Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 10-06-2023
Share:

By Village Missionary Movement

Saturday, 10-Jun-2023

ଆଜିର ବାକ୍ୟ (Oriya) 10-06-2023

 

ସର୍ବଦା ପ୍ରାର୍ଥନା କର

 

“କ୍ଲାନ୍ତ ନ ହୋଇ ସର୍ବଦା ପ୍ରାର୍ଥନା କରିବା ଯେ କର୍ତ୍ତବ୍ୟ, ଏହି ବିଷୟରେ ଯୀଶୁ ଶିଷ୍ୟମାନଙ୍କୁ ଦୃଷ୍ଟାନ୍ତ ଦେଇ କହିଲେ!” - ଲୂକ 18:1

                 

ପରମେଶ୍ୱର ନିରୁଉତ୍ସାହିତଙ୍କୁ ଶକ୍ତି ଦିଅନ୍ତି !ନିରୁଉତ୍ସାହିତ ହୋଇଥିବା ଦୁଇଜଣ ସହିତ ପରମେଶ୍ୱର କଥା ହେଉଛନ୍ତି !ଏଲିଆ ସହ କଥାବାର୍ତ୍ତା ହେବାବେଳ ବାଳଦେବତାଙ୍କ ସମୁଖରେ ଆଣ୍ଠୁପାତି ନଥିବା ୭000 ଲୋକଙ୍କୁ ମୁଁ ସଂରକ୍ଷଣ କଲି ବୋଲି ଏଲିଆଙ୍କ ପ୍ରତି କରିଥିବା ଯୋଜନା ବିଷୟରେ କହୁଛନ୍ତି !ଏଲିଆ ନିରୁଉତ୍ସାହକୁ ବେଖାତିରି କରି, ଶକ୍ତି ପାଇ ପରମେଶ୍ୱରଙ୍କ ଯୋଜନାକୁ ସମ୍ପୂର୍ଣ୍ଣ କରିବାକୁ ଆଗକୁ ଆସିଲେ !ଯୁନାଶ ସହ ପରମେଶ୍ୱର କଥା ହେଉଛନ୍ତି !ତାହାଙ୍କ ନିରୁଉତ୍ସାହ ବାହାର ହେଲା କି ନାହିଁ ତାହା ଆମକୁ ଜଣା ନାହିଁ !ହଁ ପ୍ରଭୁଙ୍କର ସନ୍ତାନଗଣ,ଆମ୍ଭେ ମଧ୍ୟ ଆମେ ନିରୁଉତ୍ସାହିତ ହେଉଥିବା ପ୍ରତ୍ୟେକ ଥର ଇଶ୍ୱର ତାଙ୍କ ବାକ୍ୟ ଦ୍ଵାରା, ପ୍ରଭୁଙ୍କର ସନ୍ତାନ ଦ୍ଵାରା ଆମ୍ଭ ସହ କଥା ହୁଅନ୍ତି !ତାହାକୁ ଆମେ କର୍ଣ୍ଣପାତ କଲାବେଳେ, ପ୍ରଭୁଙ୍କର ଶକ୍ତିରେ ପରିପୂର୍ଣ୍ଣ ହୋଇ ପ୍ରଭୁଙ୍କର ନିମନ୍ତେ କାର୍ଯ୍ୟ କରିବା ଆରମ୍ଭ କରୁ !

           

ଅନେକ ସମୟରେ ଆମ୍ଭେ ପ୍ରାର୍ଥନାରେ ନିରୁଉତ୍ସାହିତ ହେଉଛୁ !କେବଳ ତପସ୍ୟା(ଲେଣ୍ଟ)କାଳରେ ହିଁ ଅତ୍ୟଧିକ ପ୍ରାର୍ଥନା କରୁଛୁ !ଉପବାସ କରୁଛୁ, ଦେବାଳୟକୁ ଯାଉଛୁ, ଆଉ ଚାଳିଶ ଦିନ ଶେଷ ହେଲା ପରେ ଏହି ସବୁ କମି ଯାଉଛି !ଏହାର କାରଣ ଏକ ପ୍ରକାର ଅତୃପ୍ତ !ଚାଳିଶ ଦିନ ପ୍ରାର୍ଥନା କରି କେତେକି ସାଧନ କରିଦେଲୁ ବୋଲି ଭାବନା କରୁଛୁ !କିନ୍ତୁ ମଣିଷମାନଙ୍କ ସମୁଖରେ ଠିଆ ହେବାକୁ, ଯୋଗ୍ୟ ବିବେକ ଭାବରେ ରହିବାକୁ ସର୍ବଦା ପ୍ରାର୍ଥନା କରିବା ଉଚିତ ବୋଲି କହନ୍ତି !ଆମ ଦୌଡ଼ ଶେଷ ହେବା ପର୍ଯ୍ୟନ୍ତ ପ୍ରାର୍ଥନା କରିବା ଉଚିତ !

