Village Missionary Movement         கிராம மிஷனரி இயக்கம்

ଆଜିର ବାକ୍ୟ (Oriya) 06-03-2021
Share:

By Village Missionary Movement

Saturday, 06-Mar-2021

ଆଜିର ବାକ୍ୟ (Oriya) 06-03-2021

କ୍ଷମାର ଗୁଣ 

“ପରସ୍ପର ପ୍ରତି ସହନଶୀଲ ହୁଅ, ଆଉ ଯଦି  କାହାରି ବିରୁଦ୍ଧରେ କୌଣସି କଥା ଥାଏ, ତେବେ ଏକକୁ ଆରେକ କ୍ଷମା କର; ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର।“ - କଲସୀୟ 3:13

ଗୋଟିଏ ପରିବାରରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସବୁ ଦିନେ ଝଗଡା ହେଉଥାଏ !ଗୋଟିଏ ଦିନରେ ହେଉଥିବା ଝଗଡା ଅଧିକ ହୋଇ ଗଲା !ସ୍ୱାମୀ ଓ ସ୍ତ୍ରୀ ଅଲଗା ହୋଇ ଯିବାକୁ ସ୍ଥିର କଲେ !ସେହି ଦିନ ରାତିରେ ସ୍ୱାମୀ ପ୍ରାର୍ଥନା କରିବାକୁ ଗଲା !ସେତେବେଳେ ସଦାପ୍ରଭୁ ତାଙ୍କ ସହିତ କଥା କହିଲେ, ମୁଁ ତୁମେ କରିଥିବା ସମସ୍ତ ପାପକୁ କ୍ଷମା କରି ତୁମକୁ ଗ୍ରହଣ କଲି, ତୁମେ ବାରମ୍ବାର ଭୁଲ କରି ମୋ ନିକଟକୁ ଆସି କ୍ଷମା ମାଗିବାରୁ ମୁଁ ତୁମକୁ କ୍ଷମା କଲି !ମୁଁ ତୁମ୍ଭ ପାପ କ୍ଷମା କରିଥିବା ପରି ତୁମ୍ଭର ସ୍ତ୍ରୀ କରି ଥିବା ପାପକୁ କ୍ଷମା କର !ଖ୍ରୀଷ୍ଟ ମୋର ପାପ କ୍ଷମା କରିଥିବା ପରି ମୁଁ ଆପଣଙ୍କ ପାପ କ୍ଷମା କରୁଛି କହି ତାଙ୍କ ସ୍ତ୍ରୀ ସହିତ ସମାଧାନ ହେଲା !

ବାଇବଲରେ ମଧ୍ୟ ଦଶ ହଜାର ତୋଡ଼ା ନେଇ ଥିବା ଜଣେ ଦାସ ତାଙ୍କ ରାଜାଙ୍କ ନିକଟକୁ ଯାଇ କହିଲା ମୁଁ ଋଣ ସୁଝିପାରିବିନି କହି ଭୂମିଷ୍ଠ ପ୍ରଣାମ କରି କହିବାକୁ ଲାଗିଲା !ସେଥିରେ ସେହି ଦାସର ପ୍ରଭୁ ସଦୟ ହୋଇ ତାହାକୁ ମୁକ୍ତ କରିଦେଲେ ଓ ତାହାର ଋଣ କ୍ଷମା କଲା !ସେହି ଦାସ ବାହାରିଯାଇ ତାହାଠାରୁ ପଚାଶ ଟଙ୍କା ଋଣ କରିଥିବା ଜଣେ ସହଦାସର ଦେଖା ପାଇ ତାହାକୁ ଧରି ତାହାର ଗଳା ଚିପି କହିବାକୁ ଲାଗିଲା, ତୁ ଯାହା ଧାରୁ, ଶୁଝିଦେ ।ତାହାର ସହଦାସ ଭୂମିଷ୍ଠ ହୋଇ ତାହାକୁ ବିନତି କରି କହିବାକୁ ଲାଗିଲା, ମୁଁ ଋଣ ଦେଇ ପାରିବିନି କ୍ଷମା ମାଗିବାରୁ ସେ ସେହି ସହ ଦାସକୁ କ୍ଷମା କରିଲା ନାହିଁ ! ତାହାର ପ୍ରଭୁ ତାହାକୁ ପାଖକୁ ଡ଼କାଇ କହିଲେ ରେ ଦୁଷ୍ଟ ଦାସ, ତୁ ମୋତେ ବିନତି କରିବାରୁ ମୁଁ ତୋର ସେହି ସମସ୍ତ ଋଣ କ୍ଷମା କଲି; ମୁଁ ଯେରୂପେ ତୋତେ ଦୟା କଲି, ସେରୂପେ ମଧ୍ୟ ଆପଣାର ସହ ଦାସକୁ କ୍ଷମା କରିବା ତୋହର କର୍ତ୍ତବ୍ୟ ନ ଥିଲା ?ସେ  ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ତାହାକୁ କାରାଗାରରେ ବନ୍ଦୀ କରିବାକୁ ଆଜ୍ଞା କଲା !

