By Village Missionary Movement
Sunday, 26-Nov-2023ଆଜିର ବାକ୍ୟ (Oriya) 26-11-2023
ଗୋଲାପ ଫୁଲ
“ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି, କାରଣ ସେ ମୋହର ପ୍ରଚୁର ମଙ୍ଗଳ କରିଅଛନ୍ତି !” - ଗୀତସଂହିତା ୧୩:୬
ହାଇ ପିଲାମାନେ, ସ୍କୁଲକୁ କ୍ରମାଗତ ଭାବେ ଯିବାଆସିବା କରୁଛ କି ? ତୁମେ ସମସ୍ତଙ୍କୁ ଭିନ୍ନଭିନ୍ନ ପ୍ରକାରର ଚାରା ଗୁଡିକର ରକ୍ଷଣାବେକ୍ଷଣ କରିବାକୁ ଇଚ୍ଛା ତ ? ଗୃହ ବାରିପଟେ ବଗିଚା କରିବାକୁ ବହୁତ ଇଚ୍ଛା ତ ? ତୁମ ପରି ଜେଲିନାକୁ ମଧ୍ୟ ଫୁଲ କହିଲେ ବହୁତ ଇଚ୍ଛା ଅଟେ !ସେହି ବିଷୟରେ ଆଜି କାହାଣୀ ଶୁଣିବା କି ?
ଜେଲିନା ନାମକ ଝିଅକୁ ଗୋଲାପ ଫୁଲ କହିଲେ ବହୁତ ଇଚ୍ଛା !ସେଥିପାଇଁ ତାଙ୍କୁ ତାର ମାଆ ଗୋଲାପ ଚାରା କିଣିକି ଦେଲା !ରଙ୍ଗବେରଙ୍ଗର ଫୁଲ ଫୁଟୁଥିଲେ ପ୍ରତିଦିନ ମୁଣ୍ଡରେ ଲଗାଇ ଖୁସିରେ ସ୍କୁଲକୁ ଯାଉଥିଲା !ତାହାର ସାଙ୍ଗ ଜେସିଙ୍କୁ ମଧ୍ୟ ଫୁଲ ଦେଉ ଥାଏ !ଜେଲିନାର ମାଆ ହିଁ ପ୍ରତ୍ୟେକ ଦିନ ଚାରା ଗୁଡିକୁ ପାଣି ଢ଼ାଳୁ ଥାଏ ଏବଂ ତାହା ସଫା କରୁଥାଏ !
ଦିନେ ଜେସି ଜେଲିନାକୁ ପଚାରିଲା , ତୁମେ ପ୍ରତିଦିନ ସୁନ୍ଦର ସୁନ୍ଦର ଗୋଲାପ ଫୁଲ ଆଣୁଅଛତ, ତୁମକୁ ଫୁଲ ଯୋଗାଉ ଥିବା ଗୋଲାପ ଚାରାକୁ, ତୁମେ କ'ଣ ଦେଉଛ ?
କ'ଣ କହିବାକୁ ହେବ ଜେଲିନା ବୁଝି ପାରିଲା ନାହିଁ !ପ୍ରତିଦିନ ମାଆ ହିଁ ଚାରାରେ ପାଣି ଢାଳେ, ମୁଁ କିଛି କରେ ନାହିଁ, ଏହା ଭାବନା କଲା !ବିଦ୍ୟାଳୟ ଶେଷ ହେବା କ୍ଷଣି,ଜେଲିନା ଗୋଲାପ ଫୁଲକୁ ପାଣି ଢାଳିବାକୁ ଆରମ୍ଭ କଲା !ଏହା ଦେଖି ମାଆଙ୍କ ବହୁତ ଖୁସି !ଜେଲିନା କହିଲା,ମୋତେ ପ୍ରତିଦିନ ଫୁଲ ଦେଉଥିବା ଚାରାକୁ ମୁଁ କିଛି କରିବାକୁ ହେବତ ମାଆ !ହଁ,ମୋର ସୁନା ପିଲା ତୁମେ ଯାହା କହୁଛ ତାହା ପ୍ରକୃତ ଅଟେ !ଏହିପରି ଯୀଶୁବାପା ମଧ୍ୟ ଆମକୁ କେତେଯେ ଉପକାର କରିଛନ୍ତି !ଆମେ ତାହାଙ୍କୁ କିଛି କରିବା ଉଚିତ ନାହିଁକି !ଆମେ ସାହିରେ ଥିବା ପିଲାମାନଙ୍କୁ ଷଣ୍ଡେ ସ୍କୁଲ ଚଳାଇବା ବୋଲି ମାଆ କହିବା କ୍ଷଣି, ଜେଲିନା ଆନନ୍ଦ ଆନନ୍ଦ ବୋଲି ଡେଇବାକୁ ଲାଗିଲା !
ଆମ "ଆମେନ୍ ଗ୍ରାମୀଣ ଦୂରଦର୍ଶନ"ରେ ମଧ୍ୟ ପିଲାମାନଙ୍କ କାର୍ଯକ୍ରମ ଅତି ଉତ୍ତମ ରୂପେ ହେଉଛି !ତାହାକୁ ଦେଖି ଶିଖିବା ବୋଲି କହି ମାଆ ଟି. ବି.ଅନ କଲେ !"ଯୀଶୁଙ୍କର ବଂଶାବଳୀ "ନାମକ କାର୍ଯ୍ୟକ୍ରମ ଆସିବା କ୍ଷଣି ତାହାକୁ ଦେଖି ଏକଘଣ୍ଟା ଅନେକ କାର୍ଯ୍ୟ ଶିଖିଲେ !
ଠିକ ଅଛି, ଆମ୍ଭ ନିମନ୍ତେ ଜୀବନ ଦେଇଥିବା ଯୀଶୁଙ୍କୁ ଆମେ କିଛି କରିବାକୁ ହେବତ !ଏହା ଜେଲିନା ଆମକୁ ମନେ ପକାଇ ଦେଲା !କ'ଣ ପିଲାମାନେ, ତୁମେ ଯୀଶୁବାପାଙ୍କୁ କିଛି କରିବାକୁ ପ୍ରସ୍ତୁତ ହୋଇଛ କି,ସୁପର !
ଶ୍ରୀମତୀ ବିହୁଲା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.