Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 23-04-2023
Share:

By Village Missionary Movement

Sunday, 23-Apr-2023

ଆଜିର ବାକ୍ୟ (Oriya) 23-04-2023

 

ଯୀଶୁ ଥିଲେ ଯଥେଷ୍ଟ

 

“ଯେ ପୁତ୍ରଙ୍କୁ ପାଇଅଛି, ସେ ଜୀବନ ପାଇଅଛି; ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଇ ନାହିଁ, ସେ ଜୀବନ ହିଁ ପାଇ ନାହିଁ।“ - ୧ ଯୋହନ 5:12

 

ଗୋଟିଏ ସୁନ୍ଦର ଗାଁ'ରେ ରାଜୁ ନାମକ ଏକ ଛୋଟ ଭାଇ ଥିଲା !ତାର ବାପା ସେନାରେ ସୈନିକ ଭାବେ କାମ କରୁଥାଏ !ସେହି ଗାଁ'ରେ ତାଙ୍କୁ ସମସ୍ତେ ବହୁତ ସମ୍ମାନ କରନ୍ତି !ଦେଶକୁ ସୁରକ୍ଷା କରିବା ସୈନିକ ବୋଲି ଗାଁର ପ୍ରତ୍ୟେକ ଜଣ ସାଲୁଟ କରୁଥାନ୍ତି !ତାର ବାପାଙ୍କ ଠାରେ ଏକ ବନ୍ଧୁକ ଥିଲା !ରାଜୁ ସେହି ବନ୍ଧୁକ ନେବାକୁ ଚେଷ୍ଟା କରିବା ବେଳେ ତାର ବାପା ତାହାକୁ କହେ, ରାଜୁ ସେହି ବନ୍ଧୁକରେ ଥିବା ଗୁଳିଟି ବହୁତ ଶକ୍ତି ଅଟେ !ଏକ ବଡ଼ ହାତୀଟି ଯେତେ ଦୂରରେ ଥିଲେ ମଧ୍ୟ ତାହାକୁ ତଳେ ପକାଇ ଦେବା ଶକ୍ତି ଅଟେ !ତେଣୁକରି ତୁମେ ଏହାକୁ ଛୁଇବା ଉଚିତ ନୁହେଁ !

 

ଦିନେ ତାଙ୍କ ବାପାଙ୍କର ଛୁଟି ହେବାରୁ ପରିବାର ସହିତ ଭ୍ରମଣ ନିମନ୍ତେ ବାହାରିଲେ !ରାଜୁ ଅତିଆନନ୍ଦରେ ପ୍ରସ୍ତୁତ ହେଲା !କ'ଣ ପିଲାମାନେ ଭ୍ରମଣ କହିଲେ ତୁମ୍ଭମାନଙ୍କୁ ମଧ୍ୟ ଆଶା ଲାଗୁଚି କି ? ରାଜୁ ପ୍ରଥମେ ଯାଇ କାରରେ ବସିଲା !ସେତେବେଳେ ତାଙ୍କ ବାପା ପୁନର୍ବାର ତାଙ୍କୁ ଡାକି କହିଲା,ପ୍ରାର୍ଥନା କରିକି ଯିବା ଉଚିତ !ତୁମ୍ଭେମାନେ ମଧ୍ୟ କୁଆଡେ ଗଲେ ମଧ୍ୟ ପ୍ରାର୍ଥନା କରିକି ବାହାରିବା ଉଚିତ, ଓକେ ତ !ପ୍ରାର୍ଥନା କରି ବାହାରି, ପୁଣି ଗମ୍ୟସ୍ଥଳରେ ପହଞ୍ଚିବା କ୍ଷଣି ପୁନର୍ବାର ବାପା ପ୍ରାର୍ଥନା କଲେ !ବାପାଙ୍କ ହାତକୁ ଧରି ରାଜୁ ଚାଲୁଥାଏ !ସୌନ୍ଦର୍ଯ୍ୟ ଭରା ରଙ୍ଗବେରଙ୍ଗର ଫୁଲକୁ ଦେଖି ଆନନ୍ଦିତ ହୋଇ ରାଜୁ ବାପାଙ୍କୁ ପଚାରିଲା,ବାପା ତୁମେ ବଳବାନ ଓ ଧୌର୍ଯ୍ୟରେ ଅଛ, ସମସ୍ତେ ତୁମକୁ ଗୌରବ କରନ୍ତି, ହେଲେ କାହିଁକି ତୁମେ ସବୁବେଳେ ପ୍ରାର୍ଥନା କରୁଥାଅ ? ବାପା ହସିହସି କହିଲେ, ତାଙ୍କ ପାଖରେ ଥିବା ବନ୍ଧୁକକୁ କାଢି ସେଥିରେ ଥିବା ଗୁଳିକୁ ବାହାର କରିଦେଲେ !ତାହାକୁ ଫୁଲ ବଗିଚାରେ ଫିଙ୍ଗିଦିଅ କହିଲେ !ରାଜୁ ଠିକ ଅଛି କହି, ଗୁଲିକୁ ଫିଙ୍ଗି ଦେଲା !କିନ୍ତୁ କିଛି ହେଲା ନାହିଁ !ଯଦି ଏହି ଗୁଲିଟି ବନ୍ଧୁକରେ ଥିଲେ ତାହାର ପାୱାର କଣ ତୁମେ ଜାଣିଛ ତ ? ମୁଁ ଯେତେବେଳେ ପ୍ରାର୍ଥନା କରେ, ତେବେ ଯୀଶୁ ମୋ ନିକଟକୁ ଆସନ୍ତି !ମୋତେ ସାହାଯ୍ୟ କରନ୍ତି !ମୁଁ କରିବାକୁ ଯିବା କାମ ସବୁ ମୋତେ ଶିଖାନ୍ତି !ଗୁଳି ବନ୍ଧୁକ ଭିତରେ ଥିଲେ ହିଁ ତାହାର ଶକ୍ତି ଅତ୍ୟଧିକ ଥିବ !ତଦ୍ରୁପ ପ୍ରାର୍ଥନା ଯୀଶୁଙ୍କ ସହ ଏକତା କରି, ଶକ୍ତିଶାଳୀ ସୁପର ମେନ କହିଲେ !ରାଜୁ ପ୍ରାର୍ଥନାର ରହସ୍ୟ ଜାଣି ପାରିଲା !

 

ପ୍ରିୟ ପିଲାମାନେ, କେତେବଡ଼ ଗୌରବ ଅବା ସମ୍ପତି ଥିଲେ ମଧ୍ୟ ଯୀଶୁ ନ ଥିଲେ ସବୁକିଛି ଶୂନ ଅଟେ !କିଛି ନ ଥିଲେ ମଧ୍ୟ କେବଳ ଯୀଶୁ ହିଁ ଥିଲେ ଯାହାବି ସହ୍ୟ କରିଆସେ !ଏଇଥି ପାଇଁ ତୁମ୍ଭେ ଯୀଶୁଙ୍କ ସହିତ କଥା ହେବା ଉଚିତ, ଠିକ ଅଛି କି ?

 

ଶ୍ରୀମତୀ ଆଣଭୂ ଜ୍ୟୋତି ଷ୍ଟାଲିନ

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al jojobet giriş jojobet casibom giriş bets10 extrabet royalbet süperbetin jojobet casibom holiganbet galabet matbet matbet giriş hilbet bahiscasino celtabet antikbet betoffice