By Village Missionary Movement
Sunday, 02-Jul-2023ଆଜିର ବାକ୍ୟ (Oriya) 02-07-2023 (Kids Special)
ସ୍ବର୍ଗସ୍ଥ ପିତା ଯତ୍ନ ନେବେ
“ଆକାଶର ପକ୍ଷୀଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଖାଦ୍ୟ ଦିଅନ୍ତି । ତୁମ୍ଭମାନେ କ'ଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ?” – ମାଥିଉ ୬:୨୬
ହାଇ ପିଲାମାନେ, କେମିତି ଅଛ ? ତୁମେ ଏକ ନୂତନ ଶ୍ରେଣୀ, ନୂତନ ଶିକ୍ଷକ, ନୂତନ ବନ୍ଧୁ ପାଇଛ କି ? ତୁମେ ବହୁତ ଖୁସି ଅଚ କି ? କିମ୍ବା ତୁମେ କୁହ, ମୋର ଭଲ ପୋଷାକ ନାହିଁ, ମୁଁ ଚାହୁଁଥିବା ଖାଦ୍ୟ ପାଇପାରୁ ନାହିଁ ! ଏଥିପାଇଁ ତୁମେ ଚିନ୍ତିତ କି ? ଏହି ବର୍ଷ କିପରି ଅଧ୍ୟୟନ ସମାପ୍ତ କରିବି ? ଚିନ୍ତା କର ନାହିଁ,ଯେ ଆମର ସ୍ବର୍ଗସ୍ଥ ପିତା ସବୁକିଛି ଯତ୍ନ ନେବେ ! ଠିକ ଅଛି ଆମେ ବର୍ତ୍ତମାନ ଏକ ସୁନ୍ଦର କାହାଣୀ ଶୁଣିବା କି ?
ସୌନ୍ଦର୍ଯ୍ୟ ଭରା କ୍ଷେତ, ଛେଳି,ଗାଇ,କୁକୁଡ଼ା ଏବଂ ବତକ ସହିତ ଗାଁ ଜୀବନ କେତେ ସୁନ୍ଦର ଥିବ ତ ? ଗୋଟିଏ ଘରେ ଅନେକ କୁକୁଡ଼ା ଛୁଆଁ ଥିଲା ! କୁକୁଡ଼ା ଏବଂ କୁକୁଡ଼ା ଛୁଆଁମାନେ ନିକଟସ୍ଥ କ୍ଷେତକୁ ଯାଇ ଧାନ କ୍ଷେତର ଶସ୍ୟ ସଂଗ୍ରହ କରି ଖାଇଥା’ନ୍ତି ! ତା’ପରେ ସେମାନେ ରାତିରେ ଶୋଇଯା’ନ୍ତି ! ଦିନେ କ୍ଷେତର ମାଲିକ ଆସି ପରିଦର୍ଶନ କଲେ ! ସେ ଦେଖିଲେ ଯେ ଶସ୍ୟଗୁଡିକ ଭଲ ଭାବରେ ବଢିଛି ଏବଂ ଅମଳ ପାଇଁ ପ୍ରସ୍ତୁତ ଅଛି ! ଫଳସ୍ୱରୂପ, ସେ ତାଙ୍କ ପତ୍ନୀଙ୍କ ସହ ତାଙ୍କ ଫୋନରେ କଥା ହୋଇ କହିଥିଲେ ଯେ, ଆମେ ଦୁଇ ଦିନ ମଧ୍ୟରେ କ୍ଷେତରେ ସମସ୍ତ ଧାନ ଅମଳ କରିପାରିବା ! କୁକୁଡ଼ା ଛୁଆଁଗୁଡିକ ଏହି ବାର୍ତ୍ତାଳାପ ଶୁଣିଲେ !
କୁକୁଡ଼ା ଛୁଆଁମାନେ ମା, ମା ବୋଲି ଡାକି, ଯେତେବେଳେ ମା କୁକୁଡା ପଚାରିଲା ଏତେ ଦ୍ରୁତ ଗତିରେ ଚାଲିବା କ’ଣ ହେଲା, କୁକୁଡ଼ା ଛୁଆଁମାନେ ଚିନ୍ତାରେ ମା’ଙ୍କୁ ମାଲିକ ଯାହା କହିଥିଲେ ତାହା ଜଣାଇଲେ ! ଏହା ଶୁଣି ମାଆକୁକୁଡ଼ା କହିଲା,ଆଉ ଦୁଇ ଦିନ ଥିବାରୁ ସେ ଏହାର ଯତ୍ନ ନେବେ ! ଦୁଇ ଦିନ ପରେ କୁକୁଡ଼ା ଛୁଆଁମାନେ ବହୁତ ଚିନ୍ତାରେ , ପେଟପୂରା ଖାଦ୍ୟ ଖାଇବାକୁ ଏବେ ଖାଦ୍ୟ ନାହିଁତ ବୋଲି ଦୁଃଖ ହେଉଥାନ୍ତି ! କୁକୁଡ଼ା ଛୁଆଁମାନେ ମାମା ବୋଲି ମାଆଙ୍କୁ ଡାକିବା ସହ ଆସନ୍ତାକାଲି କଣ ଖାଇବୁ ବୋଲି ପଚାରି ବୁଲୁଥିଲେ ! ମା କୁକୁଡ଼ା ଅନ୍ୟ ଏକ ନୂଆ କ୍ଷେତକୁ ନେଇକିଗଲା ! ଯେଉଁ କୁକୁଡ଼ା ଛୁଆଁମାନେ ସେମାନଙ୍କର ଭରପୂର ଖାଇ, ଏପରି ସ୍ଥାନ ଅଛି କି ବୋଲି ଆଶ୍ଚର୍ଯ୍ୟ ହୋଇଗଲେ ! ମାଆ ଥିଲେ ଆମର କଣ ଚିନ୍ତା ବୋଲି ଛୁଆଁମାନେ ଖୁସିରେ ଥିଲେ !
କଣ ପିଲାମାନେ ,ଯଦି ଗୋଟିଏ କୁକୁଡ଼ା ତାର ଛୁଆଁ ମାନଙ୍କର ଯତ୍ନ ନେଇପାରୁଛି , ତେବେ ଆମର ସ୍ବର୍ଗସ୍ଥ ପିତା ଆମର କାର୍ଯ୍ୟର ଯତ୍ନ ନେବେ ନାହିଁ କି ? ସେ ନିଶ୍ଚିତ ଭାବରେ ତୁମର ଆବଶ୍ୟକତା ସମ୍ପୂର୍ଣ୍ଣ କରିବେ !ବ୍ୟତିବ୍ୟସ୍ତ ହୁଅ ନାହିଁ କି, ଚିନ୍ତିତ ହୁଅ ନାହିଁ !ଠିକ ଅଛି ପିଲାମାନେ, ବାଇ !
- ଭଉଣୀ ଦେବୋରା
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.