By Village Missionary Movement
Tuesday, 27-Jun-2023ଆଜିର ବାକ୍ୟ (Oriya) 27-06-2023
ପ୍ରଭୁ ଅନ୍ଧକାରକୁ ପରିବର୍ତ୍ତନ କରନ୍ତି
“ଯେଣୁ ତୁମ୍ଭେ ମୋ’ ପ୍ରଦୀପ ଜ୍ୱଳାଇବ; ସଦାପ୍ରଭୁ ମୋ’ ପରମେଶ୍ୱର ମୋ’ ଅନ୍ଧକାରକୁ ଆଲୁଅମୟ କରିବେ” - ଗୀତସଂହିତା 18:28
ଇଂଲଣ୍ଡ ଦେଶରେ ଜନ୍ମ ହୋଇଥିବା ଜନ୍ ବୁନିୟନ୍ ଦାରିଦ୍ର୍ୟ ହେତୁ ତାଙ୍କ ଶିକ୍ଷା ପାଇଁ ଅସମର୍ଥ ହୋଇ ବାସନ ବିକ୍ରେତା ଭାବରେ କାର୍ଯ୍ୟ କରିଥିଲେ ! ସେ ଯୌବନରେ ଖରାପ ଅଭ୍ୟାସ ସହିତ ବଢ଼ିଥିଲେ ! ସେ ମିଛ କହୁଥିଲେ, ଅନ୍ୟମାନଙ୍କୁ ପ୍ରତାରଣା କରିଥିଲେ ଏବଂ ପ୍ରାଚୀନମାନଙ୍କୁ ଅସମ୍ମାନ କରିଥିଲେ ! ସେ ଉଣେଇଶ ବର୍ଷ ବୟସରେ ଜଣେ ଖ୍ରୀଷ୍ଟିଆନ ଝିଅକୁ ବିବାହ କରିଥିଲେ !ସେ ଝିଅଟି ସର୍ବଦା ଖ୍ରୀଷ୍ଟଙ୍କ ବିଷୟରେ କଥା ହେଉଥାଏ,ଯୋହନ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବାକୁ ଦିନେ ବାଇବଲ ପଢ଼ିବାକୁ ଆରମ୍ଭ କଲେ ! ତାଙ୍କ ଜୀବନର ଥିବା ଅନ୍ଧକାର ବଦଳିବାକୁ ଲାଗିଲା ! ଦିନେ ପରେ ସେ ଅସୁସ୍ଥ ହୋଇପଡି ମାର୍ଟିନ୍ ଲୁର୍ଥରଙ୍କ ପୁସ୍ତକ ପଢି ନିଜକୁ ଖ୍ରୀଷ୍ଟଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ କଲେ !
ସେହି ଦିନମାନଙ୍କରେ, ଇଂଲାଣ୍ଡ ଦେଶରେ ଏକ ନିୟମ ଥିଲା ଯେ କେବଳ ପାଳକମାନେ ହିଁ ସୁସମାଚାର ପ୍ରଚାର କରିବା ଉଚିତ୍ ! ଏହା ଜାଣି ଜନ୍ ବୁନିୟନ୍ବି,ବିଶ୍ୱାସ କଲେ ଯେ ମନୁଷ୍ୟମାନଙ୍କୁ ମାନିବା ଅପେକ୍ଷା ପରମେଶ୍ୱରଙ୍କ କଥା ମାନିବା ଭଲ ! ସେ ସବୁଆଡେ ଯାଇ ସୁସମାଚାର ପ୍ରଚାର କଲେ ! ଏଥିପାଇଁ ତାଙ୍କୁ କାରାଗାରରେ ବନ୍ଧୀ କରାଯାଇଥିଲା ! ସେ କାରାଗାରରେ ମଧ୍ୟ ସୁସମାଚାର ପ୍ରଚାର କରିଥିଲେ ! ସେ ଜେଲରେ ଥିବାବେଳେ ତାଙ୍କର ମ୍ୟାଗ୍ନୁମ୍ ଅପସ୍ “ମୋକ୍ଷ ପ୍ରାୟନାଂ ” ନାମକ ଏକ ଉତ୍ତମ ପୁସ୍ତକ ଲେଖିଥିଲେ ! ସେ 43 ବର୍ଷ ବୟସରେ କାରାଗାରରୁ ମୁକ୍ତ ହୋଇଥିଲେ ! ସେ ୫୯ ବର୍ଷ ବୟସ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିଥିଲେ ! ଏହି ସମୟରେ ସେ ନିଜ ହୃଦୟରେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ତାଙ୍କ ପାପର ଅନ୍ଧକାର ସଫା ହେଲା ! ସେ ଜଗତକୁ ଆଲୋକ ଦେବା ଆରମ୍ଭ କଲେ !
ହଁ ପ୍ରିୟ ବନ୍ଧୁଗଣ,ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ଆଲୋକକୁ ଅନୁସରଣ କରୁ, ଆମ ଭିତରେ ଥିବା ଅନ୍ଧକାର ଆମଠୁ ଦୂର ହୋଇ ଏବଂ ଆମେ ପ୍ରଭୁଙ୍କ ନିକଟରେ ଦୃଢ଼ ରହିବା ! ଯଦି ଆମେ ଏକ ଆଲୋକିତ ଅଞ୍ଚଳରେ ଆଲୋକ ଆଡକୁ ଯିବା, ଆମର ଛାୟା ଆମକୁ ଅନୁସରଣ କରିବ ! ଯଦି ଆମେ ଆଲୋକଠାରୁ ଦୂରେଇ ଯିବା, ଛାଇ ଆମ ସମ୍ମୁଖକୁ ଆସିବ ! ଠିକ୍ ସେହିପରି ଭାବରେ, ଯଦି ଆମେ ଖ୍ରୀଷ୍ଟଙ୍କ ଆଲୋକକୁ ଫେରିବା, ତେବେ ଆମ ଭିତରେ ପାପର ଅନ୍ଧକାର ଦୂର ହୋଇଯିବ ! ଯୋହନ:-8:12 ର ବାଇବଲରେ ମଧ୍ୟ ଯୀଶୁ କହିଥିଲେ, "ମୁଁ ଜଗତର ଜ୍ୟୋତିଃ; ଯେ ମୋହର ଅନୁଗମନ କରେ, ସେ କେବେ ହେଁ ଅନ୍ଧକାରରେ ଭ୍ରମଣ କରିବ ନାହିଁ, ବରଂ ଜୀବନର ଜ୍ୟୋତିଃ ପାଇବ ।" ମାଥିଉ:-5:16 ରେ କୁହେ,ସେହି ପ୍ରକାରେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ ! ଆମର ଆଲୋକ ଅନ୍ୟମାନଙ୍କ ଜୀବନକୁ ନବୀକରଣ କରିବ ! ଆମେନ୍ !
- ଶ୍ରୀମତୀ ଦିବ୍ୟା ଆଲେକ୍ସ
ପ୍ରାର୍ଥନା ଅନୁରୋଧ :-
ଆମ କ୍ୟାମ୍ପସରେ ରହୁଥିବା ଅବସରପ୍ରାପ୍ତ ମିଶନାରୀମାନଙ୍କର ଶାରୀରିକ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.