By Village Missionary Movement
Sunday, 12-Nov-2023ଆଜିର ବାକ୍ୟ (Oriya) 13-11-2023
ଅରଣ୍ୟରେ ମାର୍ଗ
“ଦେଖ, ଆମ୍ଭେ ଏକ ନୂତନ କାର୍ଯ୍ୟ କରିବା; ତାହା ଏବେ ଅଙ୍କୁରିତ ହେବ; ତୁମ୍ଭେମାନେ କି ତାହା ଜାଣିବ ନାହିଁ ? ଆହୁରି, ଆମ୍ଭେ ପ୍ରାନ୍ତର ମଧ୍ୟରେ ପଥ ଓ ମରୁଭୂମିରେ ନଦନଦୀ କରିବା !” - ଯିଶାଇୟ ୪୩:୧୯
ହିମାଳୟର ଏକ ଚା' ଦୋକାନ ଚଳାଉଥିବା ଜଣେ ବୃଦ୍ଧ ଏବଂ ତାଙ୍କ ପୁଅ ଦାରିଦ୍ରରେ ଜୀବନ ବିତାଉଥିଲେ ! ଥରେ ବହୁତ ଥଣ୍ଡା ହୋଇଥିବା ହେତୁ, ଶୀଘ୍ର ଦୋକାନ ବନ୍ଦ କରି ଘରକୁ ଚାଲିଗଲା ! ଯେତେବେଳେ ଆତଙ୍କବାଦୀମାନେ ସେମାନଙ୍କ ସହରରେ ଦଙ୍ଗା କରି ପ୍ରତ୍ୟେକ ଘରେ ଆକ୍ରମଣ କରିଥିଲେ, ବୃଦ୍ଧଙ୍କ ପୁଅର ଖପୁରୀ ଭାଙ୍ଗି ଦେଇ ଚାଲିଯାଇ ଥିଲେ ! ପୁଅକୁ ଡାକ୍ତରଖାନା ନେବା ପାଇଁ ତାଙ୍କୁ ଟଙ୍କା ଦରକାର ଥିଲା ! ଘରେ ଟଙ୍କା ନାହିଁ ! ସହରର ସମସ୍ତେ ଗରିବ; ଆତଙ୍କବାଦୀଙ୍କ ଦ୍ୱାରା ସମସ୍ତେ କ୍ଷତି ସହିଛନ୍ତି ! ଦୋକାନରେ କିଛି ଟଙ୍କା ଥିବକି ନାହିଁ ଦେଖିବା ପାଇଁ ଯାଇଥିଲେ ! ଦୋକାନର ତାଲା ଭାଙ୍ଗି ଯାଇଥିଲା ! ଚିନି କ୍ୟାଣ୍ଟର ତଳେ ୧000 ଟଙ୍କା ଦେଖା ଦେଲାପରି ଲାଗିଲା !ତାଙ୍କୁ ଡାକ୍ତରଖାନା ନେବାକୁ ଯାଇ ଯୀଶୁଙ୍କୁ ପ୍ରଶଂସା କଲେ ଏବଂ ଭାବିଲେ ଏହା ହେଉଛି ଯୀଶୁ ଖ୍ରୀଷ୍ଟ ଯାହାଙ୍କୁ ମୁଁ ସମ୍ମାନ କରେ ସେ ହିଁ ରଖିକି ଯାଇଛନ୍ତି !
