By Village Missionary Movement
Monday, 10-Apr-2023ଆଜିର ବାକ୍ୟ (Oriya) 10-04-2023
ପରମେଶ୍ୱର ଜାଣନ୍ତି
“କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ...।” - ଦ୍ବିତୀୟ ବଂଶାବଳୀ 16:9
ମୁଁ ଦିନେ ବସରେ ଯାତ୍ରା କରୁଅଛି !ତିନି ଜଣ ବସିବା ଏକ ସିଟରେ, ମୋ ନିକଟରେ ଜଣେ ଯୁବତୀ ହେଡ଼ସେଟ କାନରେ ଲଗାଇ ଗୀତ ଶୁଣୁଥାଏ !ତାହାଙ୍କ ନିକଟରେ ଜଣେ ବୃଦ୍ଧା ବସିଛନ୍ତି !ଅଳ୍ପ ସମୟ ପରେ ସେ ମାଆ ଯୁବତୀଙ୍କୁ କହିଲା,ମୋ ଫୋନରେ ଚାର୍ଜ ନାହିଁ, ତୁମ କାନରେ ଥିବା ହେଡ଼ସେଟ କାଢି ଚାର୍ଜ ଲଗାଇ ପାରିବ କି ?ସେ ଯୁବତୀ ଜଣକ ହସିହସି କହିଲା, ମାମା ଏହା ସହିତ ଚାର୍ଜ କରିବା ହୁଏ ନାହିଁ !ବୃଦ୍ଧି ହେଉଥିବା ଟେକନୋଲୋଜି ଆମ ପିତାମାତା ଅବା ଆମ ପରିବାର ଲୋକଙ୍କୁ ବୁଝିବା ଅବା ଜାଣିବା କଷ୍ଟ ଅଟେ !ସେଥିପାଇଁ ଏହାକୁ ଉପଯୋଗ କରି,ଯୌବନମାନେ ମୋର ପିତାମାତା କିଛି ଜାଣନ୍ତିନି ବୋଲି ଭାବନା କରି ଅନେକ ପାପର ଦାସତ୍ୱ ହୋଇ ଯାଉଛନ୍ତି !କିନ୍ତୁ ସଦାପ୍ରଭୁଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ, ଏହାକୁ ଭୁଲିଯାଉଛନ୍ତି !ସେ ଆମ୍ଭେ କରିବା ପାପର କାର୍ଯ୍ୟ ଗୁଡିକ ଦେଖୁଛନ୍ତି !
ପବିତ୍ର ବାଇବଲରେ ମଧ୍ୟ ସାମଶନଙ୍କୁ ସଦାପ୍ରଭୁ ବଳ ଦେଲେ !ସାମଶନ ଗଧ ହାଡରେ ଏକ ହଜାର ଲୋକଙ୍କୁ ହତ୍ୟା କଲା !କେବଳ ସେତିକି ହିଁ ନୁହେଁ, ଏକ ସିଂହ ମୁଖକୁ ଚିରି ଦେଲା !ପରମେଶ୍ୱର ଦେଇଥିବା ଶକ୍ତିକୁ ଉତ୍ତମ ରୂପେ ଉପଯୋଗ ନ କରି ଜାଗତିକ ଆଶାକୁ ସ୍ଥାନ ଦେଇ ପାପରେ ପଡିଗଲା !ତାହାଙ୍କ ପିତାମାତାଙ୍କ ଆଜ୍ଞାବହ ନ ହୋଇ ତାହାଙ୍କ ବିନାଇଛାର ବିଜାତୀୟ ନାରୀକୁ ବିବାହ କଲା !ତାହାଙ୍କ ଶକ୍ତି ସମୁଖରେ ପିତାମାତାଙ୍କ ବାକ୍ୟ ଅଳ୍ପ ହୋଇ ବଦଳିଲା !ତାହାଙ୍କ ବିନାଶ ପରିତାପରେ ବଦଳିଲା !
ହେ ଯୌବନ ଗଣ, ତୁମ୍ଭ ପିତାମାତାଙ୍କୁ ପାଠ ଓ ଜାଗତିକ ଜ୍ଞାନ ଥାଇ ନ ପାରେ !ପିତାମାତାଙ୍କୁ କିଛି ଜଣା ନାହିଁ ବୋଲି ସେମାନଙ୍କୁ ଠକି ପାର !ମାତ୍ର ଆପଣା ମନରେ ଇଶ୍ୱର ଭୟ ଥିଲେ, ତୁମ୍ଭେ ଜଗତ ଆଶାକୁ ସ୍ଥାନ ଦେବ ନାହିଁ, ଏହା ଜାଣ !ତୁମ୍ଭେ କରିବା ପ୍ରତ୍ୟେକ ପାପକୁ ଦିନେ ପରମେଶ୍ୱର ଗଣନା ମାଗିବେ !ଏହି ସତ୍ୟ ଆପଣାକୁ ପାପରେ ନ ପଡି ଉଦ୍ଧାର କରିବ !ହେ... ଯୌବନ ଗଣ ଏବେ ହିଁ ମନରେ ଥିବା ପାପର ଆଲୋଚନାକୁ ଇଶ୍ୱରଙ୍କ ଠାରେ ସ୍ୱୀକାର କରି ପରିତ୍ୟାଗ କର !ଅପରାଧ ଗୁଡିକ ଲୁଚାଇବା ବ୍ୟକ୍ତି ବୃଦ୍ଧି ହୁଏ ନାହିଁ, ତାହାକୁ ସ୍ୱୀକାର କରିବା ବ୍ୟକ୍ତି ଦୟା ପାଇବ !ଏହି ବାକ୍ୟ ଅନୁସାରେ ତାହାର ପାପକୁ ସ୍ୱୀକାର କଲାବେଳେ, ଇଶ୍ୱର ତୁମ୍ଭ ପାପକୁ କ୍ଷମା କରି, ତୁମ୍ଭ ଜୀବନରେ ନୂତନ କାର୍ଯ୍ୟ କରିବେ !ଆମେନ୍ !
- ଏସ. ଆଂଜାଳି
ପ୍ରାର୍ଥନା ଅନୁରୋଧ :-
ଯୌବନ ସମାବେଶକୁ ଅନେକ ଯୌବନମାନଙ୍କୁ ଆଣିବାକୁ ସ୍ବେଛାସେବକ ନିମନ୍ତେ ପ୍ରାର୍ଥନା କରିବା !
*Whatsapp*
ଏହି ପ୍ରତିଦିନ ଧ୍ୟାନ ସନ୍ଦେଶକୁ ତାମିଲ, ଇଂରାଜୀ, ହିନ୍ଦୀ, ମାଲାୟାଲାମ, ତେଲୁଗୁ, କାନାଡ଼ା, ପଂଜାବୀ, ଓ ଓଡ଼ିଆ ଭାଷାରେ ୱାଟ୍ସଅପ ଦ୍ଵାରା ପାଇବାକୁ *+91 94440 11864* ନମ୍ବରକୁ ଯୋଗାଯୋଗ କରନ୍ତୁ !
Website: www.vmm.org.in
Email: info@vmm.org.in
Android App: https://play.google.com/store/apps/details?id=com.infobells.vmmorgin
ପ୍ରାର୍ଥନାର ଆବଶ୍ୟକ ପାଇଁ ଯୋଗାଯୋଗ କରନ୍ତୁ, ଆମର ସେଲ ନମ୍ବର : +91 9442493250,
ଓଡ଼ିଆରେ ପ୍ରାର୍ଥନା ପାଇଁ: 9861597010.