Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 19-04-2023
Share:

By Village Missionary Movement

Wednesday, 19-Apr-2023

ଆଜିର ବାକ୍ୟ (Oriya) 19-04-2023

 

ଚାଲ ଖ୍ରୀଷ୍ଟଙ୍କ ପାଇଁ ବୋଝ ବହନ କରିବା

 

“ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ଥ ଲୋକ ସମସ୍ତେ, ମୋ' ନିକଟକୁ ଆସ, ମୁଁ ତୁମ୍ଭମାନଙ୍କୁ ବିଶ୍ରାମ ଦେବି।“ - ମାଥିଉ 11:28

 

1945 ମସିହା ଅଗଷ୍ଟ 19 ତାରିଖରେ, ଏକ ଘଟଣା ଘଟିଥିଲା ଯାହା ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା ! ସେହି ଦିନ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକୀୟ ସେନା ନାଗାସାକି ଓ ହିରୋସିମା ଉପରେ ପରମାଣୁ ବୋମା ପକାଇ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ହତ୍ୟା କରିଥିଲେ ! ସେତେବେଳେ ଆମେରିକୀୟ ଜଣେ ଯୁବ ସେନା ଅଧିକାରୀ କ୍ଷୟକ୍ଷତିର ଆକଳନ ଏବଂ ଡକ୍ୟୁମେଣ୍ଟରି କରିବାକୁ ଆସିଥିଲେ ! ସେ ବହୁତ ହୃଦୟ ଭାଙ୍ଗୁଥିବା ଫଟୋ ଉଠାଇଲେ ! ସେଥିମଧ୍ୟରୁ ଏକ ଛୋଟ ପିଲା ତାଙ୍କ ମୃତ ଭାଇକୁ ତାଙ୍କ ପିଠିରେ ବୋହି ନେଉଥିଲା ! ସେ ଯୁବକକୁ ମୃତଦେହ ପକାଇବାକୁ କହିଥିଲେ ! ଯଦି ନୁହେଁ ସେ ଶୀଘ୍ର କ୍ଳାନ୍ତ ହୋଇ ଦୁର୍ବଳ ହୋଇଯିବେ ! ଛୋଟ ପିଲାଟି କହିଲା, ସେ ମୋର ସାନ ଭାଇ ! ସେ ମୋ ପାଇଁ ବୋଝ ନୁହଁନ୍ତି। ” ଏହା ଶୁଣି ସେନା ଅଧିକାରୀ ଚକିତ ହୋଇ ଲୁହ ଢାଳିଥିଲେ। ସେ ଉଠାଇଥିବା ଫଟୋ ଆଜି ଜାପାନକୁ ଏକତ୍ର କରିଥିଲା !

           

ଆଜି ଅନେକ ଯୁବକ ଯୀଶୁଙ୍କୁ ନ ଜାଣି ସେମାନେ ମୃତ୍ୟୁ ଆଡକୁ ଯାଉଛନ୍ତି ! ଆମେ କଏନ୍ ସହିତ ସମାନ ମାନସିକତା ବାଣ୍ଟୁ, ମୁଁ ମୋର ଭାଇର ରକ୍ଷକ କି ? କିମ୍ବା ଆମେ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିବାକୁ ଚାହୁଁଛୁ କି ? ପାପ, ଅଭିଶାପ, ଅସୁସ୍ଥତା,ଋଣ, କିଶୋର ଲୋଭ, ଚାକିରିହୀନତା ଭଳି ସମସ୍ୟା ସହିତ ନର୍କ ଆଡକୁ ଯାଉଥିବା ସେହି,ଲୋକଙ୍କୁ ପ୍ରେମରେ ଆହ୍ୱାନ କରି ଛୋଟ ବାଳକ ପରି ଆମେ ଆମ ପ୍ରଭୁଙ୍କ ପ୍ରେମରେ ବହନ କରି ଆଣି ପାରିବା କି ? ଆମେ କହିବା “ତୁମେ ବୋଝ ନୁହଁ” ଯଦି ଆମେ ସେମାନଙ୍କୁ ଭଲ ପାଉଛୁ ! କାରଣ ସେ ମୋର ନିଜ ଭାଇ, ଭଉଣୀ ! ଆମ ଭିତରେ “ଭାରତୀୟ ଯୁବକ ଯୀଶୁଙ୍କ ପାଇଁ” ବୋଝ ବଢ଼ାନ୍ତୁ ! ଆସନ୍ତୁ ଯୀଶୁଙ୍କ ପାଇଁ ବୋଝ ବହନ କରିବାକୁ ସ୍ଥିର କରିବା !

- ବ୍ରୋ.ଭାଗ୍ୟା ନାଦନ୍ 

 

ପ୍ରାର୍ଥନା ଅନୁରୋଧ:-

ଆମେ ସେଵା କରୁଥିବା ସେବା କ୍ଷେତ୍ରରୁ ମେ ମାସ ଏକ ତାରିଖରେ ହେବାକୁ ଥିବା ଯୁବ ପୁନର୍ଜୀବନ ସଭାରେ ଏକ ଲକ୍ଷ ଯୁବକ ଆମ ସହିତ ଯୋଗଦେବା ନିମନ୍ତେ ପ୍ରାର୍ଥନା କରିବା !

 

*Whatsapp*

ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !

 

Website: www.vmm.org.in

Email: info@vmm.org.in

Android App: https://play.google.com/store/apps/details?id=com.infobells.vmmorgin

 

ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250, 

ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.



hacklink satın al