Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-12-2023
Share:

By Village Missionary Movement

Thursday, 14-Dec-2023

ଆଜିର ବାକ୍ୟ (Oriya) 14-12-2023

 

କଢାଇ ନେବା ତାରା

 

“ସେଥିରେ ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ; ଆଉ ଦେଖ, ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଇ, ଯେଉଁଠାରେ ଶିଶୁ ଥିଲେ, ଶେଷରେ ସେହି ସ୍ଥାନ ଉପରେ ରହିଗଲା!” - ମାଥିଉ ୨:୯

 

ଆସିଗଲା ବଡ଼ଦିନ !ପର୍ବ ପାଳନ କରିବାର ଦୁର୍ଭିକ୍ଷ ନାହିଁ ! ଗୃହ ସଜାଇବାରେ ପ୍ରଥମ ସ୍ଥାନ ହେଉଛି 'ତାରା' !ହଁ ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ମନକୁ ଆସେ କେବଳ ନକ୍ଷେତ୍ର !ନକ୍ଷେତ୍ର କ୍ରୟ କରି ଗୃହରେ ଝୁଲାଇ ଦେଲେ, ବଡ଼ଦିନର ଉତ୍ସାହ ଆସିଯିବ !ଏହି ବିଷୟରେ ଅନେକ କାର୍ଯ୍ୟ ଅଛି, ହେଲେ ପବିତ୍ର ବାଇବଲରୁ ଏକ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ଆଜି ଆମେ ଧ୍ୟାନ କରିବା !

 

ମାଥିଉ ସୁସମାଚାର ଦ୍ଵିତୀୟ ଅଧ୍ୟାୟରେ ଯଦି ଆମେ ଦେଖିବା, ଯୀଶୁଙ୍କ ଜନ୍ମ ଦିନରେ ପୂର୍ବ ଦିଗରୁ ପଣ୍ଡିତମାନେ ଯିରୂଶାଲମକୁ ଆସି ହେରୋଦ ରାଜାଙ୍କୁ ପଚାରିଲେ,ଜନ୍ମ ନେଇଥିବା ଯିହୁଦୀ ମାନଙ୍କ ରାଜା କେଉଁଠି ?ଏହା ତାହାଙ୍କୁ ପସନ୍ଦ ଲାଗିଲା ନାହିଁ !ମୁଁ ଜଣେ ରାଜା ଅଛି, କିନ୍ତୁ ଏମାନେ ଅନ୍ୟ ରାଜାଙ୍କ ବିଷୟରେ କଥା ହେଉଛନ୍ତି କି ବୋଲି ହେରୋଦ ବିଚଳିତ ହେଲା !ତାହାଙ୍କ ସହ ଯିରୂଶାଲମ ନଗରର ସମସ୍ତେ ବିଚଳିତ ହେଲେ ବୋଲି ଆମେ ଦେଖୁଅଛୁ !ସଙ୍ଗେସଙ୍ଗେ ହେରୋଦ ରାଜା ଏକ ଯୋଜନା କଲା !ତାର ହୃଦୟରେ ମନ୍ଦ ଆଲୋଚନା କରି ଏକ ଯୋଜନା କଲା ! ପଣ୍ଡିତମାନଙ୍କ ସହିତ ମିଛ କହୁଛନ୍ତି,ଆପଣମାନେ ଯାଇ ସେହି ଶିଶୁଙ୍କ ସମ୍ବନ୍ଧରେ ଠିକ୍ ଭାବରେ ଅନୁସନ୍ଧାନ କରନ୍ତୁ, ଆଉ ସନ୍ଧାନ ପାଇଲାକ୍ଷଣି ଆମ୍ଭକୁ ସମ୍ବାଦ ଦିଅନ୍ତୁ, ଯେପରି ଆମ୍ଭେ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବା ! ସେମାନେ ରାଜାଙ୍କ କଥା ଶୁଣି ଚାଲିଗଲେ !କିନ୍ତୁ କେଉଁଠାକୁ ଯିବାକୁ ହେବ?କେଉଁ ଦିଗକୁ ଯିବାକୁ ହେବ ?କିଛି ବୁଝି ପାରିଲେ ନାହିଁ !ପବିତ୍ର ବାଇବଲରେ ଏକ ବାକ୍ୟ ଲେଖା ଯାଇଛି,ସେମାନେ ପୂର୍ବଦେଶରେ ଯେଉଁ ତାରା ଦେଖିଥିଲେ, ତାହା ସେମାନଙ୍କ ଆଗେ ଆଗେ ଯାଉଛି, ତେଣୁକରି ସେମାନେ ସଠିକ ମାର୍ଗରେ ଯାଉଛନ୍ତି ଏବଂ ସଠିକ ସ୍ଥାନରେ ପହଂଚିଲେ !ଯୀଶୁଙ୍କୁ ପ୍ରଣାମ କରି ଉପହାର ଦେବା ପରେ, ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ପଣ୍ଡିତମାନେ ନିଜ ଦେଶକୁ ଅନ୍ୟ ରାସ୍ତା ଦେଇ ଫେରି ଗଲେ !

