By Village Missionary Movement
Thursday, 20-Jul-2023ଆଜିର ବାକ୍ୟ (Oriya) 21-07-2023
ମାର୍କ କେତେ ?
“ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ; ମୋ' ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ !” - ଯୋହନ ୧୪:୬
ଏକ କାଳ୍ପନିକ କାହାଣୀ ଯାହା "ସ୍ୱର୍ଗକୁ ଯିବା ରାସ୍ତା ସଂକୀର୍ଣ୍ଣ" ବୋଲି ସୂଚିତ କରେ ! ଜଣେ ଲୋକ ମୃତ୍ୟୁବରଣ କରି ସ୍ୱର୍ଗ ଦ୍ୱାରକୁ ଗଲେ ! ସେଠାରେ ସେ ପିତରଙ୍କୁ ଦ୍ୱାରରେ ଠିଆ ରହିଥିବା ଦେଖିଲା ! ପିତର ତାଙ୍କୁ କହିଲେ, ଯଦି ତୁମେ ୧00 ମାର୍କ ପାଇବ, ତେବେ ତୁମେ ସ୍ୱର୍ଗରେ ପ୍ରବେଶ କରିପାରିବ ! ସେହି ଲୋକଟିକୁ ଦେଖି ପିତର ପଚାରିଲେ, "ତୁମର ଭଲ କାର୍ଯ୍ୟ ତାଲିକା କର,ଏବଂ ମୁଁ ତୁମର ମାର୍କ ପ୍ରଦାନ କରିବି !" ବ୍ୟକ୍ତି ଜଣକ ଖୁସିରେ କହିଲା "ମୋର କେବଳ ଗୋଟିଏ ପତ୍ନୀ ଅଛି, ମୁଁ ତାଙ୍କ ସହ ୫0 ବର୍ଷ ବଞ୍ଚିଛି ! ମୁଁ ମାନସିକ ସ୍ତରରେ ମଧ୍ୟ ତାଙ୍କୁ ପ୍ରତାରଣା କରି ନାହିଁ।" ପିତର କହିଲା,"ଅହୋ.. ଅତି ଉତ୍ତମ , ଏହାକୁ ୩ ମାର୍କ ପାଇଲ !ବ୍ୟକ୍ତି ଜଣକ ପୁଣି ଥରେ କହିଲା , ମୁଁ ପ୍ରତି ସପ୍ତାହରେ ନିୟମିତ ଚର୍ଚ୍ଚକୁ ଯାଉଥିଲି ଏବଂ ମୁଁ ଦଶମାଂଶ ଦେଉଥିଲି ! ପିତର ପ୍ରଶଂସା କରି କହିଲେ, ବହୁତ ଭଲ, ପୁଣି ୩ ମାର୍କ ପାଇଲ ! ପୁଣିଥରେ ବ୍ୟକ୍ତି ଜଣକ କହିଲା,ଯେ ମୁଁ ବୃଦ୍ଧମାନଙ୍କୁ ସାହାଯ୍ୟ କରୁଥିଲି ! ପିତର ଖୁସିରେ ୩ ମାର୍କ କହିଲା" ! ଲୋକଟି କାନ୍ଦିବାକୁ ଲାଗିଲା ! ସେ କାନ୍ଦି କାନ୍ଦି କହିଲା ଯେ, ମୁଁ କରିଥିବା ଉତ୍ତମତାକୁ ଏତିକି କି ? ମୁଁ ମୋର କାର୍ଯ୍ୟ ଦ୍ୱାରା ସ୍ୱର୍ଗକୁ ଯାଇପାରିବି ନାହିଁ, ମୁଁ କେବଳ ପରମେଶ୍ବରଙ୍କ କୃପାରୁ ସ୍ୱର୍ଗକୁ ଯାଇପାରିବି ବୋଲି ଜୋରରେ ଚିତ୍କାର କଲା ! ଏହା ଶୁଣି ପିତର କହିଲେ, ବର୍ତ୍ତମାନ ଭିତରକୁ ଯାଅ !
