By Village Missionary Movement
Tuesday, 23-May-2023ଆଜିର ବାକ୍ୟ (Oriya) 23-05-2023
ଶିଶୁଙ୍କ ନିମନ୍ତେ
"…ଗୋ ଯିରୂଶାଲମର କନ୍ୟାମାନେ, ମୋ' ନିମନ୍ତେ ରୋଦନ କର ନାହିଁ, ବରଂ ଆପଣା ଆପଣା ନିମନ୍ତେ ଓ ଆପଣା ଆପଣା ସନ୍ତାନମାନଙ୍କ ନିମନ୍ତେ ରୋଦନ କର !" - ଲୂକ 23:28
ଜନ୍ ସ୍କୁଡର୍ ଜଣେ ପ୍ରସିଦ୍ଧ ଆମେରିକୀୟ ଚିକିତ୍ସକ ଥିଲେ। କିନ୍ତୁ ସେ ନିଜର ପ୍ରାକୃତିକ ସୁଯୋଗ ଛାଡି ପରିବାର ସହ ମିଶନାରୀ ଭାବରେ କାର୍ଯ୍ୟ କରିବାକୁ ଭାରତ ଆସିଥିଲେ। କେବଳ ସେ ନୁହଁନ୍ତି, ତାଙ୍କର ନଅ ଜଣ ପିଲା ଉତ୍ତର ଭାରତରେ ମିଶନାରୀ ଭାବରେ କାର୍ଯ୍ୟ କରିଥିଲେ। ପ୍ରାୟ ୬00 ବର୍ଷ ଧରି ଗୋଟିଏ ସ୍କୁଡର୍ ପରିବାର ଭାରତରେ ସେବା କରିଆସୁଛନ୍ତି |
ଥରେ ଜଣେ ବନ୍ଧୁ ସ୍କୁଡଙ୍କୁ ପଚାରିଲା , ତୁମ ପରିବାର ସେଵା କରିବାର ରହସ୍ୟ କ'ଣ ?ସେବେ ସ୍କୁଡର କ'ଣ କହିଲେ ଜାଣିଛ କି, ମୋ ସ୍ତ୍ରୀ ଜଣେ ପ୍ରାର୍ଥନା ମାଆ ହୋଇ ରହିବା !ତାହାଙ୍କ ପ୍ରାର୍ଥନା ଜୀବନ ମାଧ୍ୟମରେ ଶିଶୁମାନେ ପରିତ୍ରାଣ ପାଉଛନ୍ତି !ମୋ ସନ୍ତାନ ମାନଙ୍କ ଜନ୍ମ ଦିନରେ, ସେ ସେହି ଦିନ ସାରା ପ୍ରାର୍ଥନାରେ ବିତାଏ !ସେହି ଦିନଟି ବିଶେଷ ଭାବେ ପିଲାମାନଙ୍କ ପରିତ୍ରାଣ, ପାଠ ନିମନ୍ତେ, ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ, ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କରନ୍ତି !
