By Village Missionary Movement
Monday, 12-Jun-2023ଆଜିର ବାକ୍ୟ (Oriya) 13-06-2023
ଅପେକ୍ଷା କରି ରହିବା
“ଆଶାସିଦ୍ଧିର ବିଳମ୍ବ ମନର ପୀଡ଼ାଜନକ; ମାତ୍ର ବାଞ୍ଛାର ସିଦ୍ଧି ଜୀବନ-ବୃକ୍ଷ ସ୍ୱରୂପ।“ - ହିତୋପଦେଶ 13:12
ଆମ ଇଚ୍ଛାର ବିରୋଧୀ କାର୍ଯ୍ୟ ହେଉଛି ଅପେକ୍ଷା କରି ରହିବା !କିଛି ଆଶୀର୍ବାଦ ନିମନ୍ତେ ଆମ୍ଭେ ଅନେକ ଦିନରୁ ପ୍ରାର୍ଥନା କରୁଥିଲେ ମଧ୍ୟ, ତାହା ଆମକୁ ନମିଳିବା ଯୋଗୁ ଦୁଃଖ ଲାଗେ !ତାପରେ ସେହି କାର୍ଯ୍ୟ ନିମନ୍ତେ ପ୍ରାର୍ଥନା କରିବା ଛାଡି ଦେଉ !କାର୍ଯ୍ୟ ନିମନ୍ତେ, ବିବାହ ନିମନ୍ତେ, ଗୃହ ନିର୍ମାଣ ନିମନ୍ତେ, ସନ୍ତାନମାନଙ୍କ ନିମନ୍ତେ ଏପରି ଅନେକ କାର୍ଯ୍ୟ ନିମନ୍ତେ ଅପେକ୍ଷାରେ ଥିବାବେଳେ ଆମକୁ ନିରୁଉତ୍ସାହ ସୃଷ୍ଟି ହୁଏ !କିନ୍ତୁ ଯୀଶୁଙ୍କୁ ଗ୍ରହଣ କରିଥିବା ଆମ୍ଭେ ଯେକୌଣସି ବିଷୟରେ ମଧ୍ୟ ନିରୁଉତ୍ସାହ ପାଇବା ଆବଶ୍ୟକତା ନାହିଁ !ବାଇବଲରେ ଅନେକ ଦିନ ଅପେକ୍ଷା କରି ଥିବା ବ୍ୟକ୍ତିଗଣ, ଅତ୍ୟଧିକ ଆଶୀର୍ବାଦ ପାଇଥିବା ଦେଖି ପାରିବା !
ହାନ୍ନା ନିଃସନ୍ତାନ ହୋଇ ଥିଲା !ସ୍ୱାମୀ ତାଙ୍କ ପ୍ରତି ପ୍ରେମରେ ଥିଲେ ମଧ୍ୟ, ତାହାର ଦ୍ୱିତୀୟ ପତ୍ନୀ ପେନିନା, ହାନ୍ନାଙ୍କୁ ଅନେକ କଟୁ ବାକ୍ୟ ଦ୍ଵାରା, ସେ ହିଂସା କରୁଥିବା କାର୍ଯ୍ୟ ମାଧ୍ୟମରେ ହାନ୍ନାଙ୍କୁ ଆଘାତ ହେଉଥାଏ !ସେ ତାହାର ମନର ଦୁଃଖକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରି, ପ୍ରାର୍ଥନା କଲା !ତାହାଙ୍କୁ ଦୟା ଦେଖାଇ ଥିବା ପରମେଶ୍ୱର ତାହାଙ୍କୁ ପ୍ରିୟ ପୁତ୍ର ହୋଇଥିବା ଶାମୂଏଲଙ୍କୁ ଦେଲେ !ସେ ଇଶ୍ରାଏଲ ଦେଶକୁ ପ୍ରଭକ୍ତା ଭାବରେ, ରାଜମାନଙ୍କୁ ଅଭିଷେକ କରିବା ବ୍ୟକ୍ତି ଭାବରେ ଏବଂ ଲୋକଙ୍କର ବିଚାରପତି ରୂପେ ରହିଲା !