ପ୍ରେରିତ ପିତର କେବଳ ପରିତ୍ରାଣ ସେମାନଙ୍କ ପାଇଁ ବୋଲି ଭାବି ପିତର ସୁସମାଚାର ଯିହୁଦୀମାନଙ୍କୁ କରୁଥିଲେ ! କିନ୍ତୁ ଯୀଶୁ ଜଣେ ଅଣଯିହୂଦୀ କର୍ଣ୍ଣୀଲିୟଙ୍କୁ ପରିଚିତ କରାଇଲେ ! ଇଟାଲୀ ସହରର ମୁଖ୍ୟ ସୈନିକ ଶାସକ ଥିଲେ ଏବଂ ସେ ତାଙ୍କ ପରିବାର ସହିତ ପରମେଶ୍ୱରଙ୍କ ଠାରେ ଭୟ ଓ ଭକ୍ତି ଥିଲେ !ଲୋକମାନଙ୍କୁ ଦାନଧର୍ମ କରୁଥାଏ ଏବଂ ପରମେଶ୍ବରଙ୍କ ନିକଟରେ ସର୍ବଦା ପ୍ରାର୍ଥନା କରୁଥାଏ ! ପିତର ଏହା ସ୍ପଷ୍ଟ କରିଛନ୍ତି ଯେ, ଯଦିଓ ଜଣେ ଉଚ୍ଚ ପଦରେ ଅଛନ୍ତି, ଧର୍ମରେ ପରିପୂର୍ଣ୍ଣ, ପ୍ରଚୁର ପ୍ରାର୍ଥନା କରନ୍ତି ଏବଂ ଅନେକ ଦାନ ଦିଅନ୍ତି, ତେବେ ସେ ପରିତ୍ରାଣ ଆବଶ୍ୟକ କରନ୍ତି ବୋଲି ପିତରଙ୍କ ମାଧ୍ୟମରେ ଜାଣି ପାରିଲା !
ହଁ, ମୋର ପ୍ରିୟ ସନ୍ତାନଗଣ , ଆମେ ଯେତେ ଅତ୍ୟଧିକ ଭାବେ ଭଲ କାର୍ଯ୍ୟ କରୁନା କାହିଁକି, ଯଦି ଆମେ ଯୀଶୁଙ୍କୁ ଆମର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରୁନାହୁଁ ଏବଂ ପାପମୁକ୍ତ ଜୀବନଯାପନ କରୁନାହୁଁ , ତେବେ ଅନନ୍ତକାଳ ପ୍ରାପ୍ତ ହୋଇପାରିବା ନାହିଁ ! ସେ କୁହନ୍ତି, ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ଗୌରବରେ ଆସିବା ପରେ ପରିତ୍ରାଣର ଅଭିଜ୍ଞତା ସହିତ ପୁରସ୍କୃତ କରିବେ ପରମେଶ୍ବର ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଆମର ପ୍ରେମର ପ୍ରୟାସକୁ ଭୁଲିଯିବା ଅନ୍ୟାୟ ନୁହେଁ ! ଖ୍ରୀଷ୍ଟଙ୍କଠାରେ ଆମର ଉତ୍ତମ କାର୍ଯ୍ୟ, ଫଳ ଆଣିଦିଏ ଏବଂ ଶେଷରେ ତାହାଙ୍କ ଦ୍ଵାରା ଅନନ୍ତ ଜୀବନ ଦେଇଥାଏ ! ଖ୍ରୀଷ୍ଟଙ୍କଠାରେ ତୁମର ପ୍ରବାହ ଅଛି କି ? ନା ଖ୍ରୀଷ୍ଟଙ୍କ ବାହାରେ ଅଛି ? ଚାଲ ଚିନ୍ତା କରିବା !
- ଭଉଣୀ.ମଞ୍ଜୁଲା
ପ୍ରାର୍ଥନା ଅନୁରୋଧ :-
ପତ୍ରିକା ସେଵାକାର୍ଯ୍ୟ ମାଧ୍ୟମରେ ଯେଉଁମାନେ ସାକ୍ଷାତ ହୁଅନ୍ତି, ସେମାନଙ୍କର ପରିତ୍ରାଣ ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.