Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-01-2024 (Kids Special)
Share:

By Village Missionary Movement

Sunday, 21-Jan-2024

ଆଜିର ବାକ୍ୟ (Oriya) 21-01-2024 (Kids Special)

 

ପ୍ରାର୍ଥନାର ଶକ୍ତି

 

“ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା !” – ଗୀତସଂହିତା ୨:୮

 

ଇଂଲଣ୍ଡ ଦେଶରେ ଭାଇ ଓ ଭଉଣୀ ରହୁଥିଲେ !ବଡ଼ ଭାଇ ହାଟସନ ଓ ଭଉଣୀ ଅମୂଲ୍ୟା !ଭଉଣୀ ଅମୂଲ୍ୟା ଠାରୁ ଚାରି ବର୍ଷ ବଡ଼ ଅଟେ ଭାଇ ହାଟସନ !ଉତ୍ତମ ଭାବେ ପ୍ରାର୍ଥନା କରି, ବାଇବକ ଅଧ୍ୟୟନ କରି, ନିତ୍ୟ ଷଣ୍ଡେ ସ୍କୁଲକୁ ଯାଇ, ଭକ୍ତି ଭାବରେ ଜୀବନଯାପନ କରି ଆସୁଥିଲେ !ହାଟସନ ବଡ଼ ହୋଇ, ମହାବିଦ୍ୟାଳୟ ଅଧ୍ୟୟନ ସମାପ୍ତ କଲା ପରେ ଏକ ବ୍ୟାଙ୍କରେ ଚାକିରୀ ପାଇଲା !ଅନ୍ୟ ସହରକୁ ଯାଇ କାର୍ଯ୍ୟ କରିବା ଆରମ୍ଭ କଲା !ଉତ୍ତମ ଚାକିରୀ, ମୋଟା ଅଙ୍କର ଦରମା !ସବୁବେଳେ ପକେଟରେ ଟଙ୍କା ରହୁଥାଏ, ଓ ହାଟସନର ଟଙ୍କାର ଅଭାବ ହିଁ ନ ଥିଲା !

 

ଯଦି ଆମ ପାଖରେ ଟଙ୍କା ଥାଏ, ତେବେ ଆମର ଯାହା ଆବଶ୍ୟକ ତାହା ଆମେ ସଙ୍ଗେସଙ୍ଗେ କ୍ରୟ କରିଦେଉ ତ ? ତଦ୍ରୁପ ହାଟସନ ମଧ୍ୟ ଏକାକୀ ଥିବା ଯୋଗୁ ତାଙ୍କ ଇଚ୍ଛା ମୁତାବକ ବଞ୍ଚିବା ଆରମ୍ଭ କଲା !ଇଶ୍ୱରଙ୍କୁ ଖୋଜିବାକୁ ତାର ମନ ହେଲା ନାହିଁ !ଧୀରେଧୀରେ ଇଶ୍ୱରଙ୍କୁ ପରିତ୍ୟାଗ କରି ପଛକୁ ଫେରିଗଲା !

 

ଅଧିକା ଦରମା, ଅନାବଶ୍ୟକ ମନ୍ଦ ଅଭ୍ୟାସ, ଅସୁସ୍ଥତା !ଅସୁସ୍ଥତା ହେତୁ ସେ କିପରି ଏକାକୀ ରହି ପାରିବ ? ସେ ସଙ୍ଗେସଙ୍ଗେ ତାଙ୍କ ଘରକୁ ଫେରି ଆସିଲା !ତାଙ୍କ ଭଉଣୀ ଅମୂଲ୍ୟା ସହ କହିଲା, ଇଶ୍ୱର ଅଛନ୍ତି, ମୁଁ ଏହାକୁ ବିଶ୍ୱାସ କରି ପାରୁନାହିଁ !ବହୁତ ଗୋଳମାଳ ଅଛି,ବାଇବଲ ପଡ଼ିବା ଛାଡିଦେଲି !ଏହା ଶୁଣି ଅମୂଲ୍ୟା, ବହୁତ ଦୁଖୀ ହେଲା !ସେ ସଙ୍ଗେସଙ୍ଗେ ଏକାକୀ ତାହାର ବଖରାକୁ ଯାଇ, ଭାଇ ନିମନ୍ତେ ପ୍ରାର୍ଥନା କରିବାକୁ ଆରମ୍ଭ କଲା !ଯୀଶୁ ବାପା ମୋ ଭାଇ ପୁନର୍ବାର ତୁମ ପ୍ରେମର ସ୍ୱାଦ ଚାଖିବାକୁ ଦିଅ ବୋଲି ପ୍ରତିଦିନ ପ୍ରାର୍ଥନା କଲା !

 

ଆଶ୍ଚର୍ଯ୍ୟ ଭାବେ ହାଟସନ ପୁନର୍ବାର ପ୍ରଭୁଙ୍କର ପ୍ରେମକୁ ଜାଣି ପାରିଲା !ସେ ସ୍ଥିର କଲା କି ଯେ,ଏହି ପ୍ରେମିକ ଇଶ୍ୱରଙ୍କ ବିଷୟରେ ସମସ୍ତଙ୍କୁ ଜଣାଇବା ଉଚିତ !ଚୀନ ଦେଶକୁ ମିଶିନାରୀ ଭାବେ ଗଲା !ଏହାଙ୍କ ମାଧ୍ୟମରେ ଚୀନ ଦେଶରେ ଅନେକେ ଇଶ୍ୱରଙ୍କୁ ଜାଣିବାକୁ, ସ୍ବର୍ଗୀୟ ଅଧିକାରୀ ରୂପେ ପରିବର୍ତ୍ତନ ହେବାକୁ ଇଏ କାରକ ଅଟେ !

        

କ'ଣ ପିଲାମାନେ, ହାଟସନ ଭାଇଙ୍କ ନିମନ୍ତେ ଅମୂଲ୍ୟା ପ୍ରାର୍ଥନା କଲା ସଦୃଶ୍ୟ, ତୁମ୍ଭେମାନେ ମଧ୍ୟ ତୁମ ବନ୍ଧୁବାନ୍ଧବ, ଭାଇ ଓ ଭଉଣୀ ମାନଙ୍କ ନିମନ୍ତେ ତୁମେ ପ୍ରାର୍ଥନା କଲାବେଳେ, ଯୀଶୁବାପା ନିଶ୍ଚୟ ତୁମ ପ୍ରାର୍ଥନା ଶୁଣିବେ ଓ ଉତ୍ତର ଦେବେ !ଏବେ ହିଁ ପ୍ରାର୍ଥନା କରିବା ଆରମ୍ଭ କରିବ କି ? ପ୍ରସ୍ତୁତ କି ?

- ଶ୍ରୀମତୀ ଅନଭୁ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al