Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 31-07-2023
Share:

By Village Missionary Movement

Monday, 31-Jul-2023

ଆଜିର ବାକ୍ୟ (Oriya) 31-07-2023

 

ଦୟାଳୁ ହୁଅ 

 

“ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ; ପୁଣି, ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ!” - ହିତୋପଦେଶ ୧୯:୧୭

     

ଗୋଟିଏ ଇଷ୍ଟର ସକାଳେ, ଜଣେ ଧାର୍ମିକ ବ୍ୟକ୍ତି ଆରାଧନା କରିବାକୁ ଯାଉଥିଲା ! ଯିବା ବାଟରେ ଜଣେ ଗରିବ ଲୋକ ଉପଯୁକ୍ତ ପୋଷାକ ବିନା ଥଣ୍ଡାରେ ଥରି ଉଠୁଥିଲେ ! ଏହି ଦୃଶ୍ୟ ଦେଖି ତାଙ୍କ ହୃଦୟ ପ୍ରଭାବିତ ହେଲା ! ସେ ଭୟ କରୁଥିଲେ ଯେ,ତାଙ୍କ ପାଇଁ ଆଉ ଏକ ପୋଷାକ ଆଣିବାକୁ ଘରକୁ ଯିବା ବେଳକୁ ସେ ମରିଯିବ ! ସଙ୍ଗେ ସଙ୍ଗେ ସେ ପିନ୍ଧିଥିବା ଲମ୍ବା କୋଟକୁ ଦୁଇ ଭାଗରେ କାଟିଦେଲା ! ଥଣ୍ଡା ହେତୁ ଏହାକୁ ଦୁଇଭାଗ କରି ନିଜ ଉପରେ ଅଧା ଗୁଡ଼ାଇ ହେଲା ଏବଂ ଅନ୍ୟ ଅଧାକୁ ଗରିବ ଲୋକକୁ ଦେଇ ଚର୍ଚ୍ଚକୁ ଚାଲିଗଲା ! ହଠାତ୍ ସେ ତାଙ୍କ ଆଖି ଆଗରେ ପ୍ରଭୁ ଏକ ଦର୍ଶନ ଦେଲେ !ପ୍ରଭୁଙ୍କ ଗୌରବ,ତାଙ୍କ ଶରୀର ଅଧା ପୋଷାକ ସହିତ ଦେଖାଯାଏ ! ସେହି ବ୍ୟକ୍ତି ଏହା ଦେଖି ଆଶ୍ଚର୍ଯ୍ୟ ହେଲେ ଯେ, କଣ ମୁଁ ଯୀଶୁ ଖ୍ରୀଷ୍ଟଙ୍କୁ କି ସାହାଯ୍ୟ କଲି ? ହାୟ, ସେ ଭାବିଲେ, ଯଦି ମୁଁ ଜାଣିଥିବି ଯେ ଏହା ଯୀଶୁଙ୍କ ନିମନ୍ତେ, ତେବେ ମୁଁ ମୋର ପୁରା କୋଟ ଦେଇଥା’ନ୍ତି !

         

ଆମେ ଏପରି ଏକ ସମୟରେ ବାସ କରୁଛୁ ଯେଉଁଠାରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଦୟା ସହିତ ଅନ୍ୟମାନଙ୍କ ସ୍ୱାର୍ଥରେ କାର୍ଯ୍ୟ କରନ୍ତି ! ଅନ୍ୟମାନଙ୍କୁ ସାହାଯ୍ୟ କରିବା ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଲଜ୍ଜାକୁ ଲୋକମାନେ ପସନ୍ଦ କରନ୍ତି ନାହିଁ ! ଆମେ ନିଜକୁ ଅସୁବିଧା ନହୋଇ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବୁ ନାହିଁ ! ଆଜିର ପାଠରେ ଆମେ ମାକେଡୋନିଆର ମଣ୍ଡଳୀ ବିଷୟରେ ପଢିଥିଲୁ, ଯିଏ ବହୁତ କଷ୍ଟରେ ଥିଲେ ମଧ୍ୟ ପ୍ରଭୁଙ୍କୁ ଦେଇଥିଲେ ! ହଁ, ଯେପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ ମାର୍ଗରେ ଆମେ ଯାଉନାହୁଁ, ଆମେ ଠିକ୍ ସମୟରେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଆସୁଥିବା ବଡ଼ ଆନନ୍ଦକୁ ଅନୁଭବ କରିପାରିବୁ ନାହିଁ ?

            

ପ୍ରିୟ ବନ୍ଧୁଗଣ,ଆମର ଅଭାବ ସତ୍ବେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆମର ହୃଦୟ ଅଛି କି ? ଅନ୍ୟମାନଙ୍କୁ ଦେବା ଆମକୁ କଷ୍ଟ ଦେଉଥିଲେ ମଧ୍ୟ ଆମେ ଏହାକୁ ସହ୍ୟ କରୁ କି ? ଆମ ହାତ ଆଘାତ ନହେବା ପର୍ଯ୍ୟନ୍ତ ଆମେ ଅନ୍ୟମାନଙ୍କୁ ଦେଇଥାଉ କି ?

- ଶ୍ରୀମତୀ ଜସ୍ମିନ୍ ପାଲ୍

 

ପ୍ରାର୍ଥନା ଅନୁରୋଧ:- 

ଆମ ସେଵା ସ୍ଥାନକୁ ଆବଶ୍ୟକ ହେଉଥିବା ଦୁଇ ଚକିଆ ଯାନ ଅତି ଜରୁରୀ ହୋଇଅଛି,ଦାତାମାନେ ଉଠିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice