Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-10-2023
Share:

By Village Missionary Movement

Wednesday, 18-Oct-2023

ଆଜିର ବାକ୍ୟ (Oriya) 18-10-2023

 

ଅନ୍ତର୍ନିହିତ ଆଜ୍ଞାଧୀନତା

 

“ତହିଁରେ ନୋହ ସେରୂପ କଲେ; ପରମେଶ୍ୱରଙ୍କ ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ !” – ଆଦିପୁସ୍ତକ ୬:୨୨

 

ଜଣେ ଧନୀକ ତାଙ୍କ ଘର କାର୍ଯ୍ୟ ନିମନ୍ତେ ବିଜ୍ଞାପନ ଦେଇଥିଲେ ! ବିଜ୍ଞାପନ ଦେଖିବା ପରେ ଅନେକ ଯୁବକ ଆସିଥିଲେ ! ସେମାନେ ଦୁଇ ତିନି ଦିନ ସେ କହିବା ସଦୃଶ୍ୟ କାର୍ଯ୍ୟ କରୁଥିଲେ ! ତା’ପରେ ଜଣେଜଣେ ବଚସା କରିବାକୁ ଆରମ୍ଭ କଲେ ! ମୋର ଯୋଗ୍ୟତା କ’ଣ ? ମୁଁ କେତେ ଦକ୍ଷ ? “ଏହି କାମ ମୋ ପାଇଁ ଉପଯୁକ୍ତ ନୁହେଁ ବୋଲି କହି କାମ ଛାଡି ଚାଲିଯାଉଥାନ୍ତି !” କିନ୍ତୁ କେବଳ ଜଣେ ଯୁବକ ଏହି କାର୍ଯ୍ୟ ଜାରି ରଖିଥିଲେ ! ଧନୀ ବ୍ୟକ୍ତି ସେଠାରେ ପଡ଼ିଥିବା ପଥରଟିକୁ କାଢି ସେଠି ନେବାକୁ କୁହେ ଏବଂ ପୁନର୍ବାର ଆଉ ଏକ ସପ୍ତାହରେ ସେଠାରେ ପକାଇ ଥିବା ପଥରକୁ ଆରପଟେ ରଖିବାକୁ କୁହେ !ଏହି ଯୁବକକୁ ଏକ ସପ୍ତାହ ପର୍ଯ୍ୟନ୍ତ କାମ ହେଉଥାଏ ! ମଜୁରୀ ଦେଉଥାଏ ! ସେହିଁ ଯୁବକ ଏପରି ଅନାବଶ୍ୟକ କାମ କହୁଛି କହି ଆଉ ସେ ଆସିବ ନାହିଁ ବୋଲି ଧନୀକ ଭାବନା କରି , ଅନ୍ୟ ସପ୍ତାହ ଦେଖିଲା ! କିନ୍ତୁ ସେ ଯୁବକ ପୁନର୍ବାର କାମକୁ ଅସିଲା ! ସେ ଆଶା କରିନଥିଲେ ଯେ ପିଲାଟି ପରଦିନ ଆସିବ ! ପିଲାଟି ଠିକ୍ ସମୟରେ କାମ କରିବାକୁ ଆସିଲା ! ସେ ଯୁବକଙ୍କୁ ତାଙ୍କର ଅଧ୍ୟୟନ ଏବଂ କୌଶଳ ଅନୁଯାୟୀ ଏକ ଉଚ୍ଚ ଚାକିରି ଦେଇଥିଲେ, କାହିଁକି ବୋଲି ପ୍ରଶ୍ନ ନକରି ତାଙ୍କ ଗୁରୁଙ୍କ ଆଦେଶକୁ ବିଶ୍ୱସ୍ତ ଭାବରେ ପାଳନ କଲେ ! 

