Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-01-2024
Share:

By Village Missionary Movement

Tuesday, 23-Jan-2024

ଆଜିର ବାକ୍ୟ (Oriya) 23-01-2024

 

ଭଲ ଭୂଇଁରେ ପଡ଼ିଲା ବିହନ

 

“ସେ ଜଣେ ଭକ୍ତ, ଆଉ ସପରିବାରରେ ଈଶ୍ୱରଙ୍କୁ ଭୟ କରୁଥିଲେ । ସେ ଲୋକମାନଙ୍କୁ ବହୁତ ଦାନ ଦେଉଥିଲେ, ଆଉ ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ!” – ପ୍ରେରିତ ୧0:୨

 

ବିହନ ମଞ୍ଜି ଅତି ଛୋଟ ଥିଲେବି ଭୂଇଁରେ ପଡିଲା ବେଳେ ତାହା ଚାରା ହୋଇ ବଢିବା ଆରମ୍ଭ ହୁଏ !ଜଣେ କୃଷକ ତାହାର ଚାଷ ଜମିରେ ବିହନ ବୁଣିବା ବେଳେ ଭଲ ରୋଜଗାରକୁ ଆଶା କରି ଖୁସିରେ ବୁଣେ !ଚାରା ବଢିବା ବେଳେ ଉତ୍ତମ ଭାବେ ଜଳ ସେଚନ କରି, ରାସାୟନିକ ଦ୍ରବ୍ୟ ଦେଇ, ତାହାକୁ ଭଲ ଭାବରେ ଘାସ ବାଛି, ସେହି ଚାରାର ବଢିବା ଦେଖି ଅତି ଆନନ୍ଦିତ ହୁଏ !ବିହନ ନବଢ଼ି, ଯଦି ଶୁଖି ଯାଏ,ଯଦିବା ଭଲ ଫସଲ ନଆସି ନଷ୍ଟ ହୁଏ, କୃଷକ ଦୁଃଖ ହୁଏ !

 

ପବିତ୍ର ବାଇବଲରେ ମଧ୍ୟ ବୁଣାଳୀ ବିଷୟରେ ଯୀଶୁଖ୍ରୀଷ୍ଟ ଦୁଷ୍ଟାନ୍ତ ଆକାରରେ ଲୋକଙ୍କୁ ଉପଦେଶ ଦେଇ କହିଲେ !ମାର୍କ:-୪:୩-୬ ବାକ୍ୟରେ ବୁଣାଳୀ ବିଷୟରେ, ବିହନ ଏବଂ ଭୂଇଁ ବିଷୟରେ ଆମେ ଦେଖି ପାରିବା ! ବାଟ ପାଖରେ ପଢିଥିବା ବିହନ, ପଥୁରିଆ ଭୂଇଁରେ ପଡ଼ିଲା ବିହନ, କଣ୍ଟାଗଛଗୁଡ଼ାକ ମଧ୍ୟରେ ପଡ଼ିଲା ବିହନ,ଭଲ ଭୂଇଁରେ ପଡିଲା ବିହନ ବୋଲି ଲୁକ:-୮:୧୧ ରେ କହେ !ବୁଣାଳୀ କୃଷକ ଅଟେ ! ଯାହା ବାକ୍ୟ ଲୋକଙ୍କ ମଧ୍ୟରେ ବୁଣେ, ତାହା ସେବକ ବିଷୟରେ କୁହାଯାଏ !ଖ୍ରୀଷ୍ଟ ଉପଦେଶ ଦ୍ଵାରା ଏହି ଚାରି ପ୍ରକାର ଭୂଇଁର ଫସଲ ଉତ୍ତମ ଫଳ ଦେବା ଲୋକ ବୋଲି ବାଇବଲ ସ୍ପଷ୍ଟରୂପେ କହୁଛି !