ରିବିକା କୋଡିଏ ବର୍ଷ ନିଃସନ୍ତାନ ହୋଇଥିଲା !ବହୁବର୍ଷ ଅପେକ୍ଷାରେ ଥିବା ପରେ ତାହାଙ୍କୁ ପରମେଶ୍ୱର ଏଶୌ ଓ ଯାକୁବ ନାମକ ଯାଆଁଳା ସନ୍ତାନ ଦେଲେ !ଦୁଇଜଣ ବହୁଗୋଷ୍ଟି ରୂପେ ତାହାଙ୍କ ଗର୍ଭରେ ଜନ୍ମ ହେଲେ !ତାହାଙ୍କ ବଂଶ ଯାକୁବଙ୍କ ଠାରୁ ଯିହୂଦା, ଯିହୂଦାଙ୍କ ବଂଶ ଠାରୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ହେଲା !
ତଦ୍ରୁପ ଅନେକ ବର୍ଷ ନିଃସନ୍ତାନ ହୋଇ ରହିଥିବା ମାନହଙ୍କ ସ୍ତ୍ରୀ ଶକ୍ତିଶାଳୀ ଶାମଶୋନଙ୍କୁ ଜନ୍ମ କଲା !ସେ ଇଶ୍ରାଏଲଙ୍କୁ ଫିଲିପିୟମାନଙ୍କ ହସ୍ତଠାରୁ ଉଦ୍ଧାର କଲା !ନୂତନ ନିୟମରେ ଯିଖରୀୟ, ଏଲିଯାବେଥ ପରିବାର ବୃଦ୍ଧ ହେବା ପର୍ଯ୍ୟନ୍ତ ଅପେକ୍ଷାରେ ରହି, ସେହି ବୃଦ୍ଧ ଅବସ୍ଥାରେ ଗର୍ଭଧାରଣ କରି ବାପ୍ତିସ୍ମ ଦେଇଥିବା ଯୋହନଙ୍କୁ ଜନ୍ମ କଲେ !ସେ ଯୀଶୁଖ୍ରୀଷ୍ଟଙ୍କ ପୂର୍ବରୁ ପଥ ସଳଖ କରି, ଲୋକଙ୍କୁ ସ୍ୱର୍ଗ ରାଜ୍ୟ ପ୍ରତି କଢାଇ ନେଇଥିବା ପ୍ରଭକ୍ତା ହୋଇ ରହିଥିଲେ !
ଆମ୍ଭେମାନେ ମଧ୍ୟ ଅନେକ କାର୍ଯ୍ୟ ନିମନ୍ତେ ଅପେକ୍ଷାରେ ରହି ନିରୁଉତ୍ସାହ ନହୋଇ, ପ୍ରଭୁଙ୍କର ନିମନ୍ତେ ସହନ ସହିତ ଜାଗି ରହିବା !ଯିଶାଇୟ:- 40:31 ବାକ୍ୟ ଅନୁସାରେ,ସଦାପ୍ରଭୁ ଆମକୁ ନୁଆଁ ନୁଆଁ ବଳ ଯୋଗାଇବେ !ଆମ୍ଭ ଜୀବନ ଦୌଡରେ କ୍ଲାନ୍ତ ନହୋଇ ଦୌଡିବାକୁ ସଦାପ୍ରଭୁ ଆମକୁ ବଳ ଦେବେ !ଆଶା କରିଥିବା କାର୍ଯ୍ୟ ଜୀବନ ବୃକ୍ଷ କହିବା ସଦୃଶ୍ୟ ପ୍ରଭୁ ମହାନ ଆନନ୍ଦ, ମହାନ ଶାନ୍ତି ଆମ ଜୀବନରେ ଦୟା କରିବେ ! ଆମର ଅପେକ୍ଷାରେ ଥିବା କାର୍ଯ୍ୟ ଗୁଡିକୁ ସଦାପ୍ରଭୁ ଜୀବନ୍ତ ବୃକ୍ଷ ସଦୃଶ୍ୟ ପରିବର୍ତ୍ତନ କରନ୍ତୁ !
- ଶ୍ରୀମତୀ ଭୁବାନା ଧାନାବାଲାନ୍
ପ୍ରାର୍ଥନା ଅନୁରୋଧ :-
ଉତ୍ତର ଭାରତ ଦେଶରେ ସେଵାକାର୍ଯ୍ୟ କରୁଥିବା ମିଶିନାରୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.