By Village Missionary Movement
Thursday, 01-Apr-2021ଆଜିର ବାକ୍ୟ (Oriya) 01-04-2021
"କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ" - ମାଥିଉ 23:23
ବର୍ତମାନ ଆମେ ତପସ୍ୟା କାଳର ଶେଷରେ ପହଂଚିଛୁ !ଏହି ଦିନକୁ ଆତ୍ମୀୟ ଋତୁ ମଧ୍ୟ କହିପାରିବା !ମଣ୍ଡଳୀରେ ଅନେକ ଆତ୍ମୀୟ ଆରାଧନା, ଅନେକ ଆତ୍ମୀୟ ସଭାସମିତି, ଶରୀରକୁ ବାଧା ଦେଲା ପରି ଉପବାସ, ଏହି ସମସ୍ତ ଆବଶ୍ୟକତା ଅଟେ !ସେହି ସମୟରେ ଗୋଟିଏ କାର୍ଯ୍ୟକୁ ଆଶା ନ କରି, ପ୍ରଭୁଙ୍କୁ ଓ ଆପଣକୁ ରହିଥିବା ବନ୍ଦନ ଶକ୍ତିଶାଳୀ ହୋଇଛି କି ? ଅନେକ ସମୟରେ ଆମେ ବାହ୍ୟ ପରମ୍ପରାକୁ ଗୁରୁତ୍ୱ ଦେଇ, ବାହ୍ୟ ଚାକଚକ୍ୟ ଅଧିକ ଆତୁର ନ ଦେଖାଇ ଛାଡି ଦେଉଛୁ !ଆମେ କରୁଥିବା ଉପବାସ ପ୍ରଭୁଙ୍କର ପ୍ରିୟ ହୋଇ କି, ପ୍ରଭୁଙ୍କର ଇଚ୍ଛାଅନୁସାରେ, ପ୍ରଭୁଙ୍କର ବାକ୍ୟ ଅନୁସାରେ ରହିଛି କି ? ଆମେ ତଳେ ପଚାରୁଥିବା ପ୍ରଶ୍ନ ଦ୍ଵାରା ଆମେ ନିଧାନ କରି ଦେଖିବାକୁ ମନୋନୀତ ହୋଇଅଛୁ !
(1)ଆମ ଜୀବନରେ ଦୁଷ୍ଟତାରୂପ ବନ୍ଧନ ଫିଟାଇଛୁ କି ଅର୍ଥାତ ଆମ ପାପକୁ ପରିତ୍ୟାଗ କରି ମନ ପରିବର୍ତ୍ତନ ପାଇଛୁ କି ? ଅନ୍ୟର ପାପ ବନ୍ଧନ ମୁକ୍ତ କରି ଓ ଉପଦ୍ରବଗ୍ରସ୍ତ ଲୋକମାନଙ୍କୁ ମୁକ୍ତ କରି ଛାଡ଼ି ଦେବାଚେଷ୍ଟା କରୁଛୁ କି ?
(2)ଅନ୍ୟର ପାପର ବନ୍ଦନ ମୁକ୍ତ କରିବାକୁ ଏହି ଚାଳିଶ ଦିନ ଚେଷ୍ଟା କରିଛୁ କି ? (ଯିଶାଇୟ :-58:6 )
(3) କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ଓ ତାଡ଼ିତ ଦୁଃଖୀ ଲୋକକୁ ଆପଣା ଗୃହକୁ ଆଣିବାର, ତୁମ୍ଭେ ଉଲଙ୍ଗକୁ ଦେଖିଲେ, ତାହାକୁ ବସ୍ତ୍ର ପିନ୍ଧାଇବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ଆପଣାକୁ ନ ଲୁଚାଇବା !
(4)ଆମ ଉପବାସର ଆନ୍ତରିକତା ଦେଖୁ ଥିବା ପିତାଙ୍କୁ ଇଚ୍ଛାରେ ଥିଲା କି ? ନା ମଣିଷ ଆମକୁ ପ୍ରଶଂସା କରିଥିବା ପରି, ସେମାନଙ୍କର ସାମନାରେ ଦୃଷ୍ଟି ଗୋଚର ହୋଇ ଥିଲା କି ? ମାଥିଉ :-6:17ଆମେ ଆଲୋଚନା କରି ଦେଖିବା !
ମୋର ପ୍ରିୟ ବଂଧୁଗଣ, ଆମ ଉପବାସର ଦିନ କିପରି ରହିଛି ? ଆମେ ନିଜକୁ ତୃପ୍ତି କରିବାକୁ ଉପବାସ କରୁଛୁ କି ? ନା ସଦାପ୍ରଭୁଙ୍କୁ ସନ୍ତୁଷ୍ଟର ଉପବାସ ରହୁଛି କି ? ଯଦି ନ ହୁଏ ତେବେ ଅଜି ହିଁ ମନ ପରିବର୍ତ୍ତନ କରି ପ୍ରାର୍ଥନା କରିବା !ତାଙ୍କ ସହିତ ଆମ ସ୍ୱାର୍ଥକୁ କୃଶରେ ହତ ହେବାକୁ ଗ୍ରହଣ କରିବା !ଆମେ ଯଦି ତାଙ୍କରି ସହିତ ମରିବା ତେବେ ତାଙ୍କରି ସହିତ ଉଠିବା !ହାଲେଲୁଆ !
- ଶ୍ରୀମତୀ ଭୁବାନା ଧାନାବାଲାନ
ପ୍ରାର୍ଥନା କରନ୍ତୁ :-
ଏହି ମାସ ସାରା ହେଉଥିବା ସେବା କାର୍ଯ୍ୟରେ ପ୍ରଭୁଙ୍କର ଶକ୍ତି ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.