Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 21-11-2023
Share:

By Village Missionary Movement

Tuesday, 21-Nov-2023

ଆଜିର ବାକ୍ୟ (Oriya) 21-11-2023

 

ପ୍ରଭୁ ଯିଏ ଆମକୁ ଜାଣନ୍ତି 

 

“ସେଥିରେ ଯୀଶୁ ତାହାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଜଖୀୟ ମଧ୍ୟ ଅବ୍ରାହାମଙ୍କ ଜଣେ ସନ୍ତାନ !” - ଲୁକ ୧୯:୧0

 

ଆଜି ଆମେ ଯେଉଁ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଯାଉଛୁ ସେ ହେଉଛନ୍ତି ଜଖୀୟ ! ସେ ଯିହୂଦୀମାନଙ୍କର କରଦାତାମାନଙ୍କର ମୁଖ୍ୟ ଓ ଧନୀ ଥିଲେ ! ଲୋକମାନେ ତାଙ୍କୁ ଘୃଣା କରୁଥିଲେ କାରଣ ସେ ଅନ୍ୟାୟ ଭାବରେ ଧନ ସଂଗ୍ରହ କରିଥିଲେ ! ଜଣେ ପାପୀ ଲୋକ ପରି ତାଙ୍କୁ ଦେଖିଲେ ! ଜଖୀୟ, ଏପରି ଜଣେ ବ୍ୟକ୍ତି, ଯୀଶୁ କିପରି ଥିଲେ ତାହା ଦେଖିବାକୁ ଚେଷ୍ଟା କଲେ ! ଯେହେତୁ ସେ ଏକ ବାଙ୍ଗର ଥିଲେ, ସେ ରାସ୍ତାରେ ଯୀଶୁଙ୍କ ଆଗରେ ଧୌଡ଼ିଗଲେ ଏବଂ ତାଙ୍କୁ ଦେଖିବା ପାଇଁ ନିଜର ମହତ୍ୱ , ଗର୍ବ ଏବଂ ସ୍ଥିତିକୁ ଭୁଲି ଏକ ଡିମ୍ବିରି ଗଛରେ ଚଢିଗଲେ ! ଗଛ ଚଢିବା ପାଇଁ ଜଖୀୟ ଅଭ୍ୟସ୍ତ ନୁହେଁ ! କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ଇଚ୍ଛା ହେତୁ ସେ ଆରୋହଣ କଲେ ! ଯେତେବେଳେ ଯୀଶୁ ସେହି ସ୍ଥାନକୁ ଆସିଲେ, ତାହାଙ୍କୁ ଅନାଇ କହିଲେ, "ଜଖୀୟ, ଶୀଘ୍ର ଓହ୍ଲାଇ ଆସ,ମୁଁ ଆଜି ତୁମ ଘରେ ରହିବି !"

 

ଜଖୀୟ ସଙ୍ଗେ ସଙ୍ଗେ ଗଛରୁ ଓହ୍ଲାଇ ଖୁସିରେ ତାଙ୍କୁ ତାଙ୍କ ଘରକୁ ନେଇଗଲେ ! ଯୀଶୁ ତାହାଙ୍କୁ କହିଲେ ନାହିଁ, ତୁମର ଯାହା ଅଛି ବିକ୍ରୟ କର ! ଯେତେବେଳେ ଜଖୀୟ ପ୍ରଭୁଙ୍କୁ ଦେଖିଲେ, ସେ ନିଜକୁ ଦୋଷୀ ମନେ କଲେ ! ସେ କେବଳ କ୍ଷମା ଗ୍ରହଣ କରନ୍ତି ନାହିଁ, ବରଂ ସେ ଏହାକୁ କାର୍ଯ୍ୟରେ ପ୍ରଦର୍ଶନ କରନ୍ତି !

 

ପାପ ଇଶ୍ବର ଏବଂ ମନୁଷ୍ୟକୁ ଅଲଗା କରେ ! କ୍ଷମା ପାଇବା ପାଇଁ ବିଶ୍ୱର ଲୋକମାନେ ବିଭିନ୍ନ ଉପାୟ ଅନୁସରଣ କରନ୍ତି ! ଲୋକମାନେ ଜାଣନ୍ତି ନାହିଁ ଯେ, କେବଳ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ! ପାପ କ’ଣ ? ମାର୍କ:-୭:୨0-୨୩ ରେ ଆମେ ପଢୁ ଯେ,ଆଉ ସେ କହିଲେ, ଯାହା ମନୁଷ୍ୟଠାରୁ ବାହାରେ, ତାହା ହିଁ ତାହାକୁ ଅଶୁଚି କରେ ! କାରଣ ଭିତରୁ, ମନୁଷ୍ୟର ହୃଦୟରୁ, କୁଚିନ୍ତା ବାହାରେ, ବେଶ୍ୟାଗମନ, ଚୋରି, ନରହତ୍ୟା, ବ୍ୟଭିଚାର, ଲୋଭ, ଦୁଷ୍ଟତା, ଶଠତା, କାମୁକତା, ଈର୍ଷାଦୃଷ୍ଟି, ନିନ୍ଦା, ଅହଙ୍କାର, ମୁର୍ଖତା;ଏହି ସମସ୍ତ ମନ୍ଦ ବିଷୟ ଭିତରୁ ବାହାରି ମନୁଷ୍ୟକୁ ଅଶୁଚି କରେ ! ଯଦି ଆମେ ଆମର ପାପ ସ୍ୱୀକାର କରିବା ଏବଂ ତାହା ପରିତ୍ୟାଗ କରିବା, ସେ ଆମକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବା ପାଇଁ ସେ ବିଶ୍ଵସ୍ଥ ଓ ନ୍ୟାୟବାନ ହୋଇଅଛନ୍ତି !

 

ପ୍ରିୟ ବନ୍ଧୁଗଣ, ଯଦି ଆମେ ମଧ୍ୟ ପାପରେ ବଞ୍ଚୁ, ଆସନ୍ତୁ ଜଖୀୟ ପରି ପ୍ରଭୁଙ୍କୁ ଖୋଜିବା ! ସେ ପାପ କ୍ଷମା କରିବାକୁ ଇଚ୍ଛା କରନ୍ତି ଏବଂ ଏକ ନୂତନ ଜୀବନ ଦେବା ନିମନ୍ତେ ପ୍ରସ୍ତୁତ ହୋଇଅଛନ୍ତି ! ଆମ୍ଭେମାନେ ଗ୍ରହଣ କରିଥିବା ପାପଗୁଡ଼ିକର କ୍ଷମା ହେବାର ନିଶ୍ଚିତତା ଅନ୍ୟମାନଙ୍କୁ ଜଣାଇବା ! ହାଲେଲୁଜା !

- ଶ୍ରୀ ମୁରଲୀ ଗିଦିୟନ୍

 

ପ୍ରାର୍ଥନା ଅନୁରୋଧ:-

"ଡ୍ରଗ୍ ଆଡିଟ୍" କେନ୍ଦ୍ର ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet