By Village Missionary Movement
Monday, 04-Sep-2023ଆଜିର ବାକ୍ୟ (Oriya) 05-09-2023
ଉଜ୍ଜ୍ୱଳ ତାରା
“ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ !” - ଦାନିୟେଲ ୧୨:୩
ଜଣେ ରାଜା ନିଜ ଦେଶର ସର୍ବୋତ୍ତମ ନାଗରିକଙ୍କୁ ସମ୍ମାନିତ କରିବାକୁ ଚାହୁଁଥିଲେ ! ଏଥିପାଇଁ ପରୀକ୍ଷାରେ ଚାରି ଜଣଙ୍କୁ ମନୋନୀତ କରାଯାଇଥିଲା ! ଚାରିଟି ମଧ୍ୟରୁ ଜଣକୁ ବାଛିବା ପାଇଁ, ଚାରିଜଣଙ୍କୁ ଅନ୍ତିମ ରାଉଣ୍ଡକୁ ଅଣାଯାଇଥିଲା ! ସେମାନଙ୍କ ମଧ୍ୟରୁ ଜଣେ ମହାନ ଡାକ୍ତର ଭାବରେ ପରିଚିତ ହୋଇଥିଲେ, ଯିଏ ଅନେକ ଲୋକଙ୍କୁ ସୁସ୍ଥ କରିଥିଲେ ଏବଂ ଗରୀବ ଲୋକଙ୍କୁ ମାଗଣା ଚିକିତ୍ସା ସହାୟତା ପ୍ରଦାନ କରିଥିଲେ ! ଦ୍ୱିତୀୟ ବ୍ୟକ୍ତି ଜଣେ ଉତ୍କୃଷ୍ଟ ସାମାଜିକ କର୍ମୀ ଏବଂ ଅନେକ ଗ୍ରାମ ଏବଂ ସହରରେ ଗରିବ ଲୋକଙ୍କର ଜୀବନଧାରଣରେ ଉନ୍ନତି ଆଣିଥିଲେ ବୋଲି ପରିଚୟ କରାଯାଇଥିଲା ! ତୃତୀୟ ବ୍ୟକ୍ତିଙ୍କୁ ଜଣେ ଭଲ ବିଚାରପତି ଭାବରେ ମଧ୍ୟ ପରିଚିତ କରାଗଲା,ଯିଏ ଅତ୍ୟନ୍ତ ନ୍ୟାୟପୂର୍ଣ୍ଣ ଥିଲା ତାଙ୍କ ବିଚାରରେ ! ଶେଷରେ ଜଣେ ବୃଦ୍ଧ ମହିଳାଙ୍କୁ ପରିଚିତ କରାଇଲେ, ଯିଏ ବହୁତ ସରଳ ଦେଖାଯାଉଥିଲେ ! ଅନେକ ଲୋକଙ୍କର କପାଳ ସଙ୍କୁଚିତ ହେଲା ଯେ,ସେମାନେ କାହିଁକି ଏହି ସାଧାରଣ ବ୍ୟକ୍ତିଙ୍କୁ ଏତେ ମହାନ ବ୍ୟକ୍ତିଙ୍କ ମଧ୍ୟରେ ଆଣିଲେ ! ସେହି ବୃଦ୍ଧ ମା ଏହି ତିନିଜଣଙ୍କର ଶିକ୍ଷକ ଥିଲେ ! ଏହି ବୃଦ୍ଧମା ହିଁ ତିନିଜଣଙ୍କୁ ଗଠନ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ପରିଚୟ କରିବା କ୍ଷଣି ,ସେହି ଦୋଳର ସମସ୍ତେ ପ୍ରଚଣ୍ଡ କରତାଳି ସହ ତାଙ୍କୁ ଗୌରବ କଲେ !