         

ପ୍ରିୟ ବନ୍ଧୁଗଣ,ପଣ୍ଡିତମାନଙ୍କୁ ସମସ୍ତ ମନ୍ଦ ମାର୍ଗରୁ ଖସାଇ ସଠିକ ମାର୍ଗରେ କଢାଇ ନେଇଥିବା ପରମେଶ୍ୱର କଢାଇ ନେବାକୁ ଇଶ୍ୱର ସେହି ନକ୍ଷେତ୍ରକୁ ଦେଖାଇଲେ !ଆଜି ଆମେ ସେହି ପଣ୍ଡିତମାନଙ୍କ ସଦୃଶ୍ୟ ଜୀବନରେ ଚାଲୁଛୁ !ଆମକୁ ମନ୍ଦ ମାର୍ଗରୁ ଖସାଇବାକୁ, ଭଲ ମାର୍ଗରେ କଡ଼ାଇ ନେବାକୁ ଏହି ପୃଥିବୀରେ ଅନେକ କାର୍ଯ୍ୟ ଅଛି !କିନ୍ତୁ ଆମକୁ ସଠିକ ମାର୍ଗରେ କଢାଇ ନେବାକୁ,ଆମ ନିମନ୍ତେ ପରମେଶ୍ୱର ପ୍ରସ୍ତୁତ କରିଥିବା ଏକ ବହୁମୂଲ୍ୟ ମୁକ୍ତା ହେଉଛି "ପବିତ୍ର ବାଇବଲ" !ଖ୍ରୀଷ୍ଟିଆନ ହୋଇଥିବା ଆମ୍ଭେ ପ୍ରତିଦିନ ତାହାକୁ ପାଠ କରି, ଧ୍ୟାନ କରି, ଆମେ ଯିବାକୁ ଥିବା ମାର୍ଗକୁ ତାହା କଢାଇ ନେବ ! ଯଦି ଆମ ଯୌବନମାନେ ଏହାକୁ ମାନି ନିଅନ୍ତି, ତେବେ ମନ୍ଦ ମାର୍ଗରୁ ଉଦ୍ଧାର ହୋଇ, ସଠିକ ମାର୍ଗକୁ ବାଛିନେବେ, ଏଥିରେ କିଛିବି ସନ୍ଦେହ ନାହିଁ !

- ଶ୍ରୀ ଶଙ୍କର ରାଜ

 

ପ୍ରାର୍ଥନା ଅନୁରୋଧ:-

ଆମ କ୍ୟାମ୍ପସରେ ରାସ୍ତା ଏବଂ ଡ୍ରେନେଜର ବ୍ୟବସ୍ଥା ନିମନ୍ତେ ପ୍ରାର୍ଥନା କରନ୍ତୁ !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al