 

ମନୁଷ୍ୟ ଜୀବନରେ ଆଜ୍ଞାଧୀନତା ଅଭାବ ଏକ ବିପଦଜନକ ! ପୃଥିବୀରେ ପାପର ବୃଦ୍ଧି ହେତୁ, ପରମେଶ୍ବର ଜଗତକୁ ନଷ୍ଟ କରିବାକୁ ଚାହାଁନ୍ତି ଏବଂ ନୋହ ନାମକ ବ୍ୟକ୍ତି ସହିତ ପରମେଶ୍ବରଙ୍କ କଥାବାର୍ତ୍ତା କରନ୍ତି ! ଲଗାତାର ବର୍ଷା ହେବ ! ମୁଁ ତୁମକୁ ଏବଂ ତୁମ ପରିବାରକୁ ସେହି ବିନାଶରୁ ରକ୍ଷା କରିବା ପାଇଁ ଏକ ଜାହାଜ ତିଆରି କରିବାକୁ ନିର୍ଦ୍ଦେଶ ଦେଉଛି ! କାହିଁକି କିମ୍ବା କିପରି ବୋଲି କୌଣସି ପ୍ରଶ୍ନ ନ ପଚାରି, ନୋହ ପ୍ରଭୁ ଯେପରି କହିଥିଲେ ତାଙ୍କ ମାପ ଅନୁସାରେ ଏକ ଇଞ୍ଚ ଯୋଡିବା କିମ୍ବା ବାହାର ନକରି କେବଳ ତାହା ମାନିଲେ ! ତାଙ୍କ ପରିବାର ମଧ୍ୟ ବିନାଶରୁ ରକ୍ଷା ପାଇଥିଲେ ! ପରବର୍ତ୍ତୀ ସମୟରେ, ପରମେଶ୍ବର ଅବ୍ରହାମଙ୍କୁ ୧00 ବର୍ଷ ବୟସରେ ଜନ୍ମ ହୋଇଥିବା ପୁତ୍ରଙ୍କୁ ମୋରିୟା ପର୍ବତରେ ବଳି ଦେବାକୁ କହିଥିଲେ ! ଅବ୍ରହାମ ପରମେଶ୍ବରଙ୍କ ବାକ୍ୟ ପାଳନ କଲେ ଏବଂ ନିଜ ପତ୍ନୀଙ୍କୁ ଜଣାଇ ନ ପାରି ପୁଅକୁ ନେଇଗଲେ ! ଏହି ଅନ୍ତର୍ନିହିତ ଆଜ୍ଞା ପାଳନ କରି ପ୍ରଭୁ ତାଙ୍କୁ ସମଗ୍ର ବିଶ୍ୱ ପାଇଁ ଆଶୀର୍ବାଦ କରନ୍ତି !

      

ପ୍ରିୟ ବନ୍ଧୁଗଣ,ଆମେ ଆମର ବ୍ୟକ୍ତିଗତ ଜୀବନରେ ପରମେଶ୍ବରଙ୍କୁ ମାନୁଛୁ କି ? ଇଶ୍ବର ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଯିଏ ବିନା ପ୍ରଶ୍ନରେ ତାଙ୍କ ଇଚ୍ଛା କରିବାକୁ ଚାହୁଁଛନ୍ତି ! ଯେତେବେଳେ ସେ ସେହି କଥା ମାନନ୍ତି, ସେତେବେଳେ ସେ ଅନେକଙ୍କ ପାଇଁ ଏକ ଉପଯୋଗୀ ପାତ୍ର ହେବାକୁ ସକ୍ଷମ ଅଟନ୍ତି ! ଭୁଲନ୍ତୁ ନାହିଁ ଯେ, ଆଜ୍ଞାଧୀନତା ହେଉଛି ଜୀବନର ସର୍ବୋଚ୍ଚ ପଦକ୍ଷେପ ! ହଁ, ନୋହ ଏବଂ ଅବ୍ରହାମଙ୍କ ପରି, ଆମେ ବିନା ପ୍ରଶ୍ନରେ ମାନିବା ! ଆମେ ଆଶୀର୍ବାଦ ପ୍ରାପ୍ତ ହେବା !

- ଶ୍ରୀମତୀ ଶାଶୀକାଲା ପାରାମାଶିବମ୍

 

ପ୍ରାର୍ଥନା ଅନୁରୋଧ :- 

ଆମ ମିଡିଆରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al holiganbet giriş holiganbet casibom bets10 extrabet royalbet süperbetin casibom giriş casibom jojobet giriş casibom milanobet piabellacasino betpas bahiscasino atlasbet betpas casinoroyal bahiscasino ngsbahis betplay holiganbet jojobet casibom holiganbet jojobet casibom vaycasino romabet