By Village Missionary Movement
Monday, 04-Sep-2023ଆଜିର ବାକ୍ୟ (Oriya) 04-09-2023
ମୁଁ ତୁମକୁ ଗୌରବାନ୍ୱିତ କରିବି
“ସେସମୟରେ ଆମ୍ଭେ ତୁମ୍ଭମାନଙ୍କୁ ଆଣିବା ଓ ସେହି ସମୟରେ ଆମ୍ଭେ ତୁମ୍ଭମାନଙ୍କୁ ସଂଗ୍ରହ କରିବା; କାରଣ ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ତୁମ୍ଭମାନଙ୍କର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ସମୟରେ ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ ତୁମ୍ଭମାନଙ୍କୁ ସୁଖ୍ୟାତି ଓ ପ୍ରଶଂସାର ପାତ୍ର କରିବା, ଏହା ସଦାପ୍ରଭୁ କହନ୍ତି !” - ସିଫନିୟ ୩:୨0
ଷୋଡଶ ଶତାବ୍ଦୀରେ,ରାଜା ଫିଲିପ୍ ଦ୍ୱିତୀୟ,ଯେଉଁମାନେ ବାଇବଲ ପଢ଼ନ୍ତି ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଉଥିଲେ ! ଦିନେ ଅଧିକାରୀମାନେ ମେୟରଙ୍କ ଘରେ ଖୋଜାଖୋଜି କରି, ତାଙ୍କ ଘରେ ବାଇବଲ ପାଇଥିଲେ ! ସେମାନେ ପଚାରିଥିଲେ, ଏହା କିଏ ପଢୁଅଛି ? କେହି ରାଜି ହେଲେ ନାହିଁ ! ଜଣେ ଚାକରାଣୀ କହିଲା, “ମୁଁ ହିଁ ସେହି ବାଇବଲ ପଡୁଛି, ତାହା ହେଉଛି ମୋର ବାଇବଲ ” ! ମେୟର ତାଙ୍କୁ ବଞ୍ଚାଇବାକୁ ଚାହୁଁଥିଲେ,ତେଣୁ ସେ କହିଥିଲେ, ସେ ଅଶିକ୍ଷିତ ! କିନ୍ତୁ ଚାକରାଣୀ କହିଲା, ମୁଁ ଏହାକୁ ପଡି ପାରିବି ବୋଲି କହି ପଡ଼ିବାକୁ ଆରମ୍ଭ କଲା !ସେମାନେ ତାଙ୍କୁ ଏକ ଇଟା କମ୍ପାଉଣ୍ଡରେ ଭର୍ତ୍ତି କରି ଅଣନିଶ୍ୱାସୀ କରି ହତ୍ୟା କରିଥିଲେ ! ସେ ଜଣେ ମହିଳା ଭାବରେ ଖ୍ୟାତି ଅର୍ଜନ କରିଥିଲେ ଯିଏ ବାଇବଲ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ !
ପବିତ୍ର ବାଇବଲରେ ଆମେ ପ୍ରଭୁଙ୍କଠାରେ ଅନେକ ମହାନ ଭାବେ ଏବଂ ପ୍ରଶଂସା ପାଇ ଥିବା ଦେଖୁ ! ମର୍ଦ୍ଦଖୟଙ୍କ ଖ୍ୟାତି ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା ! ଯେହେତୁ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ମହାନ୍ ଥିଲେ ଓ ତାହାର ଯଶ ସର୍ବପ୍ରଦେଶରେ ବ୍ୟାପ୍ତ ହେଲା; କାରଣ ସେହି ମର୍ଦ୍ଦଖୟ ଅଧିକ ଶକ୍ତିଶାଳୀ ହେଲେ (ଏଷ୍ଟର ୯:୪ ) ! ତାଙ୍କର ଖ୍ୟାତି ୧୨୭ ଦେଶରେ ବ୍ୟାପିଗଲା ! ସେହିଭଳି,ପରମେଶ୍ବର ମୋଶାଙ୍କ ପାଇଁ କାମ କରୁଥିବା ଯିହୋଶୂୟଙ୍କ ଗୌରବ ପରମେଶ୍ୱର ଘୋଷଣା କଲେ ! ପରମେଶ୍ବର ଯିହୋଶୂୟଙ୍କୁ ଆଲୌକିକ ଘଟଣା ଓ ବିସ୍ମୟକ କରାଇଲେ ଏବଂ ତାଙ୍କର ଖ୍ୟାତି ବିସ୍ତାର କଲେ ! ସେ ମୋଶାଙ୍କ ପରେ କୋଡିଏ ନିୟୁତ ଇସ୍ରାଏଲର ନେତୃତ୍ୱ ନେଲେ !ପରମେଶ୍ବର ଶଲୋମନଙ୍କ ଖ୍ୟାତି ମଧ୍ୟ ବିସ୍ତାର କଲେ !ଜ୍ଞାନ ମାଗିଥିବା ଶଲୋମନଙ୍କୁ ପରମେଶ୍ୱର ଅଜ୍ଞାତ ଧନ ଏବଂ ଜ୍ଞାନ ପ୍ରଦାନ କଲେ ! ପଡୋଶୀ ଦେଶରୁ ରାଣୀମାନେ ଆସି ତାଙ୍କ ଜ୍ଞାନରେ ଭୟଭୀତ ହେଲେ ! ତାଙ୍କର ଖ୍ୟାତି ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଗଲା !
ହଁ ମୋର ପ୍ରିୟ ବନ୍ଧୁଗଣ,ଉନବିଂଶ ଶତାବ୍ଦୀରେ ବିଶ୍ଵ ପ୍ରସିଦ୍ଧ ସମ୍ରାଟ ନାପୋଲିଅନ୍ ଖ୍ୟାତି ସମଗ୍ର ବିଶ୍ୱରେ ବ୍ୟାପିଗଲା ! କିନ୍ତୁ ଆଜି ସେହି ଖ୍ୟାତି କ୍ଷୀଣ ହୋଇଯାଇଛି ! କିନ୍ତୁ ପ୍ରଭୁ ଇଶ୍ବର ତାଙ୍କ ସନ୍ତାନମାନଙ୍କୁ ଅନନ୍ତ ଗୌରବମୟ କରନ୍ତି ! ପିତା,ତୁମର ଗୌରବ ଆମ ମାଧ୍ୟମରେ ପ୍ରକାଶ ପାଇବା ପାଇଁ ଆମକୁ ବ୍ୟବହାର କର ! ଆମେନ୍ !
- ଶ୍ରୀମତୀ ଫାତିମା ସେଲଭରାଜ
ପ୍ରାର୍ଥନା ଅନୁରୋଧ :-
ସହଯୋଗୀ ମିଶନାରୀମାନଙ୍କ ମାଧ୍ୟମରେ କ୍ଷେତ୍ରରେ ହେଉଥିବା ସେଵାକାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.