By Village Missionary Movement
Thursday, 18-May-2023ଆଜିର ବାକ୍ୟ (Oriya) 18-05-2023
ମିରାଜ
“ତୁମ୍ଭମାନଙ୍କର ମୃଦୁପଣ ସମସ୍ତ ଲୋକଙ୍କ ନିକଟରେ ପ୍ରକାଶିତ ହେଉ। ପ୍ରଭୁ ନିକଟବର୍ତ୍ତୀ!” - ଫିଲିପ୍ପୀୟ 4:5
ଏକ ଗ୍ରୀଷ୍ମଋତୁରେ ଦୃଷ୍ଟିଗୋଚର ସମସ୍ତ ସ୍ଥାନ ଜଳ ନ ପାଇ ଏକ ହରିଣ ଛଟପଟ ହେଉଛି ! ଏହା ଏଠାରେ ଏବଂ ସେଠାରେ ଜଳ ଖୋଜିଲା ! ଜଳ ଖୋଜୁ ଥିବା ତାହାର ଆଖିରେ ଏକ ଜଳ କୂପ ଦେଖାଗଲା !ହରିଣଟି ଜଳକୁ ଦେଖି ଦୌଡିଲା ! ନିକଟକୁ ଯାଇ ଦେଖିଲା ତାହା କେବଳ ମାଟିକୁ ହିଁ ଦେଖି ନିରୁଉଚ୍ଚାହିତ ହେଲା ! ହାୟ ,ଏହା ଏକ ମିରାଜ୍ ଥିଲା !ହଁ ଉତ୍ତାପ ଯୋଗୁଁ ବାୟୁରେ ଘଟୁଥିବା ପରିବର୍ତ୍ତନ ଯୋଗୁଁ ଏହା ଦେଖାଯାଏ !
ବାଇବଲରେ ମଧ୍ୟ ଏପରି ଏକ ଘଟଣା ଘଟିଅଛି ! ଯୀଶୁ ଯେତେବେଳେ ସେବାକାର୍ଯ୍ୟ କରୁଥିବା ବେଳେ , ଦୂରରୁ ଏକ ଡିମ୍ବିରି ଗଛ ଦେଖିଲେ ଏବଂ ଫଳ ଆଶାକରି ଏହା ନିକଟକୁ ଗଲେ, କାରଣ ଗଛ ସବୁଜ ଓ ସୁନ୍ଦର ଥିଲା ! ହାୟ , ସେ କୌଣସି ଫଳ ପାଇଲେ ନାହିଁ କିନ୍ତୁ ପତ୍ର ଛାଡି ଅଭିଶାପ ଦେଲେ !
ଅଧିକାଂଶ ସମୟ ଆମ ଜୀବନ ମଧ୍ୟ ଏହି ମିରାଜ୍ ପରି ଖାଲି ! ବେଳେବେଳେ ଆମେ ବାହାରୁ ସେହି ଡିମ୍ବିରି ଗଛ ପରି ସୁନ୍ଦର ଦେଖାଯଉ ! ଦିନେ ଆମେ ହୁଏତ ଏକ ଫଳପ୍ରଦ ବ୍ୟକ୍ତି ପରି ଦେଖାଯିବା ଏବଂ ଆମର ବନ୍ଧୁ, ସମ୍ପର୍କୀୟ, ପଡ଼ୋଶୀ ଏବଂ ଚର୍ଚ୍ଚର ଥିବା ବିଶ୍ୱାସୀମାନଙ୍କ ପାଇଁ ଏକ ଫଳପ୍ରଦ ହୋଇ ଥାଇ ପାରୁ !କିନ୍ତୁ ଆମର ପ୍ରକୃତ ଫଳହୀନ ଜୀବନ ସେମାନେ ଆମ ନିକଟକୁ ଆସି ଆମ ସହିତ ମିଶିବା ପରେ ପ୍ରକାଶ ପାଇବ !
ବିଶେଷକରି, ଆମେ ଆମର ଜୀବନସାଥୀ, ପିତାମାତା, ଶାଶୁଶଶୂର , ସନ୍ତାନ ମାନଙ୍କ ସହିତ , ଯେଉଁମାନେ ସର୍ବଦା ଆମ ସହିତ ଅଛନ୍ତି ସେମାନଙ୍କ ପ୍ରତି ଆମେ କିପରି ବ୍ୟବହାର କରିବୁ ? ସେମାନେ ଆମ ଭିତରେ ଫଳ ଦେଖନ୍ତି କି ? ଆମ ପରିବାର ଆମର ସାକ୍ଷୀ କହିପାରିବେ କି ? ଏକ ମିନିଟ୍ ପାଇଁ ଚିନ୍ତା କର ! ଯଦି ସେମାନେ ହଁ କୁହନ୍ତି , ତୁମର ଖ୍ରୀଷ୍ଟିଆନ ଯାତ୍ରା ଠିକ୍ ! ଯଦି ନୁହେଁ, ଆମ ଜୀବନ କପଟୀ ଅଟେ ! ଫଳହୀନ ଡିମ୍ବିରି ଗଛ ଏବଂ ମିରାଜ ପରି ଆମ ଜୀବନ ଉପଯୋଗୀ ହେବ ନାହିଁ ! ଚାଲ ଭାବିବା !
- ଶ୍ରୀମତୀ ଧଭାମାନୀ ଭାୟରାଭେଲ
ପ୍ରାର୍ଥନା ଅନୁରୋଧ:-
ଗେଥସମଣି କ୍ୟାମ୍ପସରେ ଘଟୁଥିବା ସମସ୍ତ ସେଵାକାର୍ଯ୍ୟ ଇଶ୍ବରଙ୍କ ଶକ୍ତି ପ୍ରକାଶ ପାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.