Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 14-03-2021 (Kids Special)
Share:

By Village Missionary Movement

Sunday, 14-Mar-2021

ଆଜିର ବାକ୍ୟ (Oriya) 14-03-2021 (Kids Special)

ତୃପ୍ତି ହୋଇ ରୁହନ୍ତୁ 

“ଈଶ୍ୱରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ;” - ୧ ତୀମଥି 6:6

ଜଣେ ରାଜା ତାଙ୍କର ଦେଶକୁ ଉତ୍ତମ ଶାସନ କରୁଥାଏ !ତାଙ୍କୁ ଉତ୍ତମ ଉପଦେଶ ଦେବାକୁ ଜଣେ ମନ୍ତ୍ରୀ ଥିଲା !ମନ୍ତ୍ରୀଙ୍କର ଶ୍ରେଷ୍ଠ ଉପଦେଶ ଓ ଆଲୋଚନା ଦ୍ଵାରା ରାଜା ଦେଶକୁ ଉତ୍ତମ ଶାସନ କରି ଆସିଲା !

ସେହି ମନ୍ତ୍ରୀର ଜଣେ ସାନ ଭାଇ ଥିଲା !ସେହି ଭାଇ ଅପାଠୁଆ, ଦୁରାଆଶା ହୋଇ ଚାଷ କାମ କରୁ ଥାଏ !ସେ ତାଙ୍କର ମନ୍ତ୍ରୀ ହୋଇ ଥିବା ଭାଇଙ୍କୁ କହିଲା, ତୁମେ ବହୁତ ବର୍ଷ ହେଲା ମନ୍ତ୍ରୀ ପଦରେ ଅଛ, କିନ୍ତୁ ମୁଁ ଜମିରେ ଚାଷ କାମ କରି କଠିନ ପରିଶ୍ରମ କରୁଛି !କେବଳ ତିନି ଦିନ ମାତ୍ର ମୁଁ ମନ୍ତ୍ରୀରେ ରହିବାକୁ ଆଶାକରୁଛି !ତୁମେ ମୋର ଜମି ତିନି ଦିନ ଦେଖ !ମନ୍ତ୍ରୀ ମଧ୍ୟ ତାଙ୍କର ଭାଇର ମନବାଞ୍ଚାକୁ ରାଜାଙ୍କୁ କହିଲେ !ରାଜାଙ୍କର ଆଉ କିଛି ଉପାୟ ନ ଥିବାରୁ ମନ୍ତ୍ରୀଙ୍କର ମନବାଞ୍ଚାକୁ ଅନୁମତି ଦେଲେ !ମନ୍ତ୍ରୀଙ୍କର କୃଷକ ଭାଇ ରାଜ ଭବନକୁ ଆସି ମନ୍ତ୍ରୀ ରୂପେ ପରିଧାନ କଲା !

ରାଜା ସେହି ନୂଆ ମନ୍ତ୍ରୀଙ୍କି ଦେଖି କହିଲେ, ଶଗଡ଼ ଗାଡି ଶବ୍ଦ ଆସୁଛି ତ ? ତତକ୍ଷଣି ନୂଆ ମନ୍ତ୍ରୀ ବାହାରକୁ ଯାଇ ଦେଖି ଆସି, ରାଜାଙ୍କୁ କହିଲେ, ହଁ ରାଜା ଶଗଡ଼ ଗାଡ଼ିଗୁଡିକ ଆସୁଛି !ସଂଗେ ସଂଗେ ରାଜା ପ୍ରଶ୍ନ କଲା, କେତୋଟି ଶଗଡ଼ ଆସୁଛି, କେଉଁଠୁ ଆସୁଛି, କଣ ଦ୍ରବ୍ୟ ଆଣୁଛନ୍ତି  ? ତେବେ ସେହି ନୂଆ ମନ୍ତ୍ରୀ ରାଜାଙ୍କୁ ଓଲଟା ପ୍ରଶ୍ନ କଲା, ମୁଁ କେମିତି କହି ପାରିବି ? ରାଜାଙ୍କର ଭବନ ନିଃଶବ୍ଦ ହୋଇ ଗଲା !ସେହି ସମୟରେ ବଡ଼ ଭାଇ ଯେକି ମନ୍ତ୍ରୀ ଥିଲା ସେ ଆସିଲା, ଏବଂ କହିଲା, ରାଜା 38ଟି ଶଗଡ଼, ଗୋଟିଏ ଶଗଡ଼ରେ ଦଶଟି ବସ୍ତା ହିସାବରେ ମୋଟ 380ଟି ବସ୍ତା ରଖା ଯାଇଛି, ଏହା ଆମ ପଡୋଶୀ ରାଜ୍ୟ ରାଜା ଆପଣଙ୍କୁ ତାହା ପଠାଇ ଛନ୍ତି, ଏହା କହିବା କ୍ଷଣି ରାଜାଙ୍କର ରାଗ ଶାନ୍ତି ହୋଇ ମୁଖରେ ଖୁସି ଆସିଲା !

ଭାଇ ଦେଖିଲା, ରାଜା ଏହି ମହାନ ଦାୟିତ୍ୱବାନ ପଦ ମୋର ଦରକାର ନାହିଁ, ଯୋଗ୍ୟତା ଓ ଜ୍ଞାନୀବାନ ମୋର ବଡ଼ଭାଇକୁ ହିଁ ଦେଇ ଦିଅନ୍ତୁ, ମୋତେ ଚାଷ କାମ ହିଁ ଯଥେଷ୍ଟ, ଯୋଗ୍ୟତା ଠାରୁ ଅଧିକ ଆଶା ନ କରି, ତୃପ୍ତିରେ କିପରି ଜୀବନ ଯାପନ କରିବାକୁ ହେବ ମୁଁ ଶିଖି ପାରିଲି, ମୋତେ କ୍ଷମା କରନ୍ତୁ,  ଭାଇକୁ ମନ୍ତ୍ରୀ ଗର୍ବିତ ହୋଇ ପଠାଇଲେ !

ମୋର ପ୍ରିୟ ଭାଇ ଓ ଭଉଣୀମାନେ ଦୂରାଆଶା ସବୁବେଳେ ନଷ୍ଟ  ହିଁ ଆଣିଦିଏ ! ତୁମ୍ଭଙ୍କୁ ଥିବା ଘର, ସେଲଫୋନ, ପୋଷାକ ପିତାମାତା ସମସ୍ତ ଯୀଶୁ ହିଁ ଦେଇଛନ୍ତି !ଛି ଏହା ଭଲ ନାହିଁ ବୋଲି ସବୁବେଳେ ଅନ୍ୟ ମାନଙ୍କ ଠାରେ ଥିବା ଦେଖିବା ବେଳେ ଏହା ଭଲ ଥିବ ବୋଲି ଆଲୋଚନା କରନ୍ତୁ ନାହିଁ !ଆପଣଙ୍କ ଠାରେ ଥିବା ଦ୍ରବ୍ୟ ଯଥେଷ୍ଟ ବୋଲି ଜୀବନ ଯାପନ କରିବାକୁ ଶିଖିଲେ,  ଯୀଶୁ ବାପା ଖୁସି ହେବ !ଓକେ ତ !

         ଶ୍ରୀମତୀ ଲିଭନୋନ ରାଜ କୁମାର

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice