By Village Missionary Movement
Friday, 21-Apr-2023ଆଜିର ବାକ୍ୟ (Oriya) 21-04-2023
ପଙ୍ଗୁ ହୁଅ ନାହିଁ
"...ସେ ତାଙ୍କୁ କହିଲେ, ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନୋହି ସମସ୍ତଙ୍କୁ ଉଦ୍ଧାର କରିବ" - ପ୍ରଥମ ଶାମୁୟେଲ 30:8
ସ୍କଟଲାଣ୍ଡରେ ଜନ୍ମ ହୋଇଥିବା ଅଲେକଜେଣ୍ଡାର ଡାଫ ସୁସମାଚାର ପ୍ରଚାର କରିବା ନିମନ୍ତେ ଭାରତ ଦେଶକୁ ବାହାରିଲା !ସମୁଦ୍ର ଯାତ୍ରାରେ ସେ ତାଙ୍କର ସମ୍ପତ୍ତି ଓ ସାର୍ଟିଫିକେଟ ହରାଇଲା !ଲୋକମାନେ କହୁଥାନ୍ତି,ତୁମେ ସେବାକାର୍ଯ୍ୟକୁ ଯିବା ପ୍ରଭୁଙ୍କର ଇଚ୍ଛା ନୁହେଁ, ସେଥିପାଇଁ ତୁମକୁ ଏସବୁ ସମୁଖୀନ ହେଉଛି !ହେଲେ ମଧ୍ୟ ଅଲେକଜେଣ୍ଡାର ବିଚଳିତ ନ ହୋଇ ଭାରତ ଦେଶର କଳାବର୍ଣ୍ଣ ଲୋକଙ୍କ ନିକଟକୁ ଆସିଲେ !ଇଶ୍ୱରଙ୍କ ନିମନ୍ତେ ଜାଣିବା ପାଇଁ ପଚ୍ୟତ୍ୟା କଳା, ବିଜ୍ଞାନ, ଇଂରେଜିରେ ପବିତ୍ର ବାଇବଲ ଶିଖେଇବି ବୋଲି ତାହାର ଆଲୋଚନାକୁ ଆରମ୍ଭ କଲା !କିନ୍ତୁ ଭାରତରେ ଥିବା ଶିକ୍ଷା ବିଭାଗର ଅଧିକାରୀମାନେ ବିରୋଧୀ କଲେ !ମାତ୍ର ପାଞ୍ଚ ଜଣ ବିଦ୍ୟାର୍ଥୀଙ୍କ ସହିତ ଏକ ବଟବୃକ୍ଷ ମୂଳେ ଆରମ୍ଭ କଲେ !ଗୋଟିଏ ସପ୍ତାହରେ ୩00 ଛାତ୍ର ସେଥିରେ ପ୍ରବେଶ କଲେ !ତାପରେ କଳାବର୍ଣ୍ଣ ସ୍ତ୍ରୀ ମାନଙ୍କ ନିମନ୍ତେ ଅନ୍ୟ ଏକ ବିଦ୍ୟାଳୟ ଆରମ୍ଭ କଲା !ତହିଁରେ ମଧ୍ୟ ଅନେକ ସ୍ତ୍ରୀମାନେ ଆଗ୍ରହରେ ଆସିଲେ !ତିନି ବର୍ଷରେ ତିନି ଜଣ ଯୀଶୁଙ୍କୁ ଗ୍ରହଣ କଲେ !୮00 ଜଣ ଛାତ୍ର ବିଦ୍ୟାଳୟରେ ପ୍ରବେଶ କରି, ବିଦ୍ୟାକୁ ଅଭ୍ୟାସ କଲେ !ଏମାନେ ମିଶିନାରୀ ଭାବରେ, ମଣ୍ଡଳୀର ନେତା ରୂପରେ ପରିବର୍ତ୍ତନ ହେଲେ !
