Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-10-2023
Share:

By Village Missionary Movement

Thursday, 19-Oct-2023

ଆଜିର ବାକ୍ୟ (Oriya) 19-10-2023

 

କେତେ କାଳ ଅପେକ୍ଷା କରିବା ?

 

“ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ !” - ହିତୋପଦେଶ ୧୩:୧୨

 

ଏକ ଉଜ୍ଜ୍ୱଳ ସବୁଜ ଏବଂ ଘିଅ ରଙ୍ଗର ଶରୀର ସହିତ ଏକ ସୁନ୍ଦର ପାରା ଜଙ୍ଗଲ ଚାରିପଟେ ଵୁଲି ଅସିଲା ! ଉଚ୍ଚରେ ବଢ଼ିଥିବା ଶାଖାରେ, ବଡ଼ବଡ଼ ପତ୍ରର ଲମ୍ବା ଫଳର କପା ଗଛଟି ସେହି ପାରା ଦେଖିଲା ! ଯେପରି ହେଉ ଏହି ଗଛର ଫଳ ଖାଇବା ଉଚିତ ବୋଲି ଇଚ୍ଛା କରି ସେ ଫଳ ପାଚିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ! ହାୟ,ପରିତାପର ବିଷୟ ଫଳ ଗୁଡିକ ନ ପାଚି, ଶୁଖିଲା ହୋଇ ସେଥିରୁ କପା ଗୁଡିକୁ ବାହାରକୁ ଆସିଗଲା ! ଅପେକ୍ଷା ଥିବା ପାରାଟିକୁ ବଡ ନିରାଶା ହେଲା !

 

ପବିତ୍ର ବାଇବଲ ଯୋହନ:-୫:୫ ରେ ଆମେ ଜଣେ ବ୍ୟକ୍ତିଙ୍କ ବିଷୟରେ ପଢ଼ିଥିଲୁ ଯିଏ ଅଠେଇଶ ବର୍ଷ ଧରି ଅସୁସ୍ଥ ଥିଲେ ! ଚାଲନ୍ତୁ ଏହା ବିଷୟରେ ଚିନ୍ତା କରିବା ! ୩୮ ବର୍ଷ ଧରି ଅସୁସ୍ଥ ଥିବା ବ୍ୟକ୍ତି କେବଳ ଦେଖିଲେ ପାଣି କେବେ କମ୍ପିବ ବୋଲି ଅପେକ୍ଷାରେ ଅଛି ! କିନ୍ତୁ କ’ଣ ହେଲା ? ଅନ୍ୟ କେହି ଯାଇ ତାଙ୍କୁ ସୁସ୍ଥ କଲା ! ତାଙ୍କୁ ସାହାଯ୍ୟ କରିବାକୁ କେହି ନଥିଲେ ! ତେଣୁ ସେ ୩୮ ବର୍ଷ ଅପେକ୍ଷା କଲେ ! ସୌଭାଗ୍ୟବଶତଃ ,, ଯୀଶୁ ସେହି ବ୍ୟକ୍ତିଙ୍କୁ ଖୋଜି ସୁସ୍ଥ କଲେ ! ନଚେତ୍ ତାଙ୍କର ୩୮ ବର୍ଷର ଅପେକ୍ଷା ବୃଥା ହୋଇଥାନ୍ତା ! ସେହିଭଳି ଆମ ଜୀବନରେ ଆମେ ବିବାହ, ପିଲା, ଘର ଏବଂ ଚାକିରି ପାଇଁ ଅପେକ୍ଷା କରିଥାଉ ! କିନ୍ତୁ ଅନେକ ଥର ଆମେ ବିଫଳତାର ସମ୍ମୁଖୀନ ହେଉ !

     

ପ୍ରିୟ ଭାଇ ଓ ଭଉଣୀମାନେ, ଯେଉଁମାନେ ଏହାକୁ ପଢୁଛନ୍ତି,ତୁମର ଅପେକ୍ଷା କେମିତି ଅଛି ? ଏହା କପା ଗଛର ପ୍ରକୃତ ସ୍ଥିତି ନ ଜାଣି ଫଳ ଅପେକ୍ଷା କରୁଥିବା ପାରା ସଦୃଶ୍ୟ କି ? ଅଥବା ପ୍ରଭୁଙ୍କ ପ୍ରତି ଯିଏ ପ୍ରକୃତରେ ରୋଗରୁ, ଅସୁବିଧାରୁ, ଶାନ୍ତି ଅଭାବରୁ ଉଦ୍ଧାର କରନ୍ତି ? କାହାକୁ ଏବଂ ତୁମର ଅପେକ୍ଷା କାହା ପ୍ରତି ଆଧାରିତ ହୋଇଛି ? ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର;ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ;ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର (ଗୀତସଂହିତା:-୨୭:୧୪ ) !

- ଶ୍ରୀମତୀ ଭୁଭିତା ଏବେନେଜର 

 

ପ୍ରାର୍ଥନା ଅନୁରୋଧ :-

ସାତ ହଜାର ମିଶନାରୀ, ଏକ ଲକ୍ଷ ଗାଁର ଲକ୍ଷ୍ୟରେ ଯଥାଶୀଘ୍ର ପହଞ୍ଚିବା ପାଇଁ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş betcio jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet