By Village Missionary Movement
Thursday, 21-Dec-2023ଆଜିର ବାକ୍ୟ (Oriya) 21-12-2023
ଖ୍ରୀଷ୍ଟମାସ ଉପହାର
“ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳ ମାନଙ୍କୁ ସାହାଯ୍ୟ କରିବା, ପୁଣି, "ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅତି ଉତ୍ତମ", ଏହି ଯେଉଁ କଥା ପ୍ରଭୁ ଯୀଶୁ ସ୍ୱୟଂ କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହି ସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଅଛି !” - ପ୍ରେରିତ ୨0:୩୫
ବାପା ମୋ ସହପାଠୀ ସୁରେଶ ଅତି ଗରିବ,ମୁଁ ତାହାଙ୍କୁ ଡ୍ରେସ ଦେବି ବାପା, ଏପରି ଉତ୍ସାହରେ ତାଙ୍କ ବାପାଙ୍କୁ ଡେବିଡ ଅନୁମତି ମାଗୁଛନ୍ତି !ଗତକାଲି ତ ଡ୍ରେସ କାଢ଼ିଲୁ ! ଡେବିଡର ବାପା କହିଲେ,ତେବେହିଁ କହିଥିଲେ ଆଉ ଏକ ହଲ ଡ୍ରେସ କ୍ରୟ କରିଥାନ୍ତି !ମୋତେ କାଢିଥିବା ଦୁଇଟି ଡ୍ରେସରୁ ମୁଁ ଗୋଟିଏ ହଲ ଡ୍ରେସ ତାଙ୍କୁ ଦେବି ବୋଲି କହିବା ପୂର୍ବରୁ, ବାପା ରାଗିକି ପଚାରିଲେ, ସେହି ଡ୍ରେସର ମୂଲ୍ୟ କେତେ ତୁମେ ଜାଣିଛ କି ?ତେବେ ଡେବିଡ କହିଲା, ବାପା ଗରିବକୁ ଦେବା ଯୀଶୁଙ୍କୁ ଦେବା ସଦୃଶ୍ୟ, ଯୀଶୁବାପାଙ୍କୁ ବହୁମୂଲ୍ୟ ପୋଷାକ ହିଁ ଦେବା ଉଚିତ ବାପା, ପ୍ଲିଜ, ଏପରି ସେ କହିବା ସମୟରେ ଆଖିରୁ ଲୁହ ଝରିଲା !
ଦୁଇଟି ଡ୍ରେସରୁ ଗୋଟେ ଦେଇ, ନୂତନ ବର୍ଷରେ ଖ୍ରୀଷ୍ଟମାସରେ ଧାରଣ କରିଥିବା ଡ୍ରେସ ହିଁ ପରିଧାନ କରିବା ଉଚିତ, ଆଉ ପୋଷାକ କାଢିବି ନାହିଁ ବୋଲି ବାପା ରୋକଠକ ଶୁଣାଇ ଦେଲେ !ଖୁସିରେ ଡେବିଡ କହିଲା,ଧନ୍ୟବାଦ ବାପା !ନୁଆଁନୁଆଁ ପୋଷାକ ଧାରଣ କରିବାକୁ ଇଚ୍ଛା କରୁଥିବା ତାଙ୍କ ପୁଅ କି ଏପରି କଥା କହୁଛନ୍ତି ବୋଲି ଡାନିଏଲ ଆଲୋଚନାରେ ରହିଲା !ଖ୍ରୀଷ୍ଟମାସ କହିଲେ କ'ଣ ?ଗୌରବମୟ ପରମେଶ୍ୱର ତାଙ୍କ ଏକମାତ୍ର ପୁତ୍ରଙ୍କୁ ଏହି ଜଗତକୁ ଉପହାର ସଦୃଶ୍ୟ ପ୍ରେରଣ କରିଥିବା ହିଁ ଖ୍ରୀଷ୍ଟମାସ !ଏହା ଏକ ମହାନ ଉପହାର ଅଟେ !
