By Village Missionary Movement
Sunday, 20-Aug-2023ଆଜିର ବାକ୍ୟ (Oriya) 20-08-2023 (Kids Special)
ସଜାଗ ରୁହ
“ଅତଏବ, ପୁତ୍ର ଯଦି ତୁମ୍ଭମାନଙ୍କୁ ମୁକ୍ତ କରିବେ, ତାହାହେଲେ ତୁମ୍ଭେମାନେ ପ୍ରକୃତରେ ମୁକ୍ତ ହେବ!” - ଯୋହନ ୮:୩୬
ଏକ ସୁନ୍ଦର ଛୋଟ ମାଙ୍କଡ଼ ଡେଇଁଡେଇଁ ଘୁରି ବୁଲୁଥିଲା ଏବଂ ବହୁତ ଖୁସିରେ ଖେଳୁଥିଲା ! ଛୋଟ ମାଙ୍କଡ଼ ମାଆକୁ ପଚାରିଲା “ପ୍ରତ୍ୟେକ ମନୁଷ୍ୟ ସ୍ୱର୍ଗକୁ ଯିବାକୁ ଇଚ୍ଛା କରନ୍ତି, ଏହା କିପରି ହେବ ? ମା କହିଲା,ଯଦି ତୁମେ ଜଣେ ସାଧୁଙ୍କୁ ପଚାରିବ ତେବେ ତାହା ବୁଝିଯିବ ! ଛୋଟ ମାଙ୍କଡ଼ ଖୋଜି ଖୋଜି ପାଇଲା ଯେଉଁଠାରେ ସାଧୁ ଥିଲା ! ସେ ସାଧୁଙ୍କୁ ସମାନ ପ୍ରଶ୍ନ ପଚାରିଲା ! ସେ କିଛି ସମୟ ଚିନ୍ତା କରି ଛୋଟ ମାଙ୍କଡ଼କୁ ଏକ କଦଳୀ ଆଣି କହିଲା “ଏହାକୁ ସୁରକ୍ଷିତ ରଖ” ! ପରଦିନ ଆସିବା ବେଳେ ଏହାକୁ ଧରି ଆସିବ କହି ଛୋଟ ମାଙ୍କଡ଼କୁ ପଠାଇ ଦେଲା !
ମାଙ୍କଡ ବହୁତ ଖୁସିରେ ଗଲା ଯେ ଆଗାମୀ ଦିନରେ ଏହାର ଉତ୍ତର ମିଳିଯିବ ! ସେ ପ୍ରାୟତଃ ତାଙ୍କ ହାତରେ ଥିବା କଦଳୀକୁ ଏପଟେ ସେପଟେ ବୁଲାଇ ବୁଲାଇ ଦେଖିଲା ! ସେ ଭାବିଲା,ଏହାକୁ ସୁରକ୍ଷିତରେ ପରଦିନ ନେବାକୁ ହେବ ! କିଛି ସମୟ ପରେ ଏହାର ଗନ୍ଧ ବାରିଲା ! ଗନ୍ଧ ଭଲ ଥିବାରୁ ଏହା ଚାଟିଲା ! ଖାଇଲେ ତ ଦୋଷ ? ମୁଁ ତାହା ଚୋପା ଚଢାଇ ଦେଖିଲେ କଣ ହେବ ବୋଲି ! ହାୟ, ନା, ଯେ ସାଧୁ ମୋତେ ନିରାପଦରେ ଆଣିବାକୁ କହିଛି, ତେଣୁ କଦଳୀ ଛାଡି ଗଛରେ ଡେଇଡେଇଁ ଖେଳିବାକୁ ଗଲା ! ଏହା ଗଛ ଉପରେ ଘୁରି ବୁଲୁଥିଲେ ମଧ୍ୟ ଏହା କଦଳୀକୁ ନଦେଖି ରହିପାରିଲା ନାହିଁ ! ଆଚ୍ଛା, ଏହା ଭାବିଲା ମୁଁ କେବଳ ଚୋପା ଛଡାଇବି , ଏହା ଖୋଳିବା ଆରମ୍ଭ କଲା ! ଜିଭରେ ଲାଲ ଗଢିବାକୁ ଲାଗିଲା ! ସ୍ୱର୍ଗ କି ? ନା କଦଳୀ ? ଛୋଟ ମାଙ୍କଡ଼ ସଂଘର୍ଷ କରି କଦଳୀ ଖାଇବା ଶେଷ କଲା ! ପରଦିନ ମାଙ୍କଡ଼ କିପରି ସାଧୁଙ୍କୁ ଦେଖା କରିପାରିବ ? ଦେଖା କରିପାରିବ ନାହିଁତ ?
ହାଇ ପିଲାମାନେ , ଠିକ୍ ସେହି ଛୋଟ ମାଙ୍କଡ଼ ପରି ଯିଏ ସ୍ୱର୍ଗ ବିଷୟରେ ଜାଣିବାକୁ ଚାହୁଁଥିଲେ କିନ୍ତୁ ପାଚିଲା କଦଳୀ ଦ୍ୱାରା ପରାସ୍ତ ହୋଇଥିଲେ, ତୁମେ ମଧ୍ୟ ସମ୍ବେଦନଶୀଳ ପାପ ଦ୍ୱାରା ପରାସ୍ତ ହେବା ଉଚିତ୍ ନୁହେଁ ! ଶୟତାନ ତୁମକୁ କହିବ, କେବଳ ଏକ ଛୋଟ ମିଛ କିଛି ଭୁଲ୍ ନୁହେଁ, ଛୋଟ ଚୋରି ତ , ଖରାପ ଶବ୍ଦ କହିଲେ ଏବଂ ତୁମକୁ କେହି ଦେଖେ ନାହିଁ ଏବଂ ତୁମେ ଧରାଯିବ ନାହିଁ, ସେ ଆସିବ ଯେପରି ସେ ତୁମକୁ ଖୁସି କରିବାକୁ ଚାହୁଁଛନ୍ତି ! ତାଙ୍କ କଥା ଶୁଣ ନାହିଁ ! ଯଦିଓ ତୁମେ ଭୁଲ୍ କର, ଯୀଶୁଙ୍କ ନିକଟରେ ସ୍ୱୀକାର କର ଏବଂ କ୍ଷମା ମାଗ ଏବଂ ପୁନର୍ବାର ପାପ ନକରିବାକୁ ନିଷ୍ପତ୍ତି ନେଇ ମୁକ୍ତ ହୁଅ ! ଠିକ ଅଛି, ପିଲାମାନେ !
- ଶ୍ରୀମତୀ ଆଞ୍ଜାଳି
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.