Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 02-10-2023
Share:

By Village Missionary Movement

Monday, 02-Oct-2023

ଆଜିର ବାକ୍ୟ (Oriya) 02-10-2023

 

ଲବଣ ଓ ଜ୍ୟୋତିଃ

 

“ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ !” - ମାଥିଉ ୫ :୧୩

 

ପାର୍ବତ୍ୟ ଉପଦେଶ ହେଉଛି ୧୧୧ ଟି ବାକ୍ୟରେ ଗଠିତ ତିନୋଟି ଅଧ୍ୟାୟର ଅଂଶ ଅଟେ !ପାର୍ବତ୍ୟ ଉପଦେଶର ସନ୍ଧେଶ ଦ୍ଵାରା ଯୀଶୁଖ୍ରୀଷ୍ଟଙ୍କୁ ଅନେକେ ଗ୍ରହଣ କଲେ !ଆଜି ଆମର ଦେଶର ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କର ଜନ୍ମ ଦିନ ଅଟେ !ପ୍ରଭୁଯୀଶୁଖ୍ରୀଷ୍ଟଙ୍କ ପାର୍ବତ୍ୟ ଉପଦେଶରେ କହିଥିବା ସନ୍ଧେଶକୁ ଗାନ୍ଧିଜୀଙ୍କୁ ଅତି ଆକର୍ଷଣ କରିଥିଲା !

 

ପବିତ୍ର ବାଇବଲକୁ ସର୍ବଦା ପ୍ରେମ କରିବାକୁ, ତାହା ପଢିବାକୁ ଗାନ୍ଧିଜୀ ଇଚ୍ଛାରେ ଥାଆନ୍ତି !କିନ୍ତୁ ଗାନ୍ଧିଜୀ ପରିତ୍ରାଣ ପାଇବାକୁ, ପରିବର୍ତ୍ତନ ହେବାକୁ ଇଚ୍ଛା ନାହିଁ !ଏହା ଦେଖି ତାହାଙ୍କ ବନ୍ଧୁ ଏବଂ ଭାରତ ଦେଶରେ ସେଵାକାର୍ଯ୍ୟ କରୁଥିବା ମହାନ ସେବକ ଡକ୍ଟର ଫା୍ମିଲି ଯୋହନସ ଗାନ୍ଧିଜୀଙ୍କୁ ଏପରି ପ୍ରଶ୍ନ କଲେ, ତୁମେ କାହଁକି ଯୀଶୁଖ୍ରୀଷ୍ଟଙ୍କୁ ତିରସ୍କାର କରୁଛ ?

 

ଗାନ୍ଧିଜୀ ଉତ୍ତର କଲେ, ମୁଁ ଯୀଶୁଖ୍ରୀଷ୍ଟଙ୍କୁ ତିରସ୍କାର କରୁନାହିଁ !ମୁଁ ଯୀଶୁଙ୍କୁ ବହୁତ ପ୍ରେମ କରୁଛି !କିନ୍ତୁ ତାହାଙ୍କ ଅନୁସରଣକାରୀ ଖ୍ରୀଷ୍ଟିଆନମାନେ, ସେମାନେ ତାହାଙ୍କ ଉପଦେଶ ପ୍ରକାରରେ ଜୀବନଯାପନ କରୁନାହାନ୍ତି !ମୁଁ କାହିଁକି ଖ୍ରୀଷ୍ଟିଆନକୁ ଗ୍ରହଣ କରିବା ଉଚିତ ? ଏବଂ ତାହାଙ୍କୁ ଇଂଲାଣ୍ଡ ଦେଶରେ, ଦକ୍ଷିଣ ଆଫ୍ରିକାରେ ଖ୍ରୀଷ୍ଟିଆନମାନଙ୍କ ଦ୍ଵାରା ଘଟିଥିବା ମନ୍ଦ ଅନୁଭୂତିକୁ ଫାମିଲି ଯୋହନସ ସହିତ କଥପଥନ କଲା !ଯୀଶୁ ଉତ୍ତମ ଅଟନ୍ତି, କିନ୍ତୁ ତାହାଙ୍କ ଅନୁସରଣକାରୀ, ସେ କହିବା ଅନୁସାରେ ମାନି ନାହାନ୍ତି, ଏପରି ଉତ୍ତର କଲା !

      

ମାଥିଉ:-୫:୧୩-୧ ୪ ବାକ୍ୟରେ ଆମେ ଏପରି ପଢ଼ୁଛୁ,ତୁମ୍ଭେମାନେ ପୃଥିବୀର ଲବଣ, କିନ୍ତୁ ଲବଣ ଯଦି ସ୍ୱାଦବିହୀନ, ତେବେ ତାହା କାହିଁରେ ଲବଣାକ୍ତ ହେବ ? ତାହା ଆଉ କୌଣସି କାର୍ଯ୍ୟଯୋଗ୍ୟ ନୁହେଁ, କେବଳ ବାହାରେ ପକାଯାଇ ଲୋକମାନଙ୍କ ପାଦ ତଳେ ଦଳିତ ହେବାର ଯୋଗ୍ୟ ! ତୁମ୍ଭେମାନେ ଜଗତର ଜ୍ୟୋତିଃ। ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ !ଲବଣ ଓ ଜ୍ୟୋତି ରୂପେ ସାକ୍ଷୀ ଭାବେ ଜୀବନରେ ବଞ୍ଚିବା ଖ୍ରୀଷ୍ଟିଆନମାନଙ୍କର ଏକ ଭୁଲ ଚାଲିଚାଳନ ଦ୍ଵାରା ଅନେକେ ଯୀଶୁଖ୍ରୀଷ୍ଟଙ୍କୁ ପରିତ୍ୟାଗ କରି ଦୂରେଇ ଯାଉଛନ୍ତି !ସେଥି ମଧ୍ୟରୁ ଆଜି ପଢିଥିବା ଗାନ୍ଧିଜୀ ଜଣେ !ଏହି ସନ୍ଧେଶକୁ ପାଠ କରୁଥିବା ପ୍ରିୟ ଖ୍ରୀଷ୍ଟିଆନ ବନ୍ଧୁଗଣ,ଆମ ପ୍ରତ୍ୟେକଙ୍କ ଚାଲିଚଳନ ଗୁଡିକ ଅନ୍ୟକୁ ଖ୍ରୀଷ୍ଟଙ୍କ ନିକଟକୁ କଢ଼ାଇନେବା ଭଲି ଅବା ସେମାନଙ୍କୁ ଖ୍ରୀଷ୍ଟଙ୍କ ଠାରୁ ଦୁରେଇ ନେଲା ଭଲି ଆମ ଚାଲିଚଳନ ଅଛି !ତେଣୁକରି ଆମେ ପ୍ରତ୍ୟେକ ଜଣ ବାକ୍ୟ ଶ୍ରବଣକାରୀ ନହୋଇ, ତଦାନୁସାରେ କାର୍ଯ୍ୟକାରୀ ହୋଇ ରହିବା !ସଦାପ୍ରଭୁ ଆମକୁ କୃପା କରନ୍ତୁ !

- ଶ୍ରୀ ଯାକଵ ଶଙ୍କର

 

ପ୍ରାର୍ଥନା ଅନୁରୋଧ :-

ଏହି ମାସସାରା ହେବାକୁ ଥିବା ସେଵାକାର୍ଯ୍ୟରେ ପରମେଶ୍ୱରଙ୍କ ହସ୍ତ ସହବର୍ତ୍ତୀ ହୋଇ କଢାଇ ନେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al