By Village Missionary Movement
Monday, 07-Aug-2023ଆଜିର ବାକ୍ୟ (Oriya) 08-08-2023
ଗୁଜୁରାଟ
“ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ ସମ୍ମୁଖରେ ପ୍ରଣାମ କରିବେ!” - ଗୀତସଂହିତା ୨୨:୨୭
ଭାରତ ଦେଶ ଗୁଜୁରାଟରେ ଖ୍ରୀଷ୍ଟିଆନ ଧର୍ମ ଏକ ସଂଖ୍ୟାଲଘୁ ଧର୍ମ ଅଟେ ! ଶତାବ୍ଦୀ ଧରି ଗୁଜୁରାଟ ସମୁଦ୍ର ଉପକୂଳରେ ପର୍ତ୍ତୁଗୀଜମାନେ ଦାମନ ଡିୟୁକୁ ନିୟନ୍ତ୍ରଣ କରିଥିଲେ ! ସେମାନଙ୍କ ମାଧ୍ୟମରେ ରୋମାନ କ୍ୟାଥୋଲିକ୍ ଧର୍ମର ଭାରତ ଦେଶକୁ ଅସିଲା ! ଷୋଡଶ ଶତାବ୍ଦୀରେ ସର୍ବ ପ୍ରଥମେ ଗୁଜୁରାଟରେ ଖ୍ରୀଷ୍ଟିଆନ ଧର୍ମର ସଂସ୍ପର୍ଶରେ ଆସିଥିଲା ! ଫ୍ରାନ୍ସର ମିଶନାରୀ ଜୋର୍ଡାନସ୍ ଗେଡାଲାନି ୧୩୨0 ମସିହାରେ ସୁରଟକୁ ଆସିଥିଲେ ! ସେ ଗୁଜୁରାଟରେ ସେଵାକାର୍ଯ୍ୟ ଆରମ୍ଭ କରିଥିବା ପ୍ରଥମ ୟୁରୋପୀୟ ଥିଲେ !
ବ୍ରିଟିଶ ସଂସଦ ଦ୍ଵାରା ପାରିତ ୧୮୧୩ ମସିହାର ଚାର୍ଟର୍ ଆକ୍ଟ ଖ୍ରୀଷ୍ଟିଆନ ମିଶନାରୀମାନଙ୍କୁ ବ୍ରିଟିଶ କମ୍ପାନୀ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦେଲା ! ମିଶନାରୀ ଜନ୍ ଟେଲର୍ (୧୮୨୧), ଯୋସେଫ୍ ଟେଲର୍ (୧୮୫୨), ଜେ .ଭି .ଏସ . ଟେଲର (୧୮୮୧) ଏବଂ ଡକ୍ଟର ଜି. ପି.ଟେଲରଙ୍କୁ ଭାରତ ଆସିବାକୁ ଅନୁମତି ଦିଆଯାଇଥିଲା ! ମିଶନାରୀମାନେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ! ଗୁଜୁରାଟରେ ଉତ୍ତର ଭାରତର ଚର୍ଚ୍ଚର ଏକ ଡାଏସେସ ଅଛି ! ଏହା CNI ଏବଂ CSI ଚର୍ଚ୍ଚ ସହିତ ସର୍ବ ବୃହତ ପ୍ରୋଟେଷ୍ଟାଣ୍ଟ ଖ୍ରୀଷ୍ଟିଆନ ଅଛି ! ରାଜ୍ୟରେ ସଲଭର୍ସ ଆର୍ମି ଏବଂ ଆଲାଏନ୍ସ ଚର୍ଚ୍ଚ ମଧ୍ୟ ଦେଖିବାକୁ ମିଳେ !
ପ୍ରଭୁ ସେଠାରେ ଅନେକ ସେବାକାର୍ଯ୍ୟ ଉଠାଇଛନ୍ତି ଯାହା ଦ୍ଵାରା ଗୁଜୁରାଟର ଲୋକମାନେ ଖ୍ରୀଷ୍ଟଙ୍କୁ ପାଇପାରିବେ ! ସେଵାକାର୍ଯ୍ୟ କରିବା ସମୟରେ ସେବକମାନେ ଅନେକ ଆପତ୍ତିର ସମ୍ମୁଖୀନ ହୋଇଥିଲେ ! ଏହାର ଏକ ଉଦାହରଣ ଥିଲା ଯେତେବେଳେ, ଦୁଇ ମିଶନାରୀ ସେମାନଙ୍କ ସନ୍ଧ୍ୟା ସଭା ପାଇଁ ପର୍ବତ ଦେଇ ଯାଉଥିଲେ ! ବନ୍ଧୁକଧାରୀ ଲୋକଙ୍କ ଗୋଷ୍ଠୀ ସେଦିନ ମିଶନାରୀମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଲୁଚି ରହିଥିଲେ ! ସେମାନେ ସେହି ପଥ ଦେଇ ଗଲାବେଳେ ଲକ୍ଷ୍ୟ କରି ଗୁଳି ଚଳାଇବା ଆରମ୍ଭ କଲେ ! କିନ୍ତୁ ପ୍ରଭୁ ସେମାନଙ୍କର ରକ୍ଷକ ହୋଇ ଏବଂ ସେମାନଙ୍କୁ ଏପରି ଭାବରେ ସୁରକ୍ଷା ଦେଇଥିଲେ ଯେ ବନ୍ଧୁକରୁ ଗୋଟିଏ ବି ଗୁଳି ବାହାରି ନଥିଲା ! ଗୁଳି ଚଳାଇବାକୁ ବାହାରିଥିବା ସେହି ଦୋଳ ଆଶ୍ଚର୍ଯ୍ୟ ହୋଇଗଲେ, ଏହା କ’ଣ ଯାଦୁ ? ସେମାନେ ମିଶନାରୀମାନଙ୍କ ପାଦତଳେ ପଡ଼ି କହିଲେ, 'ଏହି ଇଶ୍ବରଙ୍କ ବିଷୟରେ ଆମକୁ କୁହ '! ଆମେ ତାଙ୍କୁ ଗ୍ରହଣ କରିବୁ ! ସେମାନେ ସେହି ସ୍ଥାନରେ ବସି ଯୀଶୁଙ୍କୁ ସେମାନଙ୍କର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କଲେ ! ଆଜି ମଧ୍ୟ ଗୁଜୁରାଟ ରାଜ୍ୟରେ ଯୀଶୁ ଏଭଳି ଅନେକ ଚମତ୍କାର ପ୍ରଦର୍ଶନ କରୁଛନ୍ତି !ଆମେନ୍ !ହାଲେଲୁୟା !
- ଶ୍ରୀମତୀ ବର୍ଲିନ୍ ଚେଲାବୋଇ
ପ୍ରାର୍ଥନା ଅନୁରୋଧ :-
ତିରୁନେଲଭେଲିର ପୁନଃଜୀବନ ଯୁବକ ସମାବେଶରେ ପ୍ରଚାର କରୁଥିବା ପ୍ରଭୁଙ୍କର ଦାସଙ୍କୁ ଇଶ୍ୱର ବ୍ୟବହାର କରିବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.