Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 05-07-2023
Share:

By Village Missionary Movement

Wednesday, 05-Jul-2023

ଆଜିର ବାକ୍ୟ (Oriya) 05-07-2023

 

କୃତଜ୍ଞତା

 

“ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳଦାନସବୁ ପାସୋର ନାହିଁ !” - ଗୀତସଂହିତା ୧0୩: ୨

 

ଏକ ଦୃଷ୍ଟିହୀନ ବାଳକ ଏକ ପ୍ରମୁଖ ସ୍ଥାନରେ ବସି ଭିକ ମାଗୁଥିଲା ! ତାଙ୍କ ପାଖରେ ଥିବା ଏକ ବୋର୍ଡରେ “ମୁଁ ଅନ୍ଧ ଅଟେ ମୋତେ ସାହାଯ୍ୟ କର” ବୋଲି ଲେଖା ଯାଇଥିଲା ! କିଛି ଲୋକ ତାଙ୍କୁ କିଛି ଖୁଚୁରା ଟଙ୍କା ଦେଲେ ଏବଂ ଟଙ୍କାଗୁଡିକ ତାଙ୍କ ପାତ୍ର ନିକଟରେ ବିଛାଡି ହୋଇଗଲା ! ଯାଉଥିବା ଜଣେ ବ୍ୟକ୍ତି ସେହି ଟଙ୍କାଗୁଡିକ ନେଇ ପାତ୍ରରେ ରଖିଦେଲା, ପରେ ସେ ବାଳକ ପାଖରେ ଥିବା ବୋର୍ଡରେ କିଛି ଲେଖିଲା !ଅଳ୍ପ ସମୟରେ ପାତ୍ରଟି ଟଙ୍କାରେ ଭରି ହୋଇଗଲା ! ତାଙ୍କୁ କେହି କେହି ଅଟକି ଟଙ୍କା ଦେଲେ ! ସେହି ଦିନ ସନ୍ଧ୍ୟାରେ ଯିଏ ବୋର୍ଡକୁ ପୁନଃଲିଖନ କରିଥିବା ବ୍ୟକ୍ତିଟି କଣ ହେଲା ଜାଣିବାକୁ ଆସିଲା ! ତାଙ୍କ ପଦାଙ୍କ ଶବ୍ଦ ଶୁଣି ପିଲାଟି ଜାଣିଲା ଯେ ସେହିଁ ଜାଣିପାରି ଏବଂ ପଚାରିଲା,"ସାର୍, ଆପଣ କିଏ ? ଆପଣ କ’ଣ ଲେଖିଛନ୍ତି ? କହିଲା,ମୋତେ ଅଧିକ ଟଙ୍କା ଦିଆଯାଉଛି !"

 

ଲୋକଟି ଉତ୍ତର ଦେଲା, "ମୁଁ ସତ୍ୟ ଲେଖିଛି ! ତୁମେ ଯାହା ଲେଖିଛ ମୁଁ ସାମାନ୍ୟ ପରିବର୍ତ୍ତନ କରିଛି !" ପିଲାଟି ପଚାରିଲା, ତୁମେ କଣ ଲେଖିଲ ? ବ୍ୟକ୍ତି ଜଣକ ବୁଝାଇଲେ "ଆଜି ସବୁଠାରୁ ଖୁସିର ଦିନ ଏବଂ ଅଦ୍ଭୁତ ଦିନ ! ମୁଁ ଏହାକୁ ଦେଖିପାରୁ ନାହିଁ ! କିନ୍ତୁ ତୁମେ ଏହି ଦୁନିଆକୁ ଉପଭୋଗ କର, ତେଣୁ ତୁମେ ଧନ୍ୟ ଅଟ "ବୋଲି ମୁଁ ଲେଖିଥିଲି କହିଲା ! ଯେଉଁମାନେ ଏହାକୁ ପଢନ୍ତି ସେମାନେ ନିଜକୁ ସୌଭାଗ୍ୟକୁ ମନେ କଲେ ! ସେମାନଙ୍କର ହୃଦୟ କୃତଜ୍ଞତା ଭରିଗଲା ! ସେମାନେ ସେମାନଙ୍କର ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ !

 

ହଁ, ଅଧିକାଂଶ ସମୟ ପ୍ରଭୁ ଆମ ପାଇଁ ଯାହା କରିଛନ୍ତି ସେଥିପାଇଁ ଆମେ କୃତଜ୍ଞତା ଅନୁଭବ କରୁନାହୁଁ ! ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜୀବନ ଧାରଣ ସମୟରେ, ୧0 କୁଷ୍ଠରୋଗୀ ଆରୋଗ୍ୟ ପାଇଁ ତାଙ୍କ ନିକଟକୁ ଆସି ଚିତ୍କାର କଲେ, ପ୍ରଭୁ, ଆମ ଉପରେ ଦୟା କର ! ଯୀଶୁଙ୍କ ବାକ୍ୟ ଅନୁଯାୟୀ, ସମସ୍ତ ୧0 ଜଣ ଲୋକ ଆରୋଗ୍ୟ ଲାଭ କଲେ ! ମାତ୍ର ୧0 ଜଣଙ୍କ ମଧ୍ୟରୁ କେବଳ ଜଣେ ଫେରି ଯୀଶୁଙ୍କୁ ଧନ୍ୟବାଦ ଦେଲେ !

       

ହଁ, ପ୍ରିୟ ବନ୍ଧୁଗଣ , ଆମର ପ୍ରଭୁ କିଛି ଆଶା କରିନଥିଲେ କିନ୍ତୁ ଆମ ପାଇଁ କ୍ରୁଶରେ ନିଜକୁ ଦେଇଥିଲେ ! ସେ ଆଶା କରନ୍ତି ଯେ ଆମେ ମହାନ ହେବା ଏବଂ ତାଙ୍କୁ ଧନ୍ୟବାଦ ଦେବା ! ପ୍ରତ୍ୟେକ ଦିନ ଆମ ହାତରେ ରଖାଯାଇଥିବା ଆଶୀର୍ବାଦ ଏବଂ ଆରାମ ପାଇଁ ଆମେ କୃତଜ୍ଞ ହେବା ! ଆମ ପାଖରେ ନଥିବା ଜିନିଷକୁ ଲାଳସା କରିବା ପରିବର୍ତ୍ତେ ଆମ ପାଖରେ ଯାହା ଅଛି ସେଥିପାଇଁ ଧନ୍ୟବାଦ ଦେବା ! ଏକ ସୁସ୍ଥ ଶରୀର ପାଇଁ, ଆମ ଶରୀରର ଅଙ୍ଗଗୁଡ଼ିକର କାର୍ଯ୍ୟ ପାଇଁ, ତାଙ୍କ ମାଧ୍ୟମରେ ଆମ ଦ୍ୱାରା ପ୍ରାପ୍ତ ପରିତ୍ରାଣ ଏବଂ ଅଭିଷେକ ପାଇଁ ପ୍ରତ୍ୟେକ ମିନିଟ କୃତଜ୍ଞତାରେ ଜୀବନ ଯାପନ କରିବା !

- ଶ୍ରୀମତୀ ଶକ୍ତି ଶଙ୍କରରାଜ 

 

ପ୍ରାର୍ଥନା ଅନୁରୋଧ :-

ଆମେନ୍ ଗ୍ରାମୀଣ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ବ୍ୟକ୍ତିମାନେ ଇଶ୍ବରଙ୍କ ପ୍ରେମର ସ୍ୱାଦ ଜାଣିବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al