ଡାଫ ବିନାଶ ଓ ବିରୋଧୀ ମଧ୍ୟରେ ଆଗକୁ ପକାଇ ଥିବା ପାଦ ଆଉ ପଛକୁ ନ କାଡି ଆଗକୁ ବଢିଲା !ତାହାର ଫଳ ହେଉଛି, ଲୋକଙ୍କ ଅଜ୍ଞାନ ଓ ଅନ୍ଧକାର ଅପସାରଣ ହେଲା, ସେମାନେ ପ୍ରଭୁଙ୍କୁ ଦେଖିଲେ !ଇଂରାଜୀ ଭାରତ ଦେଶକୁ ଅସିଲା !
ପବିତ୍ର ବାଇବଲରେ ମଧ୍ୟ ଦାଉଦ ଏବଂ ତାହାଙ୍କ ସହକର୍ମୀମାନେ, ତାଙ୍କ ସ୍ତ୍ରୀ ମାନେ, ସନ୍ତାନମାନେ ଏବଂ ତାଙ୍କର ସଙ୍ଗୀ ଲୋକମାନେ ଆପଣା ରବ ଉଠାଇ ରୋଦନ କଲେ, ଏପରି କି ଆଉ ରୋଦନ କରିବାକୁ ସେମାନଙ୍କଠାରେ କିଛି ବଳ ରହିଲା ନାହିଁ ! ସଦାପ୍ରଭୁ ଆପଣା ପରମେଶ୍ୱରଙ୍କଠାରେ ଆପଣାକୁ ସବଳ କଲେ !ତହିଁରେ ପରମେଶ୍ୱର ତାଙ୍କୁ କହିଲେ, ପଛେ ପଛେ ଯାଅ; କାରଣ ତୁମ୍ଭେ ନିଶ୍ଚୟ ସେମାନଙ୍କର ସଙ୍ଗ ଧରିବ ଓ ବିଫଳ ନୋହି ସମସ୍ତଙ୍କୁ ଉଦ୍ଧାର କରିବ !ଦାଉଦଙ୍କ ସହ ଛୋଟ ସୈନ୍ୟ ଦୋଳ ଗଲେ !କିନ୍ତୁ ସବୁକିଛି ପାଇବାକୁ ପରମେଶ୍ୱର ତାଙ୍କୁ ସାହାଯ୍ୟ କଲେ !
ହଁ ଯାହାବି ହରାଇଲା ବେଳେ, ତୁମ୍ଭଠାରେ ଆଦରଣୀୟ ସଦାପ୍ରଭୁ ପରମେଶ୍ୱର ରହିବା ଉଚିତ !ସେ ଥିଲେ ହିଁ ଆମେ ଦୌଡ଼କୁ ନ ରଖି ବିଜୟୀ ଭାବେ ଦୌଡ଼ି ପାରିବା !ବିରୋଧ, ସଂଗ୍ରାମ ନିମନ୍ତେ ତୁମ୍ଭେ କରୁଥିବା କାର୍ଯ୍ୟକୁ ପରିତ୍ୟାଗ କରି, ତୁମ୍ଭ ଲକ୍ଷ୍ୟକୁ ଛାଡି ପଛକୁ ଫେର ନାହିଁ !ତୁମ୍ଭ ସମସ୍ତ ଦୃଷ୍ଟି ସବୁ ତୁମ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା !ବ୍ୟତିରେଖ ଓ ସଂଗ୍ରାମ ନିମନ୍ତେ ତୁମ ଚକ୍ଷୁ ନ ପଡ଼ୁ !ତୁମ୍ଭ ବିଜୟୀ ହସ୍ତର ନିକଟ ଦୂରତାରେ ଅଛି !ପଙ୍ଗୁ ନ ହୋଇ ଆଗକୁ ବଢ !
- ଶ୍ରୀମତୀ ଜ୍ୟୋତି ଷ୍ଟାଲିନ
ପ୍ରାର୍ଥନା ଅନୁରୋଧ :-
କାମ ଭଡାରେ ଭ୍ୟାନ ମିଳିବା ନିମନ୍ତେ ଏବଂ ଡ୍ରାଭର ମାନେ ଜାଗ୍ରତରେ ଗାଡି ଚଳାଇବା ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.