             

ପ୍ରାର୍ଥନାରେ ନିରୁଉତ୍ସାହିତ ଆସେ !ତେଣୁକରି ବାଇବଲ ଆମକୁ ଉପଦେଶ କରେ,ଥକି ନଯାଇ ପ୍ରାର୍ଥନା କର !ଆମର ପ୍ରାର୍ଥନାକୁ ଉତ୍ତର ଡେରି ହେବାବେଳେ, ଅନେକ ବର୍ଷ ହେବ କିଛି ଉପକାର ନିମନ୍ତେ ଅପେକ୍ଷାରେ ଥିବା ବେଳେ, ସଦାପ୍ରଭୁ ଦେଇଥିବା ପ୍ରତିଜ୍ଞା, ନିଃଶବ୍ଦରେ ଥିଲା ପରି ଦେଖା ଦେବାବେଳେ, ଆମକୁ ନିରୁଉତ୍ସାହ ଅଧିକ ହୁଏ !କିନ୍ତୁ ପ୍ରଭୁ ଆଜିର ବାକ୍ୟ ମାଧ୍ୟମରେ କହନ୍ତି,କରୁଥିବା କାର୍ଯ୍ୟ,ପ୍ରାର୍ଥନାରେ କେବେବି ନିରୁଉତ୍ସାହିତ ହୁଅ ନାହିଁ !ନିଶ୍ଚୟ ତୁମ୍ଭ ପ୍ରାର୍ଥନାର ଉତ୍ତର ଥିବ ! ମୁଁ ସଠିକ ସମୟରେ ତୁମ୍ଭଙ୍କୁ ଉତ୍ତର ଦେବି !

     

ପ୍ରିୟ ପାଠକଗଣ,ତୁମ୍ଭେମଧ୍ୟ ନିରୁଉତ୍ସାହ ହୋଇ ପ୍ରାର୍ଥନାରୁ ଦୂରେଇ ହେବା ଉଚିତ ବୋଲି ଭାବନାରେ ଅଛ କି ? ନୁହେଁ.. ନୁହେଁ.. ମୋ ପ୍ରାର୍ଥନା ଶୁଣାଗଲା ନାହିଁ ବୋଲି ଅବିଶ୍ୱାସରେ ନିରୁଉତ୍ସାହ ହୋଇଛ କି ? ଏହା ମାଧ୍ୟମରେ ପ୍ରଭୁ ତୁମ୍ଭ ସହ କଥା ହେଉଛନ୍ତି, ତୁମ୍ଭେ ସର୍ବଦା ପ୍ରାର୍ଥନା କରିବା ଉଚିତ, ଏହା ହିଁ ତାହାଙ୍କ ଇଚ୍ଛା !ତୁମ୍ଭେ ମାଗୁଥିବା କାର୍ଯ୍ୟଗୁଡିକ, ସର୍ବଶକ୍ତି ଇଶ୍ୱରଙ୍କ ସମୁଖରେ, ତାହା ଏକ ସାଧାରଣ କାର୍ଯ୍ୟ ଅଟେ !ସଠିକ ସମୟରେ ତାଙ୍କ ଇଚ୍ଛାରେ ସେ ତୁମ୍ଭଙ୍କୁ କଢାଇ ନେବେ !ତାହାଙ୍କ ଇଚ୍ଛା ସବୁବେଳେ ମହାନ ଓ ଉପକାର ହୋଇଥିବ !ଆଜି ସର୍ବଦା ପ୍ରାର୍ଥନା କରିବାକୁ ସଫଥ ନେବା, ପରିଶ୍ରମ କରିବା,ବିଜୟୀ ହେବା !

- ଶ୍ରୀମତୀ ଆଣଭୂ ଜ୍ୟୋତି ଷ୍ଟାଲିନ

 

ପ୍ରାର୍ଥନା ଅନୁରୋଧ :-

ସୁସ୍ଥତା ଦେଉଥିବା ଆରାଧନାରେ ଅଂଶଗ୍ରହଣ କରୁଥିବା ସମସ୍ତେ ଅଦଭୂତ, ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡିକ ଏବଂ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al