Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-03-2021
Share:

By Village Missionary Movement

Wednesday, 31-Mar-2021

ଆଜିର ବାକ୍ୟ (Oriya) 31-03-2021

କେଉଁଟା ଶ୍ରେଷ୍ଠତା 

“କିନ୍ତୁ ମୁଁ ଯେପରି ମୋହର ନିରୁପିତ ପଥର ଶେଷ ଯାଏ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯୀଶୁଙ୍କଠାରୁ ଯେଉଁ ସେବାର କାର୍ଯ୍ୟ ପାଇଅଛି, ତାହା ଯେପରି ସମ୍ପୂର୍ଣ୍ଣ କରି ପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି ।“ - ପ୍ରେରିତ 20:24

ଦକ୍ଷୀଣ ଆମେରିକାର କିଏ ଯାଇ ନ ପାରିବା ଘୋର ଅରଣ୍ୟରେ ଆକା ଇଣ୍ଡିଆନସ ନାମକ  ଅଧିବାସୀ ଲୋକମାନେ  ବାସ କରି ଆସୁଥିଲେ !ଏମାନେ ତାଙ୍କର ପ୍ରଜାକୁ ଛଡା ଅନ୍ୟ କାହାକୁ ଦେଖିଲେ, ବିଷ ଭରା ଶର ଦ୍ଵାରା ସେମାନଙ୍କୁ ମାରି ହତ୍ୟା କରିଦିଅନ୍ତି !ଏହିପରି ଲୋକଙ୍କୁ ପରମେଶ୍ୱରଙ୍କର ପ୍ରେମ ପ୍ରକାଶ କରିବାକୁ  , ସେ ନିଜକୁ ସମର୍ପିତ ହେଲା, ସେ ହେଉଛନ୍ତି  ଜିମ ଏଳିଏଟ ନାମକ ଯୁବକ !ସେମାନଙ୍କର ଭାଷା ଶିଖିଲେ, ସେମାନଙ୍କ ସହିତ ନିବାସ କରିବାକୁ, ସେହି ପ୍ରଜାଙ୍କୁ ସୁସମାଚାର ପ୍ରକାଶ କରିବାକୁ,  ଏକ ମାର୍ଗକୁ ଆପଣାଇଲେ !ତାଙ୍କର ସାଙ୍ଗ ଚାରି ଜଣ ସହିତ ମିଶି ଗୋଟିଏ ଛୋଟ ଜାହାଜରେ, ସେହି ଅରଣ୍ୟ ଉପରେ ଉଡି ଉଡି ଛୋଟ ଛୋଟ ଜିନିଷ ଗୁଡିକ ସେମାନଙ୍କୁ ଉପହାର ସଦୃଶ୍ୟ ପକାଇଲେ !ସେହି ଲୋକମାନେ ତାହା ଆନନ୍ଦରେ ଗ୍ରହଣ କରିବା କ୍ଷଣି, ତାଙ୍କରି ଜୀବନକୁ ଖାତିରି ନ କରି, ଜୀବନକୁ ତ୍ୟାଗ କରି, ସେହି ଅରଣ୍ୟକୁ ଯିବାକୁ  ନିର୍ଣ୍ଣୟ କରିଥିବା ଜିମ ଏଳିଏଟ, ତାଙ୍କର ସାଙ୍ଗମାନେ ସେଠାକୁ  ଯିବାକୁ ଗୋଟିଏ ଦିନଟି  ବାଛି ନେଲେ !ସେଠାକୁ ଯିବା ସଙ୍ଗେ ସେଠାକାର ଅଧିବାସୀ ବିଷ ଭରା ଶର ଦ୍ଵାରା ସେମାନଙ୍କୁ ମାରି ହତ୍ୟା କଲେ ! ଏପରି ଦୁଃଖ ଓ ବେଦନା ପରିସ୍ଥିତିରେ ମଧ୍ୟ, ସେମାନଙ୍କର ସ୍ତ୍ରୀମାନେ ସେହି କାର୍ଯ୍ୟକୁ ଆରମ୍ଭ କରି ସେବା କରିକି ଆସିଲେ !ଆଜି ଆକା ପ୍ରଜାଙ୍କର ମଧ୍ୟରେ ମଣ୍ଡଳୀ, ସେବକ ତିଆରି ହୋଇ ଆରାଧନା କରି ଆସୁଅଛନ୍ତି !

