Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 03-04-2021
Share:

By Village Missionary Movement

Saturday, 03-Apr-2021

ଆଜିର ବାକ୍ୟ (Oriya) 03-04-2021

କେବଳ ତିନୋଟି କଥା 

“ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି, ସ୍ୱୟଂଜୀବୀ; ଆମ୍ଭେ ମୃତ ହେଲୁ, ଆଉ ଦେଖ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି, ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର ଚାବି ଅଛି।“ - ପ୍ରକାଶିତ 1:18

ରୁଷିଆ ଦେଶର ସର୍ବଅଧିକାରୀ ହୋଇଥିବା ହିଟଲର 1943 ମସିହାରେ ଏକାଠି କରି ସେହି ଦେଶର ଅଧିକାଂଶ ଅଞ୍ଚଳ  ତାଙ୍କ ଅଧିକାରକୁ ନେଇ ଗଲା !ରୁଷିଆ ସରକାର ହିଟଲରଙ୍କର ସୈନିକକୁ ବିରୋଧ କରି ନ ପାରି ଅସୁବିଧାର ସମ୍ମୁଖୀନ ହେଲା !ଏହି ସମୟରେ ହିଁ ପାସ୍କାପର୍ବ  ଆସିଲା !କମ୍ୟୁନିଷ୍ଟ ଦେଶ   ହୋଇଥିବା ରୁଷିଆ,  ସେଠାକାର ପ୍ରାୟ ସମସ୍ତ ଦେବାଳୟ ଗୁଡିକ ଭାଙ୍ଗି ଦେଇ,  ବନ୍ଦ କରିଥିବା ବେଳେ, କେବଳ ଗୋଟିଏ ଦେବାଳୟ ମାତ୍ର ଖୋଲା ଯାଇଥିଲା ! ସେଠାରେ ଅଧିକାଂଶ ଲୋକ ଆସି ଆରାଧନାରେ ଭାଗ ନେଲେ !ସେହି ପାଳକ ଉଚ୍ଚାହର ସହିତ ପ୍ରଚାର କଲା !ବିଶ୍ୱାସୀମାନଙ୍କ ମଧ୍ୟରେ ଆନନ୍ଦ ବନ୍ୟା ସଦୃଶ୍ୟ ବହିଲା !ମାତ୍ର ଭୋର ସକାଳୁ ହିଁ ସେହି ପାଳକକୁ ବନ୍ଦୀ କରାଗଲା !ତାଙ୍କୁ ବନ୍ଦୀ କରି ନେବା ପୂର୍ବରୁ କେବଳ ତିନୋଟି କଥା ହିଁ ହେବାକୁ ଅନୁମତି ଦେଇ ଥିଲେ !ଗମ୍ଭୀର ରବରେ ସେହି ଅଧିକାରୀ ଜଣକ କହିଲା,  କେବଳ ତିନୋଟି କଥା ହିଁ ହୋଇପାରିବ ! ପ୍ରଚାରକ ସେହି ତିନୋଟି କଥା କହିଲା କଣ ଜାଣିଛ କି ? ତାହା ହେଉଛି-ଯୀଶୁ, ଜୀବିତ , ହାଲେଲୁଆ !ଏହା କହି ଶେଷ କରିବା କ୍ଷଣି ତାଙ୍କରି ଏହି କଥାକୁ  ମଣ୍ଡଳୀର ସମସ୍ତେ ଓ ଅନ୍ୟ ଲୋକମାନେ ସମସ୍ତେ ଏହା ବାରମ୍ବାର ଉଚ୍ଚସ୍ୱରରେ କହିବାକୁ ଆରମ୍ଭ କଲେ !ସେମାନଙ୍କର ବିଶ୍ୱାସ ବଳବାନ ହେଲା !