ହେ ମୋର ମାତାଗଣ ,ଏପରି ଏକ ସାକ୍ଷୀ ଆପଣ ମାନଙ୍କ ନିମନ୍ତେ କହିବାକୁ ହେଉଛି !ଜୀବନର ଯେକୌଣସି ପରିସ୍ଥିତିରେ ମାଆ ହିଁ ସ୍ଥାୟୀ ଅଟେ !ଜନ ବିଶଲ୍ଲୀ, ଅବ୍ରାହମ ଲିଙ୍କନ, ଏମାନେ ମହାନ ନେତା ଭାବରେ ଜୀବନଯାପନ କରିବାର କାରଣ ହେଉଛି, ସେମାନଙ୍କର ମାତା ପ୍ରଭୁଙ୍କର ଭକ୍ତିରେ ପରିପୂର୍ଣ୍ଣ ହୋଇ ପ୍ରାର୍ଥନାରେ ଜୀବନ ଯାପନ କରିଥିଲେ !ଆଜି ଆମେ ଓ ଆମର ସନ୍ତାନମାନେ ଆଜ୍ଞାଧିନ ନ ହେବା, ଭଲ ରୂପେ ପାଠ ନ ପଡ଼ିବା, ଦୁଷ୍ଟ ଅଭ୍ୟାସ, ଏପରି ମନ୍ଦରୁ ପରିବର୍ତ୍ତନ ନିମନ୍ତେ, ଅନେକ ପ୍ରାର୍ଥନା ଗୁଡିକ ଲେଖି, ସେବକ ମାନଙ୍କ ନିକଟକୁ ପଠାଇ, ଆମେ ଆମର ପଡୋଶୀ ମାନଙ୍କ ସହିତ ଅବା ବନ୍ଧୁବାନ୍ଧବ ମାନଙ୍କ ସହ ଏପରି ସନ୍ତାନ ମାନଙ୍କ ବିଷୟରେ ଜଣାଇ ଆଖିରୁ ଲୁହ ଝରାଇବା ଛଡା "ପ୍ରଭୁଙ୍କ ଠାରେ କେତେ ଘଣ୍ଟା ପ୍ରାର୍ଥନା କରୁଛୁ" ? କେବଳ ଗୋଟିଏ ଦିନ ସେଥିପାଇଁ ସମୟ ବାହାର କରି, ଉପବାସ ସହିତ, ତାଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ କି ?
ଜଣେ ପ୍ରଭୁଙ୍କର ଦାସ ସାକ୍ଷ୍ୟ ଦେଇ କହିଲେ, ମୁଁ ଯେତେବେଳେ ଛୋଟ ଶିଶୁ ଥିଲି ସେବେ ମୋ ମାଆ ପ୍ରତ୍ୟେକ ଦିନ ସକାଳୁ ପାଞ୍ଚ ଘଣ୍ଟା ସମୟରେ ଉଠି, ମୋ ଭାଇ ଓ ଭଉଣୀ ମାନେ ଶୋଇଥିବା ସମୟରେ ଆମ ନିକଟକୁ ଆସି, ଆମ ମସ୍ତକ ଉପରେ ହସ୍ତ ରଖି ପ୍ରାର୍ଥନା କରେ !ତାହାର ଫଳ ସ୍ୱରୂପ ଆଜି, ଆମେ ସମସ୍ତେ ପ୍ରଭୁଙ୍କୁ ଭୟ କରି, ସମାଜର ଉର୍ଦ୍ଧରେ ପ୍ରଭୁଙ୍କର ସେବା କାରୀ ରୂପେ ରହିଛୁ !ହଁ ମାଆମାନେ ତୁମର ସନ୍ତାନ ମାନଙ୍କ ଅଭ୍ୟାସ ନିମନ୍ତେ, ପାଠ ନିମନ୍ତେ, ଉତ୍ତମ ଚାକିରୀ ନିମନ୍ତେ, ସେମାନଙ୍କ ବିବାହ ନିମନ୍ତେ ଯେକୌଣସି ଛୋଟ କାର୍ଯ୍ୟ ନିମନ୍ତେ ହେଉ ପ୍ରଭୁଙ୍କୁ ଜଣାଅ !ପ୍ରଭୁଙ୍କୁ ପ୍ରଥମେ ଜଣାଇବା ବେଳେ, ସେ ସମସ୍ତ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହୋଇ ଅଛନ୍ତି !
- ଶ୍ରୀମତୀ ଜାବା ଡେଭିଡ ଗାଣେଶାନ୍
ପ୍ରାର୍ଥନା ଅନୁରୋଧ :-
ହସପିଟାଲ ସେବାକାର୍ଯ୍ୟରେ ଆମେ ସାକ୍ଷାତ କରୁଥିବା ରୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥତା ପାଇବା ନିମନ୍ତେ ପ୍ରାର୍ଥନା କରନ୍ତୁ !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.