Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 22-04-2023
Share:

By Village Missionary Movement

Saturday, 22-Apr-2023

ଆଜିର ବାକ୍ୟ (Oriya) 22-04-2023

 

ଯୀଶୁଙ୍କ ଲୁହ

 

“ଆଉ ଯେତେବେଳେ ସେ ନିକଟକୁ ଆସିଲେ, ସେତେବେଳେ ନଗରକୁ ଦେଖି ତାହା ନିମନ୍ତେ ରୋଦନ କରି କହିଲେ, ତୁ, ହଁ, ତୁ ଯଦି ଆଜି ଶାନ୍ତିର ବିଷୟଗୁଡ଼ିକ ଜାଣିଥାଆନ୍ତୁ ! ମାତ୍ର ଏବେ ସେଗୁଡ଼ିକ ତୋ ଦୃଷ୍ଟିରୁ ଗୁପ୍ତ ହୋଇ ରହିଅଛି ।“ - ଲୂକ 19:41-42

 

ଯୀଶୁଖ୍ରୀଷ୍ଟ ଖୋଜୁରୀ ପର୍ବରେ ଗଧଛୁଆଁଙ୍କ ଉପରେ ବସି ଜେରୁଶାଲେମଙ୍କୁ ଆସୁଛନ୍ତି !ସେଠାରେ ଶିଷ୍ୟ ଏବଂ ଅନେକ ଲୋକେ ତାଙ୍କ ସହ ଆନନ୍ଦରେ ଚିତ୍କାର କରି ଆସୁଥାନ୍ତି !ରାଜଧି ରାଜାଙ୍କ ପ୍ରସଙ୍ଗସା ହେଉ ବୋଲି ଇଶ୍ୱରଙ୍କ ସ୍ତୁସ୍ତି କରୁଥାନ୍ତି !ଯୀଶୁ ଜେରୁଶାଲେମ ନଗର ନିକଟକୁ ଆସିବା ବେଳେ, ଯୀଶୁ ସେହି ନଗର ବିଷୟରେ ଜାଣିଥିବା ହେତୁ ସେହି ନଗରକୁ ଦେଖି କାନ୍ଧିଲେ !ଯୀଶୁ ଲୁହ ଝରାଇବା ଦୁଇଟି ଘଟଣାରେ ପ୍ରଥମଟି ଲାଜାର ମୃତ୍ୟୁ ହେବାରୁ ଏବଂ ଦ୍ୱିତୀୟଟି ଜେରୁଶାଲେମକୁ ଦେଖି !ସେ କୃଶ ବହନ କରି ଯିବାବେଳେ, ତାହାଙ୍କ ସମୁଖରେ କାନ୍ଧୁଥିବା ସ୍ତ୍ରୀ ଲୋକଙ୍କୁ ଦେଖି ଯୀଶୁ କହିଲେ, "ହେ ଜେରୁଶାଲେମ ନିବାସୀ ଗଣ, ମୋ ନିମନ୍ତେ କ୍ରନ୍ଦନ କର ନାହିଁ, ତୁମ୍ଭ ନିମନ୍ତେ ଏବଂ ତୁମ୍ଭର ସନ୍ତାନମାନଙ୍କ ନିମନ୍ତେ କ୍ରନ୍ଦନ କର " !ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ତାଡନାକୁ ଦେଖି କାନ୍ଦିଲେ, କିନ୍ତୁ ଯୀଶୁ ଜେରୁଶାଲେମ ନଗର ଏବଂ ସେଠାକାର ଲୋକଙ୍କ ନିମନ୍ତେ ପରମେଶ୍ୱରଙ୍କ ମନ୍ଦିର ବିନାଶ ବିଷୟରେ ଲୁହ ଝରାଇଲେ !ଉତ୍ତର ଦାତାଙ୍କୁ ଅଣଦେଖା କରୁଛନ୍ତି ବୋଲି ସେମାନଙ୍କ ନିମନ୍ତେ କାନ୍ଦୁଛନ୍ତି !କେବଳ ସେମାନଙ୍କ ନିମନ୍ତେ ହିଁ ନୁହେଁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତକୁ ଓ ପରିତ୍ରାଣକୁ ଅଣଦେଖା କରୁଥିବା ପ୍ରତ୍ୟେକ ଜଣଙ୍କ ନିମନ୍ତେ ଯୀଶୁ ଲୁହ ଝରାଉଛନ୍ତି !

                

ହେ ମୋର ପ୍ରିୟ ପାଠକ ଭାଇ ଓ ଭଉଣୀ ଗଣ,ସେ ତୁମ୍ଭ ନିମନ୍ତେ ଲୁହ ଝରାଉଛନ୍ତି କି ଅବା ତୁମ୍ଭ ନିମନ୍ତେ ଆନନ୍ଦିତ ହେଉଛନ୍ତି ? ଆପଣ ଆପଣାକୁ ପରୀକ୍ଷିତ କରନ୍ତୁ !ତୁମ୍ଭେ ଏହି ଦିନରେ ସମାଧାନ ଜିନିଷ ବିଷୟ ଜାଣିବା ଉଚିତ ବୋଲି କହୁଥିବା ତାହାଙ୍କ ପ୍ରେମକୁ ଦେଖନ୍ତୁ !ସେ କୃଶକୁ ବହନ କରି, କୋରଡ଼ାରେ ମାଡ଼ ଖାଇ, କଣ୍ଟାର ମୁକୁଟ ପିନ୍ଧି, କାହା ନିମନ୍ତେ କୃଶବିଦ୍ଧ ହେଲେ ? ତାହାଙ୍କ ନିମନ୍ତେ ନା ତୁମ୍ଭ ନିମନ୍ତେ ? ଯଦି ତାହାର ଲୁହକୁ ପୋଛିବା ନିମନ୍ତେ ତୁମ୍ଭେ ଇଚ୍ଛା କଲାପରି ହେଲେ, ତାହାଙ୍କୁ ପରିତ୍ରାଣ କର୍ତ୍ତା ରୂପେ ଗ୍ରହଣ କର !ସେତେବେଳେ ତୁମ୍ଭେ ସମାଧାନ ପାଇବ !କୃଶବିଦ୍ଧ ରୂପେ ନୁହେଁ, ପୁନର୍ବାର ଉଠିଥିବା ଯୀଶୁଙ୍କ ସଦୃଶ୍ୟ, ସ୍ବର୍ଗୀୟ ରାଜା ରୂପେ, ଆମ୍ଭେ ଦେଖିବା ଦିନଟି ସନ୍ନିକଟ ହେଲା, ପ୍ରସ୍ତୁତ ହେବା !ଆମେନ୍ !

- ଶ୍ରୀମତୀ ଭୁବନା ଧାନା ବାଲାନ

 

ପ୍ରାର୍ଥନା ଅନୁରୋଧ :-

ଯୁବ ସମାବେଶର ବାକ୍ୟ ଗୁଡିକ ଅନେକଙ୍କୁ ଉପଯୋଗ ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al