ଯଦି ବିବାହ ପୂର୍ବରୁ କେହି ଗର୍ଭବତୀ ହୁଅନ୍ତି, ତେବେ ଯିହୁଦୀ ସମାଜର ନିୟମ ଅନୁସାରେ ପଥର ଫୋପାଡ଼ି ହତ୍ୟା କରାଯିବା ଉଚିତ ବୋଲି ଏକ ସାମାଜିକ ପ୍ରଥା ଅଛି ବୋଲି ଜାଣିଥିବା ବେଳେ, ଗାବ୍ରିଏଲ ଦୂତଙ୍କ ଦ୍ଵାର ସମ୍ବାଦ ପାଇଥିବା ମରିୟମ, ଇଶ୍ୱର ପୁତ୍ରଙ୍କୁ ଜନ୍ମ ଦେବାକୁ ସେ ନିଜକୁ ନିଜେ ସମର୍ପିତ ହେଲେ !
ପଣ୍ଡିତମାନଙ୍କୁ ନକ୍ଷେତ୍ର ମାର୍ଗ ଦେଖାଇବାରୁ ଅନେକ ଦୂରରୁ ଆସି ଯୀଶୁଙ୍କୁ ଦର୍ଶନ କଲେ !ଜନ୍ମ ନେଇଥିବା ବ୍ୟକ୍ତି ଜଣକ ରାଜାମାନଙ୍କର ରାଜା ହେତୁ, ତାହାର ଚି଼ହ୍ନ ସ୍ୱରୂପ ସୁନା, ସେ ଜଗତର ଲୋକଙ୍କ ନିମନ୍ତେ ବଳି ହେବେ ବୋଲି କହିବାକୁ କୁନ୍ଧୁର, ତାହାଙ୍କ ଇଶ୍ୱରତ୍ୱ ଜଗତ ସାରା ସୁଭାଶିତ ହେବ ବୋଲି ପ୍ରକାଶ କରିବାକୁ ଗନ୍ଧରସକୁ ଉପହାର ସଦୃଶ୍ୟ ସମର୍ପଣ କଲେ !ଏହି ସବୁ ଜିନିଷ ବହୁମୂଲ୍ୟ ଅଟେ !
ଆଜି ଆମେ କିପରି ଖ୍ରୀଷ୍ଟମାସ ପାଳନ କରୁଛୁ ? ଆମେ ନୂତନ ପୋଷାକ ପରିଧାନ କରି, ଭୋଜିଭାତ କରି, ଆମ ବନ୍ଧୁବାନ୍ଧବକୁ ମିଠା ପଠାଉଛୁ !ଏହାକୁ ମନା କରାଯାଉ ନାହିଁ !କିନ୍ତୁ ଗରିବମାନଙ୍କ ନିମନ୍ତେ ଆଲୋଚନା କରୁଛୁ କି ? ଗରିବମାନଙ୍କୁ, ମିଶିନାରୀ ମାନଙ୍କୁ, ଉପହାର ଗୁଡିକ ପଠାଇ ସେମାନଙ୍କ ଆନନ୍ଦରେ ଭାଗିଦାର ହେବା କି ? ଆମର ଯାହା ଅଛି ତହିଁରୁ କାଢି ପରିଶ୍ରମ କରୁଥିବା ଜନତାଙ୍କୁ ଦେଇ ତ୍ୟାଗପୂତ ମନରେ ଖ୍ରୀଷ୍ଟମାସକୁ ପାଳନ କରିବା !ତାହାଙ୍କ ପ୍ରିୟ ପୁତ୍ରଙ୍କୁ ଏହି ଜଗତକୁ ପଠାଇଥିବା ପରମପିତା ତ୍ୟାଗ କେତେ ମହାନ, ଯଦି ଏହା ଆମେ ବୁଝିବା, ଆମେ ତ୍ୟାଗ ନକରି ଖ୍ରୀଷ୍ଟମାସକୁ ପାଳନ କରିପାରିବା ନାହିଁ !
- ଶ୍ରୀମତୀ ୱାଣାଜା ପାଉଲ ରାଜ
ପ୍ରାର୍ଥନା ଅନୁରୋଧ:-
୭000 ମିଶିନାରୀ ୧00000 ଗାଁକୁ ପହଞ୍ଚିବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.