ଆଜି ହେଉଛି ଶିକ୍ଷକ ଦିବସ ! ସମାଜରେ ଜଣେ ବ୍ୟକ୍ତି ଗଠନରେ ଶିକ୍ଷକମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ! ପିତାମାତାଙ୍କୁ ତ୍ୟାଗ କରି ଛୋଟପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବକ ଏବଂ ବାଳିକାମାନଙ୍କ ପର୍ଯ୍ୟନ୍ତ ଛାତ୍ରମାନଙ୍କ ଅଗ୍ରଗତି ସୃଷ୍ଟି କରିବାରେ ଶିକ୍ଷକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ !
ହେ ମୋର ପ୍ରିୟ ଶିକ୍ଷକମାନେ, ଆପଣ ବିଦ୍ୟାଳୟର ଶିକ୍ଷକ କିମ୍ବା କଲେଜ ପ୍ରଫେସର ହୋଇପାରନ୍ତି ! ଲୁଣ ଏବଂ ଆଲୋକ ପରି ରହିଥିବା ଆପଣ , ଅନେକ ବିଦ୍ୟାର୍ଥୀ ଜୀବନକୁ ସୁନ୍ଦର ଭାବରେ ମୂର୍ତ୍ତି କରିବାକୁ ଶିଳ୍ପୀ ରୂପେ ଆପଣ ଅଛନ୍ତି, ଏହାକୁ ଭୁଲନ୍ତୁ ନାହିଁ ! ଆପଣ ପ୍ରତିଦିନ ପ୍ରବେଶ କରୁଥିବା ଶ୍ରେଣୀଗୃହ ନୁହେଁ; ଏପରିକି ଆପଣଙ୍କ ଛାତ୍ରମାନଙ୍କ ଜୀବନରେ ପ୍ରବେଶ କରୁଛନ୍ତି ! ଆପଣ ଜାଣନ୍ତି ଯେ କେବଳ ମାର୍କ ଛାତ୍ରଙ୍କ ଜୀବନକୁ ସମୃଦ୍ଧ କରିପାରିବ ନାହିଁ ! ସେ କିପରି ଜୀବନଯାପନ କରନ୍ତି, ତାହା ହିଁ ସେ କିଏ ପ୍ରକାଶ କରେ !
ଯଦି ଆପଣଙ୍କ ଛାତ୍ରମାନଙ୍କ ଏକାଡେମିକ୍ ଆଖି ଖୋଲିବାକୁ ନୁହେଁ ବରଂ ସେମାନଙ୍କର ମାନସିକ ଆଖି ଖୋଲିବାକୁ ଟିକିଏ ଚେଷ୍ଟା କରନ୍ତି, ତେବେ ସ୍ୱର୍ଗ ନିଶ୍ଚିତ ଭାବରେ ଖୁସି ହେବ !ଏହା କରିବାକୁ ନିଶ୍ଚିତ ଭାବରେ ଆପଣ ସକ୍ଷମ ଅଟ ! ତେଣୁ, ଆପଣଙ୍କ ଠାରେ ଥିବା ଛାତ୍ରମାନଙ୍କୁ ଉତ୍ତମ ବ୍ୟକ୍ତି ଭାବରେ ଗଠନ କରିବାକୁ ପୁନର୍ବାର ଆପଣ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କର ! ଇଶ୍ୱର ତୁମର କୌଶଳ ଏବଂ ଶିକ୍ଷାଦାନ ଦକ୍ଷତା ବୃଦ୍ଧି କରନ୍ତୁ, ଆପଣଙ୍କୁ ଆଶୀର୍ବାଦ କରି ଏବଂ ଆପଣଙ୍କ ଛାତ୍ରମାନଙ୍କୁ ପୃଥିବୀରେ ହୀରା ଏବଂ ଆକାଶରେ ଉଲସି ଉଠୁଥିବା ତାରାଗଣ ପରି କରନ୍ତୁ !
- ଶ୍ରୀମତୀ ସାରୋଜା ମୋହନଦାସ
ପ୍ରାର୍ଥନା ଅନୁରୋଧ :-
ଦେବୋରା ଗୋଷ୍ଠୀରେ ଏକତ୍ର କାର୍ଯ୍ୟ କରୁଥିବା ସେବକମାନଙ୍କୁ ଇଶ୍ୱର ସବଳ ଭାବେ ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.