By Village Missionary Movement
Friday, 02-Apr-2021ଆଜିର ବାକ୍ୟ (Oriya) 02-04-2021
ବିଜୟୀ ବାନାର ଚି଼ହ୍ନ
“କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ'ଠାରୁ ଦୂରେ ଥାଉ; ତାହାଙ୍କ ଦ୍ୱାରା ଜଗତ ମୋ' ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି ।“ - ଗାଲାତିୟ 6:14
312ଖ୍ରୀଷ୍ଟାଦ୍ଧରେ ରୋମ ସାମ୍ରାଜ୍ୟର ରାଜା କାନଷ୍ଟାଣ୍ଡ ଆଇନଙ୍କ ବିରୋଧରେ ମ୍ୟାକସନ ଇଡ଼ିଏଟ ନାମକ ରାଜା ଯୁଦ୍ଧକୁ ଆସିଲା !ସେତେବେଳେ ବିଚଳିତ ହୋଇ ରହିଥିବା କାନଷ୍ଟାଣ୍ଡ ଆଇନଙ୍କର ସ୍ୱପ୍ନରେ ଆଲୋକ କୃଶ ଗୋଟିଏ, ତାହାରି ପାଖରେ ଏହି ଚି଼ହ୍ନ ଦ୍ଵାରା ତୁମେ ବିଜୟୀ ହେବ ବୋଲି ଚି଼ହ୍ନଟି ଦର୍ଶନ ପାଇ ଉଚ୍ଚାହିତରେ ଉଠିଲା !ସେହି ରାତିରେ ହିଁ ଯୁଦ୍ଧର ସୈନିକ ସମସ୍ତଙ୍କ ଖଣ୍ଡାରେ କୃଶ ଚି଼ହ୍ନକୁ ଛାପି ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହୁଅନ୍ତୁ ବୋଲି ଆଜ୍ଞା କଲେ !ଶେଷରେ ରୋମ ସୈନିକ ମ୍ୟାକସନ ଇଡ଼ିଏଟକୁ ଜୟ କରି ମହାନ ବିଜୟୀ ଲାଭ କଲେ !କୃଶ ଚି଼ହ୍ନ ଦ୍ଵାରା ବିଜୟୀ ଲାଭ କରିଥିବା କାନଷ୍ଟାଣ୍ଡ ଆଇନ ସେହି ଦିନରୁ ଯୀଶୁଙ୍କୁ ଅନୁସରଣ କରୁଥିବା ଇତିହାସ କହୁଛି !ତାଙ୍କ ଦ୍ଵାରା ଯୀଶୁଙ୍କୁ ଅନେକ ଅନୁସରଣ କଲେ !ଖ୍ରୀଷ୍ଟଙ୍କୁ ନିଜର ପରିତ୍ରାଣ କର୍ତ୍ତା ବୋଲି ଗ୍ରହଣ କଲେ !
ଅଜି ଯୀଶୁଖ୍ରୀଷ୍ଟଙ୍କର କ୍ରୁଶୀୟ ମରଣ ପୃଥିବୀରେ ରହି ଥିବା ସମସ୍ତ ମଣ୍ଡଳୀକୁ ମନେପକାଉଛି !ଅଭିଶପ୍ତର ଚି଼ହ୍ନ ସ୍ୱରୂପ ଦେଖାଯାଉଥିବା କୃଶରେ ଯୀଶୁଖ୍ରୀଷ୍ଟ ଦେହତ୍ୟାଗ କରି, ସମାଧି ହୋଇ, ପୁନରୁଥାନ ହୋଇ ପୁନର୍ବାର ଉଠିବା ଦ୍ଵାରା, ତାହା ବିଜୟୀ ବାନାର ଚି଼ହ୍ନ ହୋଇ ବଦଳିଲା !ପ୍ରେରିତ ପାଉଲ ଗାଲାତିୟ ମଣ୍ଡଳୀକୁ ଲେଖିଥିବା ବେଳେ, ମୁ ଆମ ପ୍ରଭୁଯୀଶୁଖ୍ରୀଷ୍ଟ କୃଶ ଚି଼ହ୍ନ ଛଡା ଆଉ କିଛିକୁ ମୁ ଦର୍ପ କରେ ନାହିଁ ବୋଲି କହନ୍ତି !ହଁ ଆମେ ଦର୍ପ କରିବାର ଚି଼ହ୍ନ କୃଶ !ଆମ ଜୀବନରେ ବିଜୟୀ ବାନାର ଚି଼ହ୍ନ କୃଶ !କୃଶର ଛାଇ ହିଁ ଆମେ ଆଦରଣ ପାଇବାର ସ୍ଥାନ !ମାତ୍ର କୃଶ ଚି଼ହ୍ନ ଏକ ମ୍ୟାଜିକ ନୁହେଁ !ତାହାକୁ ଉର୍ନ୍ନତିରେ, ମହିମାରେ କୃଶ ମରଣ ଦ୍ଵାରା ମୋକ୍ଷକୁ ଦୟା କରିଥିବା ଯୀଶୁଙ୍କର ଦ୍ଵାରା ହିଁ ତାହା ବିଜୟୀର ଚି଼ହ୍ନ !
ଏହା ପଡ଼ୁଥିବା ଆପଣମାନେ ପ୍ରତିଦିନ ଆପଣଙ୍କ କୃଶ ବହନ କରି କୃଶକୁ ଅନୁସରଣ କରୁଛ କି ? କୃଶର ଉପଦେଶକୁ ମାନି ପ୍ରଭୁଙ୍କର ଶକ୍ତିକୁ ପାଉଛ କି ? ସେହିପରି ହେଲେ ଆପଣଙ୍କ ଜୀବନ ଏହି ଜଗତରେ ହିଁ ନାହିଁ ପର ଜଗତରେ ମଧ୍ୟ ବିଜୟୀ ହେବ !ବେଳେ ବେଳେ କିଛି ନିରୁଉଚ୍ଚାହିତ, ବିଚଳିତ ଓ ଭୟ ଆସିପାରେ !ମାତ୍ର ଆମର ପରିତ୍ରାଣ କର୍ତ୍ତା ଆମ ନିମନ୍ତେ କୃଶରେ ପାପ ନିମନ୍ତେ, ଅଭିଶାପ ନିମନ୍ତେ, ରୋଗ ନିମନ୍ତେ, ବିଜୟୀ ପାଇରହିବାକୁ ମନେରଖି ଆମେ ଧଉର୍ଯ୍ୟ ପାଇ ପାରିବା !କୃଶରେ ସଇତାନର ମସ୍ତକକୁ ଖଣ୍ଡ ବିଖଣ୍ଡ କରି ଆମକୁ ଦେଇ ଥିବା ବିଜୟୀକୁ ଆମେ ନିଜର କରିବା !ବିଜୟୀ ବାନାରେ ଜୀବନ ଯାପନ କରିବା !
- ଶ୍ରୀମତୀ ଯାଭା ଡେଭିଡ ଗଣେଶନ
ପ୍ରାର୍ଥନା କରନ୍ତୁ :-
ନୂତନ ଭାବେ ମିଶି ମିଶିନାରି କରୁ ଥିବା ସେବକଙ୍କୁ ପରମେଶ୍ୱରଙ୍କର ଅନୁଗ୍ରହ ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.