Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 08-10-2023 (Kids Special)
Share:

By Village Missionary Movement

Sunday, 08-Oct-2023

ଆଜିର ବାକ୍ୟ (Oriya) 08-10-2023 (Kids Special)

 

ସବୁକିଛି ଭଲ ପାଇଁ

 

“ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୂତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ!” - ରୋମୀୟ:-୮:୨୮

 

ତାହା ଏକ ସୁନ୍ଦର ସହର ଥିଲା ! ସେହି ସହର ନିକଟରେ ଅନେକ ପାହାଚ ସହିତ ଏକ ପୋଖରୀ ଥିଲା ! ସେଠାରେ ବହୁତ ଗରିବ ଲୋକ ବାସ କରୁଥିଲେ ଯାହାକୁ ସମସ୍ତେ ପ୍ରତ୍ୟାଖ୍ୟାନ କରିଥିଲେ ! ତାଙ୍କ ବାସଭବନ ପୋଖରୀ କୂଳରେ ଥିଲା !

 

ଦିନେ ସେହି ସହରର ରାଜାଙ୍କର ଏକମାତ୍ର ଝିଅଙ୍କ ଜନ୍ମଦିନ ପାଳନ କଲେ ! ସେହି ଦିନ ରାଜା ସେହି ସହରର ଲୋକଙ୍କୁ ଭୋଜିର ଆୟୋଜନ କଲେ ! ଏହା ଏକ ରାଜାଙ୍କ ଘର ଭୋଜନ ଥିଲା ! ଯାହା ମଟନ୍ ବିରିୟାନି, ଚିକେନ୍,ଖିରି ଇତ୍ୟାଦି ! ସମସ୍ତେ ଧାଡ଼ି ବାନ୍ଧି ସେମାନଙ୍କର ଖାଦ୍ୟ ଖାଉଥିଲେ ! ଏହି ଗରିବ ଲୋକ ମଧ୍ୟ ଧାଡିରେ ଅପେକ୍ଷା କରିଥିଲା ! କିନ୍ତୁ ସମସ୍ତେ ତାଙ୍କୁ ପରିହାସ କରି ତାଙ୍କୁ ଛାଡିଦେଲେ ! ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଥିବା ତାହାଙ୍କ ପାଇଁ ଏହା ଏକ ବଡ ନିରାଶା ଥିଲା ! ତାଙ୍କୁ ଖାଦ୍ୟ ମିଳିଲା ନାହିଁ ! ନିରାଶ ହୋଇ ପୋଖରୀ କୂଳରେ ବସି ଆକାଶକୁ ଚାହିଁ କହିଲା, "ହେ ପ୍ରଭୁ , ମୁଁ ଗରିବ ହୋଇ ଜନ୍ମ ହୋଇଥିବା ପାପ କି ? ତୁମେ ମୋତେ ଏତେ ପରୀକ୍ଷା କରୁଛ କାହିଁକି ? ସମସ୍ତେ ରାଜାଙ୍କ ଖାଦ୍ୟ ଖାଇଲେ ! କେବଳ ମୁଁ ହିଁ ଭୋକିଲା ଅଛି କହି ବିଳାପ କରୁଥାଏ !

 

ଏହି ସମୟରେ, ରାଜା ଭୋଜି ପରେ ଘରକୁ ଫେରୁଥିବା ସମୟରେ ଦେଖିଲେ ଯେ, ସେହି ବ୍ୟକ୍ତି ଜଣକ ପୋଖରୀ କୂଳରେ ପତଳା ଶରୀର ଧରି ବସିଛନ୍ତି ! ସେ ସଙ୍ଗେ ସଙ୍ଗେ ରଥରୁ ଓହ୍ଲାଇ,ସେହି ବ୍ୟକ୍ତିଙ୍କ କାନ୍ଧରେ ହାତ ରଖି ପଚାରିଲେ, "ତୁମେ ଖାଇଛ କି ? ସେ ତୁରନ୍ତ ଉତ୍ତର ଦେଲେ" ସମସ୍ତେ ରାଜାଙ୍କ ଭୋଜିରେ ଖାଇଲେ କିନ୍ତୁ ମୁଁ ସେହି ଖାଦ୍ୟ ପାଇଲି ନାହିଁ ,ସେ ଜାଣି ନଥିଲେ ଯେ ସେ ରାଜା ! କିନ୍ତୁ ସେ ଦେଖିଲେ ରାଜାଙ୍କ ମୁହଁ ପାଣିରେ ସ୍ପଷ୍ଟ ଦେଖାଯାଉଥିଲା ଏବଂ ସେ ପଛକୁ ଚାହିଁ କହିଲା, "ମହାରାଜ, ମୋତେ କ୍ଷମା କର ! ମୁଁ ତୁମକୁ ସମ୍ମାନର ସମ୍ମାନ ଦେଇ ନାହିଁ ! "ତା’ପରେ ରାଜା କହିଲେ," କୌଣସି ଅସୁବିଧା ନାହିଁ, ମୋ ଝିଅର ଜନ୍ମଦିନରେ କେହି ଭୋକିଲା ରହିବା ଉଚିତ୍ ନୁହେଁ ! "ତେଣୁ ସେ ସେହି ବ୍ୟକ୍ତିଙ୍କୁ ନିଜ ରଥରେ ରାଜପ୍ରାସାଦକୁ ନେଇଗଲେ ! ତାଙ୍କୁ ଗାଧୋଇ ଦେଇ ,ନୁଆଁ ପୋଷାକ ପରିଧାନ କରାଇ, ତାହାଙ୍କ ସହ ମିଶିକି ଭୋଜନ କରି ଓ ଅନେକ ଉପହାର ସୁନା ମୁଦ୍ରା ସହିତ ଭଲ ଜୀବନଯାପନ କରିବାକୁ କହି, ତାଙ୍କୁ ରାଜା ପଠାଇଲା,ସେ ଲୁହରେ ରାଜାଙ୍କୁ ଧନ୍ୟବାଦ ଜଣାଇ ଚାଲିଗଲା !

 

ଭାଇ, ଭଉଣୀ, କେହି ତୁମକୁ ତୁମ ପରିବାରକୁ ଉପହାସ କରି ଦେଖୁଛନ୍ତି କି ? ଚିନ୍ତିତ ହୁଅ ନାହିଁ, ଯିଏ ଏହି ଗରିବ ଲୋକଟିକୁ ଉଠାଇଲା, ସେ ତୁମ ଆଖି ଆଗରେ ଉଠାଇବ ! ଭୁଲିଯାଅ ନାହିଁ ଯେ ଯୀଶୁ ଆମ ଜୀବନରେ ଯାହା କରନ୍ତି, ସେ ଏହା ଆମ ଭଲ ପାଇଁ କରନ୍ତି ! ଠିକ୍ ଅଛି !

- ଶ୍ରୀମତୀ ସାରା ସୁଭାଷ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al