ମୋର ପ୍ରିୟ ବନ୍ଧୁଗଣ, ଏହିପରି ଆମର ସମସ୍ତ ପାପ ଯୀଶୁଖ୍ରୀଷ୍ଟ କୃଶରେ କ୍ଷମା କଲେ !ଏହା ଗ୍ରହଣ କରି ଅନୁଭବ କରୁଥିବା ଆମେ ଅନ୍ୟମନେ କରୁ ଥିବା ଭୁଲକୁ କ୍ଷମା ନ କରି କଠିନ ହୃଦୟରେ ରହୁଚୁ କି ? ଆଲୋଚନା କରିବା !ଅନ୍ୟର ଛୋଟ ଛୋଟ ଭୁଲକୁ ମହାନ ଭାବେ ଭାବନା କରି ତାହାକୁ କ୍ଷମା କରି,  ନ ଭୁଲି ରହିଥିବା ଆମର ମାନବିକତାକୁ ପରିବର୍ତ୍ତନ କରନ୍ତୁ !ଆମେ ଅନ୍ୟର ଭୁଲକୁ କ୍ଷମା ନ କରିବା ଦ୍ଵାରା ଆମର ପାପ ମଧ୍ୟ କ୍ଷମା ହୁଏ ନାହିଁ, ଏହି ସମସ୍ତ ପ୍ରଭୁ ନ୍ୟାୟରେ ଆଣି ଆମକୁ ମନେ କରାଇବେ, ଏହି ସତ୍ୟକୁ ଆମେ ମନେ ରଖିବା !ଆଜିର ଦିନରେ ଅନ୍ୟକୁ ପୂର୍ଣ୍ଣ ହୃଦୟରେ କ୍ଷମା କରି ଗ୍ରହଣୀୟ ଦିନରେ ପରିବର୍ତ୍ତନ କରନ୍ତୁ !
-    ଏସ. ଗାନ୍ଧୀ ରାଜନ 

ପ୍ରାର୍ଥନା କରନ୍ତୁ :-ଅଫିସ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ ମୁଦ୍ରଣ ମିସିନ କ୍ରୟ ନିମନ୍ତେ ପ୍ରାର୍ଥନା କରିବା !

ଏହି ପାଇବାର ପାଇଁ  ଯୋଗାଯୋଗ  ଆମ  ସହ  ଯୋଗାଯୋଗ କରନ୍ତୁ 
ୱାଟସଫ ତାମିଲ  ପାଇଁ  : -  919444011864
ଇଂରାଜୀ  ପାଇଁ  : - 918610984002
ହିନ୍ଦୀ ପାଇଁ :- 919385810496
ତେଲୁଗୁ  ପାଇଁ : -919361167117

Website: www.vmm.org.in
Email: reachvmm@gmail.com
Android App: https://play.google.com/store/apps/details?id=com.infobells.vmmorgin

ପ୍ରାର୍ଥନାର  ଆବଶ୍ୟକ  ପାଇଁ  ଯୋଗାଯୋଗ  କରନ୍ତୁ, ଆମର  ସେଲ  ନମ୍ବର : +91 9442493250, 
ଓଡ଼ିଆରେ  ପ୍ରାର୍ଥନା  ପାଇଁ: 9861597010.



hacklink satın al