Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 18-09-2023
Share:

By Village Missionary Movement

Monday, 18-Sep-2023

ଆଜିର ବାକ୍ୟ (Oriya) 18-09-2023

 

ସ୍ୱୀକାର କଲେ ଆଶ୍ଚର୍ଯ୍ୟ

 

“ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି !” - ୧ ଯୋହନ ୧:୯

 

ଦିନେ ଗୋଟିଏ ଦେଶର ଜଣେ ରାଜ କୁମାର, ପ୍ରତ୍ୟେକ ବର୍ଷ ତାହାର ଜନ୍ମଦିନରେ କାରାଗାରକୁ ଯାଇ ଯେକୌଣସି ଜଣେ ବନ୍ଧୀକୁ ମୁକ୍ତ କରିବା ଅଭ୍ୟାସ ଥିଲା !ସେ ଥରେ ସେହିପରି କାରାଗାରକୁ ଯାଇ ପ୍ରତ୍ୟେକ କଏଦୀକୁ ପଚାରି ଭୁଝୁ ଥାଏ !କିନ୍ତୁ ସେଠାକାର ସମସ୍ତ କଏଦୀ ରାଜକୁମାରଙ୍କ ସହ କହନ୍ତି, ମୁଁ କିଛି ଦୋଷ କରିନାହିଁ ଏବଂ ମୁଁ ନିର୍ଦୋଷୀ , ବିନାଦୋଷରେ ମୋତେ କାରାଗାରରେ ବନ୍ଧୀ କରାଗଲା !କିନ୍ତୁ ଜଣେ କଏଦୀ ରାଜକୁମାରଙ୍କୁ କହିଲା, ମୁଁ ଦୋଷୀ ଅଟେ, ମୁଁ ଯେଉଁ ଦଣ୍ଡ ପାଇଛି ତାହା ନ୍ୟାୟଯୁକ୍ତ ଅଟେ !ଏହା ଶୁଣି ସେହି ରାଜକୁମାର, ଯେ ତାହାଙ୍କ ଦୋଷକୁ ସ୍ୱୀକାର କଲା, ତାହାଙ୍କୁ ସଙ୍ଗେସଙ୍ଗେ ମୁକ୍ତ କରିବାକୁ ଆଜ୍ଞା କଲା !

 

ମୁଁ ପାଠ ପଡ଼ୁଥିବା ସମୟରେ ଘଟିଥିବା ଘଟଣା , ଏକ ସମାଗମରେ ପ୍ରଭୁଙ୍କର ଦାସ ଦ୍ଵାରା ପରିତ୍ରାଣ ପାଇଲି !ତାପରେ ମୋର ହଷ୍ଟେଲ ବଖରାକୁ ଯାଇ, ମୁଁ ମୋର ସମସ୍ତ ପାପକୁ ପ୍ରଭୁଙ୍କ ନିକଟରେ ସ୍ୱୀକାର କରି, ପାପ କ୍ଷମାର ନିଶ୍ଚିତ ପାଇଲି !ଉପରେ କୁହାଯାଇଥିବା ବାକ୍ୟଟି ,ପରିତ୍ରାଣର ଆନନ୍ଦ ଦେଲା !ହଁ ଆମ ପରିତ୍ରାଣର ନିଶ୍ଚିତ, ଆମ ସ୍ବର୍ଶରେ ଆଧାରିତ ନୁହେଁ !ପ୍ରଭୁଙ୍କର ବାକ୍ୟ ଉପରେ ପକାଯାଇଥିବା ପ୍ରସ୍ତର ହୋଇ ରହିବା ଉଚିତ !

 

ହଁ ପ୍ରିୟ ବନ୍ଧୁଗଣ,ଆମେ ଆମର ପାପକୁ ନଲୁଚାଇ, ସ୍ୱୀକାର କରି ସତ୍ୟତାରେ ରହିବା ! ନିଜର ପାପ ଓ ଦୋଷକୁ ଜାଣିପାରି, ସ୍ୱୀକାର କରି, ପୁନର୍ବାର ଫେରି ଆସି, ତାହାଙ୍କ ନିକଟକୁ ପହଞ୍ଚୁଥିବା ଯେକୌଣସି ବ୍ୟକ୍ତିଙ୍କୁ ସେ ଠେଲି ଦେବା ଇଶ୍ୱର ନୁହନ୍ତି !ପାପର କାଦୁଅରେ ପଡ଼ିଥିବା ସାନପୁଅ, ତାହାର ପିତାଙ୍କ ନିକଟକୁ ପୁନର୍ବାର ଫେରି ଆସି, ତାହାର ପାପକୁ ସ୍ୱୀକାର କଲାବେଳେ, ପିତା ପୁରୁଣା ବିଷୟକୁ ମନେ ନ ରଖି, ଯାହା ଅଛି ସେହିପରି ତାହାଙ୍କୁ ଗ୍ରହଣ କଲା !ଆମ୍ଭେ ମଧ୍ୟ ପ୍ରଭୁଙ୍କର ସାନିଧ୍ୟକୁ ବେଶଧାରୀ ରୂପେ ନଯାଇ ସଚୋଟରେ, ଆମର କାର୍ଯ୍ୟକୁ ସ୍ୱୀକାର କରି, ଅଦଭୂତ ଭାବରେ ଜୀବନଯାପନ କରିବା !

- ଶ୍ରୀମତୀ ଚିତ୍ରା ଯୋହନ

 

ପ୍ରାର୍ଥନା ଅନୁରୋଧ :-

ଫିଇଲଡରେ ହେଉଥିବା ଟିଉସନ କେନ୍ଦ୍ର ମାଧ୍ୟମରେ ସାକ୍ଷାତ କରୁଥିବା ବିଦ୍ୟାର୍ଥୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice