By Village Missionary Movement
Tuesday, 09-Mar-2021ଆଜିର ବାକ୍ୟ (Oriya) 09-03-2021
ବିବେକ ହୃଦୟ
“ହେ ସଦାପ୍ରଭୁ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର। “- ଗୀତସଂହିତା 119:169
ଗୋଟିଏ ସର୍କସରେ ଜୋକେରମାନେ ସମସ୍ତଙ୍କୁ ହସାଉ ଥାନ୍ତି ! ସମସ୍ତ ଲୋକମାନେ ନିଜକୁ ନିଜେ ଭୁଲିଯାଇ ସେମାନେ କରୁଥିବା କାର୍ଯ୍ୟକୁ, ଅଟହାସ୍ୟ କାମ ଦେଖି ଆନନ୍ଦିତ ହେଉଥାନ୍ତି !ହଠାତରେ ସେହି ସର୍କସର ମାଲିକ ଆଗକୁ ଆସି ସେହି ସର୍କସ ଘରେ ନିଆ ଜଳିଯାଉଛି, ତେଣୁ ସମସ୍ତେ ବାହାରକୁ ଯିବାକୁ କହି ଚିତ୍କାର କଲା !ମାତ୍ର ଲୋକମାନେ ଏହା ମଧ୍ୟ ଗୋଟିଏ ହାସ୍ୟାସ୍ପଦ କହି ଆଉ ଅଧିକ ହସିବାକୁ ଲାଗିଲେ !ସେହି ମାଲିକ ସମସ୍ତେ ବାହାରକୁ ଯିବାକୁ ଅନୁରୋଧ କଲା !ନିଆ ଜଳି ଜଳି ଆସୁଥାଏ !ତାପରେ ଲୋକମାନେ ବୁଝିବାକୁ ପାଇଲେ କି ଯେ, ଏହା ହସିବାକୁ ନୁହେଁ ଏହା ସତ ଅଟେ !ମାତ୍ର ଆଗରୁ ସେହି ସର୍କସ ଘରରେ ନିଆ ବ୍ୟାପିଯାଇ ଥିବାରୁ ଜୀବନରେ କମ ଲୋକ ହିଁ ବଞ୍ଚି ପାରିଥିଲେ !
ବାଇବଲରେ ଜଣେ ସୁଖୀ ଧନୀ ବ୍ୟକ୍ତିଙ୍କର ବିଷୟରେ ଲେଖା ଯାଇଛି !ତାଙ୍କର ଘର ଆଗର ଅଗଣାରେ କାଛୁ କୁଣ୍ଡିଆରେ ଭିକ ମାଗୁଥିବା ଲାଜାରଙ୍କ ଉପରେ ତାଙ୍କର ଦୟା ନ ଥିଲା !ତାଙ୍କୁ ସାହାଯ୍ୟ କରିବା ବିବେକ ହୃଦୟ ନ ଥିଲା !ମୃତ୍ୟୁ ପର୍ଯ୍ୟନ୍ତ ତାର ହୃଦୟ ବିନା ସ୍ବର୍ଷରେ ଥିଲା !ଦୁଇ ଜଣ ମୃତ୍ୟୁବରଣ କଲେ,ମାତ୍ର ଲାଜାର ସ୍ୱର୍ଗ ରାଜ୍ୟରେ, ଧନୀ ବ୍ୟକ୍ତି ଜଣକ ନର୍କରେ, ସେତେବେଳେ ଧନୀ ବ୍ୟକ୍ତିଙ୍କର ହୃଦୟରେ ବିବେକ ଆସିଲା !ସେହି ସମୟରେ ପୃଥିବୀରେ ବଞ୍ଚିଥିବା ତାଙ୍କ ଭାଇମାନଙ୍କ ନିମନ୍ତେ ଚିନ୍ତା କଲା !ତାଙ୍କ ନିମନ୍ତେ ଲାଜାରଙ୍କୁ ପଠାଅ ବୋଲି ମାଗୁଛି !ମାତ୍ର ତାହା ସମ୍ଭବ ହେଲା ନାହିଁ !
ଉପରେ ଆମେ ଦୁଇଟି ଘଟଣା ପଡିବା ବେଳେ ଅଳ୍ପ ଖୁସି ନିମନ୍ତେ ଲୋକମାନେ ହୃଦୟରେ ବିନା ସ୍ବର୍ଷ ଅଛନ୍ତି !ଧନୀ ବ୍ୟକ୍ତି ତାଙ୍କୁ ଧନ ଦେଇ ଥିବା ପ୍ରଭୁଙ୍କୁ ମନେ ନ ପକାଇ ହୃଦୟରେ ବିବେକ ନ ଥିବା ବ୍ୟକ୍ତି ଭାବରେ ମୃତ୍ୟୁବରଣ କରି, ସମାଧି ହେଲା !
ହଁ ମୋର ପ୍ରିୟ ବନ୍ଧୁଗଣ, ଆମକୁ ବିବେକର ହୃଦୟ ଦରକାର !ଆମକୁ ପୃଥିବୀରେ ବଂଚିବାକୁ ଦେଇ ଥିବା ଦିନ ବହୁତ ଅଳ୍ପ ଅଟେ !ସେହି ଦିନରେ ବିବେକ ହୃଦୟରେ ବଂଚିବା !ଆମ ନିକଟରେ ଥିବା ଲୋକମାନଙ୍କୁ ଆମର ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରି, ଆଗକୁ ବଢିବା !ସାହାଯ୍ୟ ନ କରି ରହିଲେ ବିନା ଆଦରଣରେ ରହି ଥିବା ଲୋକଙ୍କୁ ଯୀଶୁଖ୍ରୀଷ୍ଟଙ୍କ ପ୍ରେମକୁ କିପରି ବ୍ୟକ୍ତ କରିପାରିବା ? ବିନାଶ ଆସିଲା ବେଳେ ବିନା ବିବେକରେ ରହିଲେ, ଆସିବା ରାଗରୁ ଆମେ କିପରି ଖସି ପାରିବା !
- ଶ୍ରୀମତୀ ଶଶୀ କାଲା ଶିବା
ପ୍ରାର୍ଥନା କରନ୍ତୁ :-ଏହି ଦିନରେ ହେଉ ଥିବା ସହଯୋଗ ମିଶିନାରି ପ୍ରାର୍ଥନାରେ ଭାଗ ନେଉ ଥିବା ସେବକମାନଙ୍କ ନିମନ୍ତେ ପ୍ରାର୍ଥନା କରିବା !
ଏହି ପାଇବାର ପାଇଁ ଯୋଗାଯୋଗ ଆମ ସହ ଯୋଗାଯୋଗ କରନ୍ତୁ
ୱାଟସଫ ତାମିଲ ପାଇଁ : - 919444011864
ଇଂରାଜୀ ପାଇଁ : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ ପାଇଁ : -919361167117
Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.