ଯୀଶୁଖ୍ରୀଷ୍ଟଙ୍କର ସେବକ ପାଉଲ ମଧ୍ୟ ଏଫିସୀୟ ମଣ୍ଡଳୀର ପ୍ରାଚୀନମାନଙ୍କ ସହ ମୀଲୀତ  ସହରକୁ ଡକାଇ କଥା ହେଉଥିବା ବେଳେ  କହିଲା, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ଛୋଟ ମନେ କରୁଅଛି !ପାଉଲ ତାର ଜୀବନ ଠାରୁ ଯୀଶୁଙ୍କର ମନୋନୀତକୁ ବହୁତ ମହାନ ଅଟେ ବୋଲି ଆଲୋଚନା କରିଛନ୍ତି !ତେଣୁ ସେ କାରାଗାରରେ ବନ୍ଦୀ ଥିବା ବେଳେ ମଧ୍ୟ, ଜନତା ବିରୋଧୀ ହୋଇ ଆସିବା ବେଳେ ମଧ୍ୟ,  କୋରଡାରେ ମାରି ଥିବା ବେଳେ ମଧ୍ୟ, ନୌକା ଯାତ୍ରାରେ ଅନେକ କଷ୍ଟ ଆସିଥିବା ବେଳେ ମଧ୍ୟ, ସେଗୁଡିକୁ ଖାତିରି ନ କରି ସେବା କାର୍ଯ୍ୟ କଲା !ନିରୁଉଚ୍ଚାହିତ ହୋଇ ଗୋଟିଏ ଜାଗାରେ ବସି ନ ପଡି ଅନେକ ଦେଶକୁ ଯାତ୍ରା କରୁଥାଏ !ମୁ ଏହା ଆନନ୍ଦରେ ଗ୍ରହଣ କରୁଛି !କାହିଁକି ନା ପ୍ରଭୁଙ୍କର ଡାକରାକୁ ସମ୍ପୂର୍ଣ ଭାବରେ ପୂର୍ଣ୍ଣ କଲି ବୋଲି ପାଉଲ କହନ୍ତି !

ଏହା ପଡୁଥିବା ମୋର ପ୍ରିୟ ବନ୍ଧୁଗଣ, ଯୀଶୁଖ୍ରୀଷ୍ଟ ସ୍ୱର୍ଗ ରାଜ୍ୟ ଯିବା ପୂର୍ବରୁ, ଦେଇ ଥିବା ଡାକରା ତୁମେ ସର୍ବ ଜଗତକୁ ଯାଇ ସର୍ବ ସୃଷ୍ଟିକୁ ସୁସମାଚାର ପ୍ରଚାର କର !ତୁମ୍ଭେ ତାଙ୍କରି ଡାକରାକୁ କିପରି ନେଉଅଛ ? ଜିମ ଏଳିଏଟ ଏବଂ ପାଉଲ ମହାନ ଭାବେ ମନୋନୀତକୁ ଆଲୋଚନା କରିଥିବା ଦ୍ଵାରା ସେମାନଙ୍କର ଜୀବନକୁ ଖାତିରି ନ କରି ସୁସମାଚାର ପ୍ରକାଶ କରିଥିଲେ !ଆଜି ଆମ ଜୀବନରେ କେଉଁଟା ଶ୍ରେଷ୍ଠ ହୋଇଅଛି, ଧନ କି, ପଦବୀ କି,  ପାଠ କି, ଜୀବନ କି ନା ପ୍ରଭୁଙ୍କର ପ୍ରେମ ? ଆପଣା ଧନ ମିଶିନାରି ସେବାକୁ ପାଇ ଖର୍ଚ୍ଚ କରିପାରିବ, ମିଶିନାରିମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଆପଣଙ୍କ ସମୟ ଦେଇପାର, କାହିଁକି ଆପଣ ହିଁ ମିଶିନାରି ଭାବେ ଆସିପାର !ଯେ ତାର ଜୀବନ ବଞ୍ଚାଏ, ସେ ତାହା ହରାଏ,  ମୋର ସକାଶେ ଯିଏ ତାର ଜୀବନ ହରାଏ, ସେ ତାହା ବଞ୍ଚାଏ !ଆମେନ !
-    ଶ୍ରୀମତୀ ଆନଭି ଜ୍ୟୋତି ଷ୍ଟାଳିନ 

ପ୍ରାର୍ଥନା କରନ୍ତୁ :-
ଆମ ଯୁବକ ମିଶିନାରି ମାନଙ୍କୁ ପରମେଶ୍ୱର ଉତ୍ତର ଜୀବନ ସାଥୀ ଯୋଗାଇବା ନିମନ୍ତେ ପ୍ରାର୍ଥନା କରିବା  !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al