By Village Missionary Movement
Saturday, 08-Jul-2023ଆଜିର ବାକ୍ୟ (Oriya) 09-07-2023
ଧୌର୍ଯ୍ୟର ଆବଶ୍ୟକତା
“ଯେଣୁ ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଇଚ୍ଛା ସାଧନ କରି ପ୍ରତିଜ୍ଞାର ଫଳପ୍ରାପ୍ତ ହୋଇ ପାର, ଏଥି ନିମନ୍ତେ ତୁମ୍ଭମାନଙ୍କର ଧୈର୍ଯ୍ୟଶୀଳ ହେବା ପ୍ରୟୋଜନ !” - ଏବ୍ରୀ ୧0:୩୬
ଜନ୍ ଏବଂ ଜଗନ୍ ଘନିଷ୍ଠ ବନ୍ଧୁ ଥିଲେ ! ପିଲାଦିନରୁ ଉଭୟ ଏକାଠି ଅଧ୍ୟୟନ କରିଥିଲେ ! ସେମାନଙ୍କର ଶିକ୍ଷା ସମାପ୍ତ ହେବା ପରେ ଦୁହେଁ ଚାକିରି ଖୋଜିବା ଆରମ୍ଭ କଲେ ! ଜନ୍ ଏକ ଭଲ କମ୍ପାନୀରେ ଚାକିରି ପାଇଲେ ! ଚାକିରି ପାଇଁ ଜଗନ୍ ତଥାପି ପ୍ରବୃତ୍ତିରେ ଥିଲେ ! ଦିନ ଏବଂ ବର୍ଷ ବିତିଗଲା !
ଦିନେ ସେହି କମ୍ପାନୀରେ ଏକ ସାକ୍ଷାତକାର ହୋଇଥିଲା ଯେଉଁଠାରେ ଜନ୍ କାମ କରୁଥିଲେ ! ଜଗନ୍ ମଧ୍ୟ ଏଥିରେ ଅଂଶଗ୍ରହଣ କରି ମନୋନୀତ ହୋଇଥିଲେ ! ପରଦିନ ଜଗନ୍ ମଧ୍ୟ କମ୍ପାନୀରେ ଯୋଗ ଦେଇଥିଲେ ! ଉଭୟ ସେମାନଙ୍କୁ ଦେଇଥିବା କାର୍ଯ୍ୟକୁ ଦାୟିତ୍ୱପୂର୍ଣ୍ଣ ଭାବରେ କରୁଥିଲେ | ଆନ୍ତରିକ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଦେଖି କମ୍ପାନୀ ମ୍ୟାନେଜର ସେମାନଙ୍କୁ ବହୁତ ପ୍ରଶଂସା କଲେ ଏବଂ ଉଭୟଙ୍କୁ ପଦୋନ୍ନତି ଦେବାକୁ ଚାହୁଁଥିଲେ !
କିନ୍ତୁ ପ୍ରଥମେ ଜଗନଙ୍କୁ ଡାକିଲେ ଏବଂ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କର ପର୍ଯ୍ୟବେକ୍ଷଣ ନେବାର ଦାଇତ୍ୱ ଦେଇଥିଲେ ! ସେ ମଧ୍ୟ ଦିଆଯାଇଥିବା ଦାୟିତ୍ୱକୁ ସମ୍ପୂର୍ଣ୍ଣ ବିଶ୍ୱସ୍ତ ଭାବରେ ପୂରଣ କରିବାକୁ ଲାଗିଲେ !କିଛି ଦିନ ବିତିଲା ! ଜନ୍ ବହୁତ ରାଗି ଯାଇଥିଲେ କାରଣ ତାଙ୍କ ପରେ, ଏତେ ବର୍ଷ ପରେ ଆସିଥିବା ଜଗନ୍ ପଦୋନ୍ନତି ପାଇଥିଲେ ! ମୋତେ କିଛି ଦେଲେ ନାହିଁ ବୋଲି ହୃଦୟରେ ବଚସା କଲା ! ଶେଷରେ ସେ କମ୍ପାନୀ ଛାଡିବାକୁ ଚିନ୍ତା କଲା ! ସେ ସଙ୍ଗେ ସଙ୍ଗେ କମ୍ପାନୀ ମ୍ୟାନେଜରଙ୍କ ନିକଟକୁ ଯାଇ କହିଥିଲେ ଯେ, ମୁଁ ଚାକିରିରୁ ଇସ୍ତଫା ଦେବାକୁ ଯାଉଛି ! ମ୍ୟାନେଜର ଏହାର କାରଣ ପଚାରିଥିଲେ ! ସଙ୍ଗେ ସଙ୍ଗେ ଜନ୍ ତାଙ୍କ ହୃଦୟରେ ଥିବା ସମସ୍ତ ଚିନ୍ତାକୁ ଢାଳିଦେଲା ଏବଂ କହିଲା ତୁମେ ମୋ ପରେ ଆସିଥିବା ଜଗନଙ୍କୁ ପଦୋନ୍ନତି ଦେଇଛ କିନ୍ତୁ ମୁଁ ମାତ୍ର ସମାନ କାମରେ ଅଛି ! ମ୍ୟାନେଜର ନମ୍ର ସ୍ୱରରେ କହିଥିଲେ, ଜନ୍, ଧୌର୍ଯ୍ୟବାନ ହୁଅ,ତରତର ହୁଅ ନାହିଁ ! ଯେହେତୁ ଆମ ପରିବାର ବିଦେଶ ଯାଉଛୁ, ଆମେ ଭାବିଲୁ ଯେ, ଏହି କମ୍ପାନୀର ସମ୍ପୂର୍ଣ୍ଣ ଦାୟିତ୍ୱ ତୁମକୁ ଦେଇକି ଯିବାକୁ ମନସ୍ଥ କରିଥିଲୁ ! କୌଣସି ପ୍ରକାରେ ଆମେ ଆପଣଙ୍କୁ ଏକ ଉଚ୍ଚ ପଦବୀରେ ପଦୋନ୍ନତି କରିବାକୁ ଭାବିଥିଲୁ କିନ୍ତୁ ଆପଣ ଇସ୍ତଫା ପତ୍ର ସହିତ ଆସିଛ, ଆମେ ତୁମକୁ କେତେ ବିଶ୍ୱାସ କଲୁ ! ଜନ୍ ପ୍ରତିକ୍ରିୟାରେ ମ୍ୟାନେଜର ବହୁତ ବିରକ୍ତ ହୋଇଥିଲେ ! ଜନ୍ ତାଙ୍କ ଭୁଲକୁ ହୃଦୟଙ୍ଗମ କରି ମ୍ୟାନେଜରଙ୍କ ନିକଟରେ କ୍ଷମା ମାଗିଲେ, ହୃଦୟର ତରବର ହେତୁ ସେ ଦାୟିତ୍ୱ ହରାଇଲେ !
ପ୍ରିୟ ଭାଇ ଓ ଭଉଣୀମାନେ , ଯେକୌଣସି ତରବରିଆ ନିଷ୍ପତ୍ତି ଆମକୁ ବହୁତ କ୍ଷତି ପହଞ୍ଚାଇବ ! ତେଣୁ କାହାକୁ ଇର୍ଷା ନ କରି ଧୌର୍ଯ୍ୟବାନ ହୋଇ ରହିବାକୁ ଶିଖିବା !
- ଶ୍ରୀମତୀ ସାରା ସୁଭାଷ
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.