ଜଣେ ସେନା ମୁଖ୍ୟ ଏହି ଟଙ୍କା ରଖିକି ଯାଇଥିଲେ !ସୈନିକମାନେ ଚା' ପିଇବାକୁ ଆଗ୍ରହୀ ଥିଲେ ମେଜର ତାଙ୍କ ସୈନ୍ୟମାନଙ୍କ ସହିତ ଥିଲେ ! କିନ୍ତୁ ଚା' ଦୋକାନ ବନ୍ଦ ହୋଇଯାଇଥିଲା !ସୈନିକମାନେ ଚା' ଦୋକାନର ତାଲା ଭାଙ୍ଗି ନିଜେ ଚା' ପିଇଲେ !ମେଜର ଚା' ଦୋକାନୀଙ୍କ ପାଇଁ ଚିନି ବାକ୍ସ ତଳେ ୧000 ଟଙ୍କା ରଖିକି ଚାଲିଗଲେ ! ଏହି ଟଙ୍କା ସହିତ ଚା' ଦୋକାନ ମାଲିକଙ୍କ ପୁଅର ଆଘାତ ନିମନ୍ତେ ବ୍ୟବହାର କରାଯାଇଥିଲା ! ଯୁଦ୍ଧ ସୈନିକମାନେ ସେମାନଙ୍କର କର୍ତ୍ତବ୍ୟ ପାଳନ କରି ପୁନର୍ବାର ଫେରୁଥିବା ସମୟରେ ସେ ବୃଦ୍ଧଙ୍କ ସହିତ ମିଳନ ହୋଇ କିପରି ଏହି ଛୋଟ ଦୋକାନଟି ଚଲାଇ ବଞ୍ଚୁଛନ୍ତି ପଚାରିବା ବେଳେ, ସେ କହିଲା, ମୋତେ ଯୀଶୁଖ୍ରୀଷ୍ଟ ହିଁ ବଞ୍ଚାଉଛି ବୋଲି ଘଟିଥିବା ଏକ ଘଟଣାକୁ ସେ ବର୍ଣ୍ଣନା କରିଛନ୍ତି !ସଙ୍ଗେସଙ୍ଗେ ମେଜର କହିଲେ, ହଁ ବୃଦ୍ଧ ତୁମ ପ୍ରଭୁ ହିଁ ସତ୍ୟରେ ମହାନ ଅଟନ୍ତି !ସେହି ଆମ ମାଧ୍ୟମରେ ତୁମକୁ ସାହାଯ୍ୟ କଲେ !
ହଁ, ଆମର ପ୍ରଭୁ ଜଣେ ଚମତ୍କାର ଭାବେ ଦ୍ଵାର ଖୋଲିବା ଇଶ୍ୱର ଅଟେ ! ମରୁଭୂମିରେ ପାଣି ବିନା ପିଲାଟି ମରିବା ଏବଂ କାନ୍ଦୁଥିବା ଦେଖି ହାଗାରଙ୍କୁ ଝରଣା ଦେଖାଇଲେ ! ଯେତେବେଳେ ଶାମ୍ଶୋନ୍ ପ୍ରଭୁଙ୍କୁ ଜଳ ମାଗିଲେ, ସେ ଏକ ଝରଣା ସୃଷ୍ଟି କଲେ ! ଇସ୍ରାଏଲର ଲୋକମାନଙ୍କ ପାଇଁ ପଥରରୁ ଜଳ ଆଣନ୍ତି !
ପ୍ରିୟ ବନ୍ଧୁଗଣ , ଆପଣ ସାହାଯ୍ୟ କରିବାକୁ କେହି ନ ଥିବାରୁ ମରୁଭୂମି ପରିବେଶରେ ଆପଣ ଏକାକୀ ଅଟକି ରହିଛନ୍ତି କି ? ଇଶ୍ୱର ତୁମ ପାଇଁ ଏକ ଝରଣା ବାହାର କରିବାକୁ ସକ୍ଷମ ଅଟନ୍ତି ! କାହାଠାରୁ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ! ସବୁ ସମୟରେ କେବଳ ତାଙ୍କ ଆଡକୁ ଦେଖନ୍ତୁ ! ସହାୟତା ଯୋଗାଇ ଦିଆଯିବ, ଆବଶ୍ୟକତା ପୂରଣ ହେବ ଏବଂ ଆଶୀର୍ବାଦ ପ୍ରାପ୍ତ ହେବ !
- ଶ୍ରୀ ସାମୁଏଲ୍ ମୋରିସ୍
ପ୍ରାର୍ଥନା ଅନୁରୋଧ:-
ଯୁବ ସନ୍ଧ୍ୟା ପ୍ରାର୍ଥନା ଦୋଳ ମାଧ୍ୟମରେ ଭେଟୁଥିବା ଯୁବକମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.