ଯୀଶୁଖ୍ରୀଷ୍ଟ ଏହି ଜଗତକୁ ମଣିଷ ରୂପରେ ଆସି ତେତିଶି ବର୍ଷ ଛ ମାସ କାଳ ଜୀବନ ଯାପନ କଲା !ସେଥିରେ କେବଳ ତିନି ବର୍ଷ ଛ ମାସ  ମାତ୍ର ସେବା କାର୍ଯ୍ୟ କରି, ଆମର ପାପ ସକାଶେ କୃଶରେ ହତ ହୋଇ,  ମୃତ୍ୟୁ ବରଣ କରି, ସମାଧି ହେଲା !ତାଙ୍କ ସହ ରହିଥିବା ଶିଷ୍ୟମାନେ ଯୀଶୁ ମରିଗଲା, ଏବେ ଆମେ କଣ କରିବୁ ବୋଲି ଭୟ ହୋଇଗଲେ !ଯୀଶୁଙ୍କର ପରି ଆମକୁ ମଧ୍ୟ ହତ୍ୟା କରିଦେବେ ବୋଲି ଭୟହୋଇ, ଗୋଟିଏ ବନ୍ଦ କୋଠରୀରେ ଲୁଚିକି ରହିଲେ !ଯୀଶୁ ମୃତ୍ୟୁ ବରଣ ହୋଇ ତୃତୀୟ ଦିନରେ ପୁନରୁଥାନ ହୋଇ କହିଲା,  ଭୟ କର ନାହିଁ !ତାପରେ ଚାଳିଶି ଦିନ ଜୀବିତ  ଭାବେ ଦେଖା ହୋଇ,  ଜୀବିତ  ଭାବେ ସେ ଅନେକଙ୍କୁ ପ୍ରତିକ୍ଷିତ ହେଲା !ସ୍ୱର୍ଗ ରାଜ୍ୟକୁ ଯିବା ପୂର୍ବରୁ ଯୀଶୁ କହିଲେ, ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ ! ଯୀଶୁଖ୍ରୀଷ୍ଟ ଜୀବିତ  ହୋଇ ଆମ୍ଭ ସହିତ ରହିଛନ୍ତି, ଆମ୍ଭ ସହିତ ବାସ କରୁଛନ୍ତି !

ଖ୍ରୀଷ୍ଟଙ୍କ ଠାରେ ମୋର ପ୍ରିୟ ବଂଧୁଗଣ, ଆପଣଙ୍କର ଜୀବନରେ ମଧ୍ୟ ସମସ୍ୟା ଦେଖି ଚିନ୍ତାରେ ଭୟ କରୁଛ କି, ସମସ୍ତଙ୍କ ଦ୍ଵାରା ହାତ ଛଡା ହୋଇ ଆଉ କିଏ ମୋତେ ସାହାଯ୍ୟ କରିବେ କହି ଭୟ କରୁଛ କି ? ନିରୁଉଚ୍ଚାହ ହୁଅନ୍ତୁ ନାହିଁ !ସେ ଆପଣଙ୍କ ଜୀବନରେ ଏକ ନୂତନ ଆରମ୍ଭ ଦୟା କରିବେ !କାରଣ ସେ  ଜୀବିତ  ହୋଇଅଛନ୍ତି ! ଜୀବିତ  ଯୀଶୁ ବାପାଙ୍କୁ ତୁମ୍ଭ ଜୀବନର ସମସ୍ତ କାର୍ଯ୍ୟଗୁଡିକୁ କହି ଅନୁଗ୍ରହ  ପାଆନ୍ତୁ !ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଆଶୀର୍ବାଦ  କରି ଉପରକୁ ଉଠାଇବ !
-    ପି. ଶିବା

ପ୍ରାର୍ଥନା କରନ୍ତୁ :-
ସମ୍ପୂର୍ଣ ମିଶିନାରି ମାନଙ୍କର ଶରୀର ଆରୋଗ୍ୟ, ପ୍ରଭୁଙ୍କର ସଂରକ୍ଷଣ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al