 

ଭଲ ଭୂଇଁରେ ଥିବା ଅନେକେ ଉତ୍ତମ ଫଳ ଦେଉଛନ୍ତି !ସେହିପରି ଜଣେ ଲୋକ ହିଁ କର୍ଣ୍ଣିଲୀୟ ଅଟେ ! ଯେଉଁ ଜାତି ହେଉନା କାହିଁକି ଖୋଲା ହୃଦୟରେ,ସତ୍ୟ ଇଶ୍ୱରୀୟତାରେ ସେ ଖୋଜୁଥିବା ଯେକୌଣସି ଲୋକକୁ ହେଉ,ଇଶ୍ୱର ଦର୍ଶନ ଦେବାକୁ ଯୋଗ୍ୟ ବୋଲି କହିବାକୁ କର୍ଣ୍ଣିଲୀୟ ଜଣେ ଉତ୍ତମ ଉଦାହରଣ ଅଟେ !ଇଶ୍ୱର ଭକ୍ତିର ଲୋକ, ପ୍ରଭୁଙ୍କର ଆଜ୍ଞାଧିନ ହୋଇ, ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରୁଥାଏ ! ସର୍ବଦା ଈଶ୍ୱରଙ୍କ ଛାମୁରେ ପ୍ରାର୍ଥନା କରୁଥିଲେ !ଇଶ୍ୱର ଆଜ୍ଞାଧିନ କର୍ଣ୍ଣିଲୀୟ ତାହାର ସପରିବାର ଇଶ୍ୱର ବାକ୍ୟ ଶୁଣିବା ଉଚିତ ବୋଲି ସମସ୍ତଙ୍କୁ ଏକତ୍ରିତ କରି, ଇଶ୍ୱରଙ୍କୁ ଭୟ କରି ଜୀବନଯାପନ କରିଥିଲେ !ସେ ଜଣେ ଶତସେନାପତି ଥିଲେ ମଧ୍ୟ ପ୍ରଭୁଙ୍କର ଦାସଙ୍କୁ ଦେବାକୁ ଥିବା ମର୍ଯ୍ୟାଦା ଦେଇ ନତ ହୋଇ ରହୁଥିଲା !ଯିହୂଦୀ ବିହୀନ ରୋମୀୟମାନେ ଏହାଙ୍କୁ, ଏହାର ସପରିବାର ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ସଙ୍ଗେସଙ୍ଗେ ବାପ୍ତିସ୍ମ ପାଇଲେ !ଇଏ ଭଲ ଭୂଇଁରେ ପଡ଼ିଥିବା ବିହନ ରୂପେ ଇଶ୍ୱରଙ୍କ ସାକ୍ଷୀ ହୋଇ ଠିଆ ହେଲା !

      

ହେ ମୋର ପ୍ରିୟ ବନ୍ଧୁଗଣ, ଆମ୍ଭେ କେଉଁ ଭୂଇଁରେ ପଡ଼ିଥିବା ବିହନ ରୂପେ ବଞ୍ଚୁଛୁ !ଏହା ଆମେ ନିଜକୁ ନିଜେ ପରୀକ୍ଷା କରି ଦେଖିବା !ଆମ୍ଭେ ଆମ କାର୍ଯ୍ୟ ଦ୍ଵାରା ଅନ୍ୟକୁ ପ୍ରୟୋଜନ କି ? ଆମ୍ଭ ଦ୍ଵାରା ଅନ୍ୟମାନେ ପ୍ରୟୋଜନ ପାଇବା ସଦୃଶ୍ୟ ଉତ୍ତମ ଫଳ,ଏହି ବର୍ଷ ଦେବା ପରି ଆମେ ଚେଷ୍ଟା କରିବା !ପ୍ରଭୁଙ୍କର ଆଶୀର୍ବାଦ ଆମ ସହବର୍ତ୍ତୀ ହେଉ !ଆମେନ୍ !

- ଶ୍ରୀମତୀ ସାରୋଜା ମହୋନ ଦାସ

 

ପ୍ରାର୍ଥନା ଅନୁରୋଧ:-

ମାସଟିରେ ତିରିଶି ଦିନ ତିରିଶିଟି ଗୃହରେ ଘର ପ୍ରାର୍ଥନା ସମାବେଶ ଆମ ସେଵା ସ୍ଥାନରେ ହେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al