନିଧ୍ୟକୁ ଆସିବାକୁ ଅନୁଗ୍ରହ କଲେ ! ମୁଁ ମଧ୍ୟ ସେହି ଅନୁସାରେ ପ୍ରାର୍ଥନା କଲି ! ଯଦି ମୁଁ ଉତ୍ତର ଭାରତକୁ ମିଶନାରୀ ଭାବରେ ଯିବାକୁ ଯାଉଛି, ତେବେ ମୁଁ ଭବିଷ୍ୟତର ଜୀବନ ସାଥୀ ପାଇଁ ପ୍ରାର୍ଥନା କଲି ଯିଏ ଉତ୍ତର ଭାରତରେ ସେବା କରିବ ! ଦୁଇ ବର୍ଷର ସଂଘର୍ଷ, ଦୁଃଖ, ଲୁହ, କିନ୍ତୁ ମୁଁ ପ୍ରଭୁଙ୍କୁ ଦୃଢ଼ ଭାବରେ ଧରି ରଖିଲି ! ଦୁଇ ବର୍ଷ ଶେଷରେ,ପ୍ରଭୁ ପ୍ରାର୍ଥନାର ଉତ୍ତର ଦେଇଥିଲେ ଏବଂ ଛତିଶଗଡ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣେ ଜୀବନସାଥୀ ପ୍ରଦାନ କରିଥିଲେ ! ମୁଁ ସେଠାକୁ ଯାଇ ହିନ୍ଦୀ ଭାଷା ଶିଖିଲି ଏବଂ ଆମେ ଛତିଶଗଡ ଏବଂ ମହାରାଷ୍ଟ୍ର ଅଞ୍ଚଳରେ କିଛି ବର୍ଷ ପରିବାର ଭାବରେ କାର୍ଯ୍ୟ କରିଲୁ ! ବର୍ତ୍ତମାନ ଆମେ ତିନି ବର୍ଷରୁ ଅଧିକ ସମୟ ଧରି ଭି. ଏମ.ଏମର ଏକ ପରିବାର ଭାବରେ ଯୀଶୁଙ୍କ ସେବା କରୁଛୁ !

 

ପବିତ୍ର ବାଇବଲରେ ୠତ ନାମକ ଜଣେ ମହିଳାଙ୍କ ବିଷୟରେ ପଢ଼ିବାବେଳେ, ଋତ ତାଙ୍କ ଶାଶୁଙ୍କୁ ଲାଗିଥାଏ !ୠତଙ୍କ ମଧ୍ୟରେ ସ୍ଥିର ବିହନ ମହାନ ବୀଜର କାରଣ ଥିଲା ! ହଁ, ଅଳ୍ପ ବୟସରେ ମୋ ଭିତରେ ବୁଣାଯାଇଥିବା ବିହନ ପ୍ରଭୁଙ୍କ ପାଇଁ କିଛି କରିବାକୁ ଇଚ୍ଛା ସୃଷ୍ଟି କଲା ! ମୋ ଉପରେ ବିଶ୍ୱାସର ମଞ୍ଜି ବର୍ତ୍ତମାନ ଏକ ପୂର୍ଣ୍ଣକାଳୀନ ମିଶନାରୀ ଭାବରେ ଫଳ ଦେଉଛି ! ଯଦି ଆପଣ ଏହାକୁ ପଢୁଛନ୍ତି, ତେବେ ଆପଣ ନିଜ ଅଞ୍ଚଳରେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଲଗାଇ ପାରିବେ ! ପ୍ରାରମ୍ଭିକ ଦିନରେ ଫଳାଫଳ ଦୃଶ୍ୟମାନ ହୋଇନପାରେ ! କିନ୍ତୁ ଦିନେ ଆମେ ନିଶ୍ଚିତ ଭାବରେ ବୁଣାଯାଇଥିବା ବିହନର ଫଳ ଦେଖିବା ! ମଞ୍ଜି ବୁଣିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ ! ଚାଲ ଆଜି ହିଁ ବିହନ ଲଗାଇବା ! ଆମ୍ଭେମାନେ ସ୍ୱର୍ଗରେ ପୁରସ୍କାର ଦେଖିବା ! ଆସନ୍ତୁ ବୁଣିବାକୁ !!

- ଶ୍ରୀମତୀ ଶକ୍ତି ଶଙ୍କରରାଜ

 

ପ୍ରାର୍ଥନା ଅନୁରୋଧ:-

ଆସନ୍ତାକାଲି ଆମ କ୍ୟାମ୍ପସରେ ୨୪ ଘଣ୍ଟିଆ ଉପବାସରେ ପ୍ରାର୍ଥନାରେ ଅଂଶଗ୍ରହଣ କରୁଥିବା ସମସ୍ତେ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al